ଭୁବନେଶ୍ୱର,୧୪/୦୭: ଶାସ୍ତ୍ରୀନଗର ଛକରେ ଘଟିଛି ଏକ ଭୟଙ୍କର ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଛି ଏକ ମର୍ସିଡିଜ କାର୍ । ଦୁର୍ଘଟଣ।।ରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ କେନ୍ଦ୍ର କରି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପାୱାରହାଉସ୍-କଳିଙ୍ଗଷ୍ଟାଡିୟମ ରାସ୍ତାରେ ଧାରଣା ଦେବା ସହ କାର୍ ଚାଳକଙ୍କୁ ଧରି ପୁଲିସ୍କୁ ଜିମା ଦେଇଥିଲେ । କାର୍କୁ ବାଡେଇ ଭାଙ୍ଗି ଦେଇଥିଲେ ।
ଅଧିକ ପଢ଼ନ୍ତୁ :- Free education : ଚିନ୍ତା ବଢ଼ାଇଲା କେଜିରୁ ପିଜି ମାଗଣା ପାଠପଢ଼ା, କେମିତି ହେବ କଲେଜ ରକ୍ଷଣାବେକ୍ଷଣ ? ଅତିଥି ଅଧ୍ୟାପକଙ୍କୁ ଦରମା ଦେବ କିଏ ?
ମିଳିଥିବା ସୂଚନା ମୁତାବକ ରାତି ପ୍ରାୟ ୧୧ଟା ବେଳେ କଳିଙ୍ଗଷ୍ଟାଡିୟମ ପଟୁ ରାଜଭବନ ଆଡକୁ କାର୍ ଯାଉଥିଲା । ଶାସ୍ତ୍ରୀନଗର ଛକରେ ଜଣେ ଯୁବକ ବାଇକ୍ରେ ଘରକୁ ଫେରୁଥିଲେ । ତେବେ ଛକ ଉପରେ ଦ୍ରୁତ ଗତିରେ ଆସୁଥିବା ଏହି ମର୍ସିଡିଜ୍ କାର୍ଟି ବାଇକ୍ ପଛପଟୁ ଜୋର୍ରେ ଧକ୍କା ଦେଇଥିଲା । ଫଳରେ ଯୁବକ ଜଣକ ଦୂରକୁ ଛିଟିକି ପଡିଥିଲା । ଏହା ପରେ କାର୍ ଚାଳକ ସେଠାରୁ ଖସି ଯିବାକୁ ଯୋଜନା କରିଥିଲେ । ସ୍ଥାନୀୟ ଲୋକ କାର୍ ଓ ଚାଳକଙ୍କୁ ଅଟକ ରଖିବା ସହ ଭଙ୍ଗାରୁଜା କରିଥିଲେ । ଖବର ପାଇ ପୁଲିସ୍ ପହଞ୍ଚି ଆହତ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ବ୍ୟାପିଯିବାରୁ କାର୍କୁ ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଥିଲେ । ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରି କାର୍ ଚାଳକଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଫଳରେ ରାଜଭବନ କଳିଙ୍ଗ ଷ୍ଟାଡିୟମ ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇ ଯାଇଥିଲା । ପୁଲିସ୍ ଲୋକମାନଙ୍କୁ ବୁଝାସୁଝା କରିଥିଲା । ହେଲେ ଲୋକମାନେ କିଛି ଶୁଣି ନଥିଲେ । କ୍ଷତିପୂରଣ ପାଇଁ ଲୋକେ ଅଡ଼ି ବସିଥିଲେ ।