ଭୁବନେଶ୍ଵର, ୦୪/୦୨ : ଭ୍ୟାନରେ ମିଳିବ ତାରକା ହୋଟେଲର ମଜା। ଓଡ଼ିଶାରେ ଅତ୍ୟାଧୁନିକ କାରାଭ୍ୟାନ୍ ଟୁରିଷ୍ଟ ସେବାର ଶୁଭାରମ୍ଭ। ଗଡ଼ିଲା ୩ଟି ବିଳାସପୂର୍ଣ୍ଣ କାରାଭ୍ୟାନ୍। ଧଉଳି ପର୍ଯ୍ୟଟନ କ୍ଷେତ୍ରରୁ ୨ୟ ପର୍ଯ୍ୟାୟ କାରାଭ୍ୟାନ୍ ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି। VGF ଯୋଜନା ଦ୍ଵାରା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏହି ଗାଡି ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବ। ଏହି କାରାଭାନ୍ ଟୁ୍ରିଜିମ ଯୁବ ପର୍ଯ୍ୟଟକ ଏବଂ ପ୍ରକୃତିପ୍ରେମୀଙ୍କ ସହ ଦୁଃସାହସିକ ଭ୍ରମଣରେ ଆଗ୍ରହ ରଖୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ l ଏହା ପର୍ଯ୍ୟଟନ ସହ ବିଳାସମୟ ଯାତ୍ରାକୁ ଯୋଡ଼ିବ l ଭ୍ରମଣ ସମୟରେ ହୋଟେଲର ଆବଶ୍ୟକତାକୁ ମଧ୍ୟ ଏହି କାରାଭାନ୍ ପୂରଣ କରିପାରିବ l
ସୂଚନାନୁଯାୟୀ, ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶାନ୍ତିସ୍ତୂପ ଧଉଳିଠାରେ ଦ୍ୱିତୀୟ ପର୍ଯ୍ୟାୟ କାରାଭ୍ୟାନ ସେବାରେ ୩ଟି ବିଳାସପୂର୍ଣ୍ଣ କାରାଭାନ୍ର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ VGF ଯୋଜନା ଦ୍ୱାରା କାରାଭ୍ୟାନ୍ ସେବାର ଉଦଘାଟନ କରିଛନ୍ତି। ଏହି କାରାଭ୍ୟାନ୍ ଟୁରିଜିମ ଯୁବ ପର୍ଯ୍ୟଟକ ଏବଂ ପ୍ରକୃତିପ୍ରେମୀଙ୍କ ସହ ଦୁଃସାହସିକ ଭ୍ରମଣରେ ଆଗ୍ରହ ରଖୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ଏହା ପର୍ଯ୍ୟଟନ ସହ ବିଳାସମୟ ଯାତ୍ରାକୁ ଯୋଡ଼ିବ। ଭ୍ରମଣ ସମୟରେ ହୋଟେଲର ଆବଶ୍ୟକତାକୁ ମଧ୍ୟ ଏହି କାରାଭ୍ୟାନ୍ ପୂରଣ କରିପାରିବ। ଗାଡିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି। ଘରୋଇ ସହାଭାଗିତାରେ ଆରମ୍ଭ ହୋଇଥିବା ଏହି ସେବାରେ ସ୍ୟାଣ୍ଡ ପେବେଲ୍ସ ଟୁର୍ ଆଣ୍ଡ ଟ୍ରାଭେଲ୍ସ ଯୋଡ଼ି ହୋଇ ସେବା ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ ହୋଇଛନ୍ତି। ଓଡ଼ିଶାରେ ହୀରାକୁଦ, ଡେବ୍ରିଗଡ଼, ଶିମିଳିପାଳ, ଚିଲିକା, ଭିତରକନିକାରେ ସେବା ମିଳିବ। ସାତକୋଶିଆ, ଦେଓମାଳି ଭଳି ପର୍ଯ୍ୟଟନ କ୍ଷେତ୍ରରେ ସେବା ଉପଲବ୍ଧ ହେବ।
ପର୍ଯ୍ୟଟନ କ୍ଷେତ୍ରରେ ଅତ୍ୟାଧୁନିକ ଓ ଆରାମଦାୟକ ସେବା ଯୋଗାଇବ l ଗାଡ଼ିରେ ଶୌଚାଳୟ ଠାରୁ ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି l ରାଜ୍ୟର ହୀରାକୁଦ, ଦେବ୍ରିଗଡ଼, ଶିମିଳିପାଳ, ଚିଲିକା, ଭିତରକନିକାରେ ଏହି ସେବା ମିଳିବ l ସାତକୋଶିଆ, ଦେଓମାଳି ଭଳି ପର୍ଯଟନ କ୍ଷେତ୍ରରେ ସେବା ଉପଲବ୍ଧ ହେବ ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି l ଘରୋଇ ସହାଭାଗିତାରେ ଆରମ୍ଭ ହୋଇଥିବା ଏହି ସେବାରେ ସ୍ୟାଣ୍ଡ ପେବେଲ୍ସ ଟୁର୍ ଆଣ୍ଡ ଟ୍ରାଭେଲ୍ସ ଯୋଡ଼ି ହୋଇ ସେବା ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ ହୋଇଛନ୍ତି l
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଭୁବନେଶ୍ୱର ବ୍ଲକ୍ ଅଧ୍ୟକ୍ଷା, ଧଉଳିର ସରପଞ୍ଚ, ସ୍ୟାଣ୍ଡ ପେବେଲ୍ସ ଟୁର୍ ଆଣ୍ଡ ଟ୍ରାଭେଲ୍ସର ପରିଚାଳନା ନିର୍ଦ୍ଦେଶକ ଆଲୋକ ମହାରଣା, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଦସ୍ୟାମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୫ ରେ ପ୍ରଥମ ବିଳାସପୂର୍ଣ୍ଣ କାରାଭ୍ୟାନ ସେବା କୋଣାର୍କ ସୂର୍ଯ୍ୟ ମନ୍ଦିର ସାମ୍ନାରୁ ଆରମ୍ଭ ହୋଇଥିଲା। ବିକାଶ ଇକୋ ରିସର୍ଟ ତାର ପରିଚାଳନା ଦାୟିତ୍ୱରେ ରହିଛି।...
ଏହି ଖବରଟିକୁ ପଢନ୍ତୁ- କୋଟିଆରେ ନପଶିବାକୁ ଆନ୍ଧ୍ରକୁ ବୁଝାଉଛୁ, ମନାଉଛୁ... ଅନେକ ଅସ୍ତ୍ର ଅଛି, ଏକା ଥରକେ ବ୍ରହ୍ମାସ୍ତ୍ର କାହିଁକି ଛାଡ଼ିବା ?