PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

କରୋନା ଗୁଜବ !

carona

କରୋନାକୁ ନେଇ ଏବେ ବିଭିନ୍ନ ପ୍ରକାରର ଗୁଜବ । ସୋସିଆଲ୍‌ ମିଡିଆରେ ବି ବିଭିନ୍ନ ଫେକ୍‌ ମେସେଜ୍‌ ଭାଇରାଲ୍‌ ହେଉଛି । ଏବେ ଲୋକମାନେ ଏହାକୁ ନେଇ ପ୍ରଭାବିତ ହେଉଛନ୍ତି । କିଏ କହୁଛି ତୁଳସୀ ଖାଇଲେ ଲାଭ ତ କିଏ କହୁଛି କହୁଛି ରସୁ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ । ଅନ୍ୟ କାହା ମନରେ ପ୍ରଶ୍ନ କରୋନା ହେଲେ ମୃତ୍ୟୁ ହେବ । ମାତ୍ର ଏ ସବୁ ଗୁଜବ ।

ଏବେ କରୋନା ଯୋଗୁଁ ଇଟାଲୀ ବେଶୀ ପ୍ରଭାବିତ । ଚୀନ୍‌ର ହୁଆନ୍‌ରୁ ଆରମ୍ଭ ହୋଇଥିବା କରୋନା ଯୋଗୁଁ ଏବେ ସାରା ବିଶ୍ୱ ପ୍ରଭାବିତ । ଭାରତରେ ୩୦୦ ଲୋକ ଏବେ କରୋନା ପଜେଟିଭ୍‌ । ଅନେକ ଲୋକ ବିଦେଶରୁ ଆସିଥିବା ବେଳେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ଏବେ ସେମାନେ କରୋନା ଆକ୍ରାନ୍ତ । ତେବେ କେତକ ଗୁଜବ ବିଷୟରେ ଆପଣ ଟିକେ ସଚେତନ ରୁହନ୍ତୁ ।

କରୋନା ଟୀକାର ପରୀକ୍ଷଣ ଚାଲିଛି । ଏଥିପାଇଁ କୌଣସି ଔଷଧ ନାହିଁ । ମାତ୍ର ଲୋକେ ଏହାକୁ କେତର ଆୟୁର୍ବେଦିକ କିମ୍ବା ହୋମିଓପାଥୀ ମେଡିସିନ୍‌ ଖାଇଲେ ରକ୍ଷା ମିଳୁଥିବା କହୁଛନ୍ତି । ମାତ୍ର ଏ ସବୁ ଗୁଜବ । କରୋନାର କୌଣସି ଔଷଧ ନାହିଁ ।

ଆଲକହଲ – କେତେ ଜେଣ କହୁଛନ୍ତି ଆଲକହଲ୍‌ କରୋନା ନିରୋଧୀ । ମାତ୍ର ଏହା ସମ୍ପୂର୍ଣ୍ଣ ଗୁଜବ । ଏହାର କୌଣସି ପ୍ରମାଣ ନାହିଁ । ଆଲକହଲ୍‌ କରୋନା ଭୂତାଣୁକୁ ରୋକି ପାରିବ ନାହିଁ ବୋଲି ବୈଜ୍ଞାନିକ କହିଛନ୍ତି । ମାତ୍ର କେତକ ଲୋକ ସୋସିଆଲ୍‌ ମିଡିଆରେ ଏହାର ଭିଡିଓ ଭାଇରାଲ୍ କରୁଛନ୍ତି ।

ରସୁଣ – ରସୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଫ୍ଲୁ ଓ ସର୍ଦ୍ଦି ପାଇଁ ଏହା ବେଶ୍‌ ଭଲ । ମାତ୍ର କରୋନା ବିରୋଧରେ ଏହା କାମ କରେକି ନାହିଁ ତାହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ।

ଅଦା – କେତେଜଣଙ୍କର ଦାବି ଅଦା ଓ ରସୁଣ ଥଣ୍ଡା ଭଲ କରେ । ମାତ୍ର କରୋନା ଅନ୍ୟ ଏକ ଭୁତାଣୁ । ଏହାକୁ ମୁକାବିଲା କରିବା ପାଇଁ ଆଣ୍ଟିଡଜ୍‌ ବା ଆଣ୍ଟିବଡି ବିକଶିତ ହୋଇ ପାରିନାହିଁ । ଅଦା ଓ ରସୁଣ ଏହାକୁ ରୋକି ପାରିବ କି ନାହିଁ ତାହାର କୌଣସି ପ୍ରମାଣ ନାହିଁ ।

ତୁଳସୀ – ତୁଳସୀ ଶରୀର ପାଇଁ ହିତକାରୀ । ସାଧାରଣ ଥଣ୍ଡା ଓ କାଶରେ ଏହା କାମ ଦିଏ । ମାତ୍ର କରୋନା ଭାଇରସ୍‌କୁ ରୋକିବା ପାଇଁ ତୁଳସୀ କେତେ ଫଳପ୍ରଦ ତାହାର କୌଣସି ସ୍ପଷ୍ଟ ତଥ୍ୟ ନାହିଁ ।

ଗୋମୁତ୍ର – ଗୋମୁତ୍ରର ଅନେକ ଫାଇଦା ଅଛି । ଏହାକୁ ଶୋଧ କରି ଔଷଧ ରୂପେ ବ୍ୟବହାର କରାଯାଏ । ଆମେରିକାରେ ଗୋମୁତ୍ରକୁ ନେଇ ୩ ପ୍ରକାର ପେଟେଣ୍ଟ କରାଯାଇଛି । ମାତ୍ର କରୋନା ଭୁତାଣୁକୁ ଏହା ମୁକାବିଲା କରିବ ବୋଲ କୌଣସି ବୈଜ୍ଞାନିକ ତଥ୍ୟ ନାହିଁ ।

ଗରମ ବା ଉଚ୍ଚ ତାପମାତ୍ରା – ଗରମ ହେଲେ କିମ୍ବା ତାପମାତ୍ର ବଢିଲେ କରୋନା ଭୂତାଣୁ ମାଡିବ ନାହିଁ ବୋଲି ଅନେକ ଦାବି କରୁଛନ୍ତି । ମାତ୍ର ଏହା ଭୂଲ୍‌ କଥା । କରୋନା ଭୂତାଣୁ ଏବେ ନିଜକୁ ଏପରି ବିକଶିତ କରିଛି ଯେ ଗରମ ହେଲେ ବି ଏହା ନିଜକୁ ବଞ୍ଚାଇ ରଖିପାରୁଛି ଓ ମଣିଷଠାରୁ ମଣିଷକୁ ସଂକ୍ରମଣ କରୁଛି । ଏଥିଯୋଗୁଁ ଇରାନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

କରୋନାରେ ଆକ୍ରାନ୍ତ ହେଲେ ମୃତ୍ୟୁ – କରୋନାରେ ଆକ୍ରାନ୍ତ ହେଲେ ମୃତ୍ୟୁ ବୋଲି ଅନେକ ଭାବୁଛନ୍ତି । ମାତ୍ର ଏହା ଠିକ୍‌ ନୁହେଁ ପ୍ରଥମରୁ କରୋନାର ଜଣା ପଡିଲେ ଚିକିତ୍ସା ଯୋଗୁଁ ଜଣେ ବଞ୍ଚିବା ସମ୍ଭବ । ଅନେକ ଲୋକ ଏଥିରୁ ଭଲ ହେଲେଣି । ମାତ୍ର ବୟସ୍କ, ଡାଇବେଟିସ୍‌ ଓ ହାର୍ଟ ପେସେଣ୍ଟଙ୍କ ପାଇଁ ଏମାନଙ୍କ ପାଇଁ କରୋନା ମାରାତ୍ମକ ।

ସମ୍ବନ୍ଧିତ ଖବର