ପ୍ରମୁଖ ଖବର
  • ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ
  • ||
  • ବିନିକା: ଦୁଇ ବାଇକ୍ ମୁହାଁମୁହିଁଁ ଧକ୍କା, ଜଣେ ମୃତ, ୨ ଗୁୁରୁତର
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟର ଲ' ଅଫିସ୍‌ର ମାନଙ୍କର ଡେଲି ଓ ରିଟେଲ୍‌ ଫି ରେ ୫୦ ପ୍ରତିଶତ ବୃଦ୍ଧି
  • ||
  • ରାଜ୍ୟର ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଉପକୃତ ହେବେ ୧୨ ହଜାରରୁ ଅଧିକ ଗଣଶିକ୍ଷକ
  • ||
  • ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ EDର ଚଢ଼ାଉ, ଏକାକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ଅଜଣା ଗାଡି ଧକ୍କା ବାଇକ ଚାଳକଙ୍କ ଚଲିଗଲା ଜୀବନ, ଅଞ୍ଚଳବାସୀଙ୍କ ରାସ୍ତାରୋକ୍
  • ||
  • ଶୁକ୍ରବାର ସନ୍ଧ୍ୟା ୭ଟାରୁ ସୂର୍ଯ୍ୟମନ୍ଦିର ପରିଦର୍ଶନ ବନ୍ଦ, ଅକ୍ଟୋବର ୩୧ ପର୍ଯ୍ୟନ୍ତ ଭ୍ରମଣ ସମୟ ପରିବର୍ତ୍ତନ
  • ||
  • ଲୋକସଭା ପ୍ରାର୍ଥୀ ଚୟନ ନେଇ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସମ୍ଭାବ୍ୟ ପ୍ରଥମ ପ୍ରାର୍ଥୀ ତାଲିକାରେ ଏହି ନେତାଙ୍କ ନାଁ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ରୋମାଞ୍ଚକର ବିଜୟ, ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ୨୫ ରନ୍‌ରେ ହରାଇଲା
  • ||
  • ଭଞ୍ଜବିହାର ଗସ୍ତ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ସମାବର୍ତ୍ତନ ଉତ୍ସବରେ ଦେବେ ଉଦ୍‌ବୋଧନ
  • ||
  • ଏନ୍‌ଟିସିଏରେ କଲରାପତରିଆ ବାଘର ତଥ୍ୟ ଚିନ୍ତାଜନକ, ଓଡ଼ିଶାରୁ ୧୯୨ କଲରାପତରିଆ ଉଭାନ୍
  • ||
  • ଶୁକ୍ରବାର ବରମୁଣ୍ଡା ବସ୍‌ ଟର୍ମିନାଲ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ: ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ
  • ||
  • ରାଜ୍ୟରେ ପୁଣି ବଢ଼ିଲା ତାତି, ମାଲକାନଗିରିରେ ସର୍ବାଧିକ ୩୭ଡିଗ୍ରୀ: ଆସନ୍ତା ୩ରୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ସଚେତନତା ରଥ ପରିଭ୍ରମଣ: ରୁପ୍ରାରେ ଗ୍ରାମ ପରିକ୍ରମା ସହ ବିପୁଳ ସଂଖ୍ୟାରେ ଭବ୍ୟ ସ୍ଵାଗତ

କେସିଙ୍ଗା,୧୮/୧୧ (ଆପ୍ର): ଆସନ୍ତା ମାସ ଡିସେମ୍ବର ୪ ତାରିଖରେ ରୁପ୍ରା ଗ୍ରାମରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ ସହିତ ନୂତନ ଭାବେ ନିର୍ମାଣ ହୋଇଥିବା ସମାଜର ଇଷ୍ଟଦେବୀ ମା ଶ୍ରୀ ଶ୍ରୀ ଚଣ୍ଡୀ ସମଲାଇଙ୍କ ମନ୍ଦିର ପ୍ରତିଷ୍ଠା ହେବ । ଏହି ଅବସରରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ସଚେତନତା ରଥ ପରିକ୍ରମା ଗତ ୯ ତାରିଖ ରୁ କେସିଙ୍ଗା ବ୍ଲକ ବଗାଡ ଗ୍ରାମରୁ ବାହାରି ଆଜି ନର୍ଲା ବ୍ଲକ ରୁପ୍ରା ମଣ୍ଡଳର ଗାଁ ମାନଙ୍କରେ ରଥ ଟି ପରିଭ୍ରମଣ ହୋଇଛି ।

ରୁପ୍ରା ମଣ୍ଡଳ ଗାଁ ଗୁଡ଼ିକ ପରିଭ୍ରମଣ କରିବା ପୂର୍ବରୁ ପ୍ରଥମେ ଭାଲୁକଟା ଗ୍ରାମରେ ନର୍ଲା ବ୍ଲକ ସଭାପତି ରବିନ୍ଦ୍ରନାଥ ସାହୁ ନେତୃତ୍ବରେ ରଥକୁ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଗାମୁଛା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସଭାପତି ନୀଳମଣି ସାହୁ, ସଂପାଦକ ନବୀନ କିଶୋର ସାହୁ, ଉପ ସଭାପତି ଭରତ ସାହୁ,ଅକୃର ସାହୁ, ନେଗୀ କୈ।ଦଣ୍ଡ ସାହୁ, ବେହେରା ଜିତେନ୍ଦ୍ର ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ଲକ୍ଷ୍ମୀ ସାହୁ, କେସିଙ୍ଗା ବ୍ଲକ ସଭାପତି ଚକ୍ରଧର ସାହୁ, ସୁଲପଣି ସାହୁ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଗଜିନ୍ଦ୍ର ସାହୁ, ବଗାଡ ମଣ୍ଡଳ ସଭାପତି ଯୁବରାଜ ସାହୁ,ବାଲସି ମଣ୍ଡଳ ସଂପାଦକ ଅଶ୍ବିନୀ ସାହୁ, କାର୍ଜି ବିରଞ୍ଚି ସାହୁ ଙ୍କ ସମେତ ରୁପ୍ରା ମଣ୍ଡଳର ସଭାପତି ହୃଷିକେଶ ସାହୁ, ସଂପାଦକ ସୁକଦେବ ସାହୁ ପ୍ରମୁଖଙ୍କ ସମେତ ରୁପ୍ରା ଗ୍ରାମର ୩୧ ଜଣିଆ କମିଟି ସଭାପତି ଶ୍ୟାମସୁନ୍ଦର ସେନାପତି, ସଂପାଦକ ଗୈ।ରଚନ୍ଦ୍ର ଭୋଇ, ରୁପ୍ରା ପଞ୍ଚାୟତ ସରପଞ୍ଚ ଡଲି ବେହେରା, ଜିଲ୍ଲା ପରିଷଦ ସଭ୍ୟ ନମ୍ରତା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

{"id":494995,"sizeSlug":"full","linkDestination":"none"}

ଭାଲୁକଟା ଗ୍ରାମରୁ ରଥ ବାହାରି ରୁପ୍ରା ଗ୍ରାମରେ ନବ ନିର୍ମିତ ଚଣ୍ଡୀ ସମଲାଇଙ୍କ ମନ୍ଦିରକୁ ରଥ ପହଞ୍ଚିବା ପରେ ରୁପ୍ରା ଗ୍ରାମ୍ୟ କମିଟି ପକ୍ଷରୁ କଳସ ସ୍ଥାପନ କରି ମହିଳା ମାନେ ରଥଟିକୁ ବନ୍ଦାପନା କରି ସ୍ବାଗତ କରିଥିଲେ ଏବଂ ରଥ ସାଙ୍ଗରେ ବୁଲୁଥିବା ଅତିଥି ମାନଙ୍କୁ ଫୁଲ ଚନ୍ଦନ ସହ ଗାମୁଛା ଦେଇ ସ୍ବାଗତ ଜଣାଇଥିଲେ । ପରେ ଏକ ବିରାଟ ଶୋଭାଯାତ୍ରାରେ ରଥକୁ ରୁପ୍ରା ଗାଁ ପରିକ୍ରମା କରାଯାଇଥିଲା । ରଥ ପରିକ୍ରମା ବେଳେ ଗାଁର ସମସ୍ତ ବର୍ଗର ଲୋକେ ଉତ୍ସାହ ସହିତ କଳସ ସ୍ଥାପନ କରି ବନ୍ଦାପନା କରି ସ୍ବାଗତ କରିଥିଲେ । ରୁପ୍ରା ଗାଁ ପରିଭ୍ରମଣ ସରିବା ପରେ ମୁସ୍କୁଟି ଓ ସାଲିଙ୍ଗ ଗାଁକୁ ରଥ ଯାଇଥିଲା । ମୁସ୍କୁଟି ଗ୍ରାମରେ ଗୁରୁଦେବ ସାହୁ ଙ୍କ ଘରେ ମଧ୍ୟାହ୍ନ ଭୋଜନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.