ଭଦ୍ରକ ୧୪/୦୭:୧୬ ନମ୍ବର ଜାତୀୟ ରାଜପଥରେ ବ୍ରେକ ଡାଉନ୍ ଟ୍ରକୁ ପିଟିଲା କାର୍। ଦୁର୍ଘଟଣାରେ କାର ଚାଳକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ଏଭଳି ଭୟଙ୍କର ଦୁର୍ଘଟଣା ଭଦ୍ରକ ସହରାଞ୍ଚଳ ଥାନା ଆରଡ଼ି ଛକ ନିକଟରେ ଘଟିଛି।

ସୂଚନା ଅନୁଯାୟୀ ଆରଡ଼ି ଛକ ନିକଟରେ ଏକ ଟ୍ରକ୍ ଖରାପ ହେବା ଯୋଗୁଁ ରାଜପଥ କଡ଼ରେ ଅଟକି ରହିଥିଲା । ଏହି ସମୟରେ ବାଲେଶ୍ୱର ଆଡୁ ଆସୁଥିବା ଏକ କାର ଦ୍ରୁତଗତିରେ ଆସି ଟ୍ରକକୁ ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ ଆଗ ଭାଗ ଟ୍ରକ୍ ଭିତରକୁ ପଶି ଯାଇଥିଲା। ଫଳରେ କାର୍ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଚାଳକଙ୍କ ପରିଚୟ ମିଳିନଥିବା ବେଳେ କାରଟି ବାଲେଶ୍ୱରର ହୋଇଥିବା ଜଣାପଡ଼ିଛି। କାର ଭିତରୁ ମେଡିକାଲ କାଗଜପତ୍ର ମିଳିଥିବାରୁ କଟକ ଯାଉଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ :-  Road Accident: ଶାସ୍ତ୍ରୀନଗରରେ ବାଇକକୁ ଧକ୍କା ଦେଇ ଶହେ ମିଟର ଘୋଷାଡ଼ି ନେଲା ଦାମୀ କାର, ଚାଲିଗଲା ଆରୋହୀଙ୍କ ଜୀବନ, କାର୍କୁ ଭାଙ୍ଗି ଦେଲେ ଲୋକେ