PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

କାର୍ ସଫା କରୁଥିବା ବ୍ୟକ୍ତି ରାତାରାତି ହେଲେ କୋଟିପତି !

ନୂଆଦିଲ୍ଲୀ : ଦୁବାଇରେ କାର୍‌ ଧୋଇବା କାମ କରୁଥିବା ଜଣେ ବ୍ୟକ୍ତିଙ୍କର ଚମକିଛି ଭାଗ୍ୟ । ସେ ଏକ ଲଟେରୀ ଜିତିବା ପରେ ରାତାରାତି  ପାଲଟି ଯାଇଛନ୍ତି କୋଟିପତି। ରିପୋର୍ଟ ଅନୁସାରେ , ନେପାଳରେ ରହୁଥିବା ଏହି ୩୧ ବର୍ଷିୟ ଭରତ ମହଜୁଜ ଡ୍ର ରେ ୨୧ କୋଟି ଟଙ୍କାର ଜ୍ୟାକପଟ୍  ଜିତିଛନ୍ତି । ସେ ମିଡ଼ିଆକୁ କହିଛନ୍ତି , ଏହି ଅର୍ଥକୁ ସେ ନିଜର ପରିବାର ଓ ବ୍ରେନ୍ ଟ୍ୟୁମର ଯୋଗୁଁ ପକ୍ଷାଘାତ ଗ୍ରସ୍ତ ନିଜର ଭାଇଙ୍କର ଅପରେସନ ପାଇଁ ଖର୍ଚ୍ଚ କରିବେ।

ଭରତ କହିଛନ୍ତି , ତାଙ୍କର ଜୀବନ ବହୁତ ଅସୁବିଧାରେ ବିତୁଛି । ଗତ ୩ ବର୍ଷ ହେଲା ସେ କାର ଧୋଇବା କାମ କରୁଛନ୍ତି । ତାଙ୍କର ଭାଇଙ୍କର ଦିଲ୍ଲୀର ହସ୍ପିଟାଲରେ ଚିକିତ୍ସା ଚାଲୁ ରହିଛି। ସେପଟେ ତାଙ୍କର ପିତା ଭାରତରେ ରିକ୍ସା ଚଲାଉଛନ୍ତି।

ଦୁଇ ପିଲାଙ୍କର ପିତା ଭରତ ନିଜର ଦୁଇ ବନ୍ଧୁଙ୍କ ସହ ମିଶି ଏହି ଲଟେରୀର ଟିକେଟ କିଣି ଥିଲେ । ଭରତ ନିଜ ଦେଶରେ ଏମିତି ପ୍ରଥମ ବିଜେତା ହୋଇଛନ୍ତି , ଯିଏ ଲଟେରୀରେ ଏତେ ମୋଟା ଅଙ୍କର ଅର୍ଥ ଜିତିଛନ୍ତି । ସେ କହିଛନ୍ତି ୨୭ ସେପ୍ଟେମ୍ୱରରେ ନିଜ ଦେଶ ନେପାଳ ଫେରିବେ ଓ କିଛି ଦିନ ପରେ ପୁଣି ଦୁବାଇ ଆସି ମହଜୁଜ ଡ୍ର ରେ ପୁଣି ନିଜ ଭାଗ୍ୟ ପରୀକ୍ଷା କରିବେ। ଭରତ ୩ବର୍ଷ ପୂର୍ବେ ଦୁବାଇ ଯିବ ପୂର୍ବରୁ  ସାଉଦୀ ଆରବରେ ଏକ ପାୱାର ପ୍ଲାଣ୍ଟରେ କାମ କରୁଥିଲେ । ହେଲେ ଭରତ ଜ୍ୟାକପଟ୍‌ ଜିତିବା ପରେ କାର୍ ସଫା କରିବା ଚାକିରି ଛାଡ଼ିବାକୁ ଇଚ୍ଛା କରିନାହାନ୍ତି ।

ସମ୍ବନ୍ଧିତ ଖବର