ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଜଳୁଛି ଲସ୍ ଏଞ୍ଜେଲ୍‌ସ; ୟୁଏସ୍‌ ପ୍ରଶାସନ ବିରୋଧରେ ମାମଲା, ଟ୍ରମ୍ପଙ୍କୁ କାର୍ଲିଫର୍ଣ୍ଣିଆ ଗଭର୍ଣ୍ଣରଙ୍କ ନିନ୍ଦା

Published By : Ankita S | June 10, 2025 11:39 AM

ୱାଶିଂଟନ,୧୦/୦୬: ଲସ୍ ଏଞ୍ଜେଲ୍‌ସରେ ଦିନକୁ ଦିନ ହିଂସା ତେଜୁଛି । ଏବେ ଉତ୍ତେଜନାକୁ ନେଇ ରାଜନୀତି ଜୋର ଧରିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ପଠାଇବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିରୋଧରେ ମାମଲା ରୁଜୁ ହୋଇଛି । କାର୍ଲିଫର୍ଣ୍ଣିଆରେ ଟ୍ରମ୍ପ ଟିମ୍‌ ବିରୋଧରେ ମକଦ୍ଦମା ଦାୟର ହୋଇଛି । ଗଭର୍ଣ୍ଣରଙ୍କ ବିନା ଅନୁମତିରେ ଲସ୍ ଏଞ୍ଜେଲ୍‌ସରେ ୨ ହଜାର ନ୍ୟାସନାଲ ଗାର୍ଡ ମୁତୟନକୁ ବିରୋଧ କରି ମାମଲା ଦାୟର ହୋଇଥିବା ଜଣାପଡିଛି ।

ଟ୍ରମ୍ପ-କାର୍ଲିଫର୍ଣ୍ଣିଆ ସରକାର ମୁହାଁମୁହିଁ- ଲସ୍ ଏଞ୍ଜେଲ୍‌ସ ହିଂସାକୁ ନେଇ ଟ୍ରମ୍ପ ଓ ରାଜ୍ୟ ସରକାର ମୁହଁମୁହିଁ ହୋଇଛନ୍ତି । କାର୍ଲିଫର୍ଣ୍ଣିଆ ଗଭର୍ଣ୍ଣର ଗୋବିନ୍ ନ୍ୟୁସୋମ୍ କହିଛନ୍ତି, ତାଙ୍କୁ କୁହାଯାଇଛି କି ରାଷ୍ଟ୍ରପତି ଲସ୍ ଏଞ୍ଜେଲ୍‌ସରେ ଅତିରିକ୍ତ ୨ ହଜାର ଗାର୍ଡ ସୈନିକ ମୁତୟନ କରିଥିଲେ । ଏହାକୁ ନେଇ ଟ୍ରମ୍ପ ଓ କାର୍ଲିଫର୍ଣ୍ଣିଆ ସରକାର ମୁହାଁମୁହିଁ ହୋଇଛନ୍ତି । ଟ୍ରମ୍ପ ପ୍ରଶାସନ ବିରୋଧରେ ମାମଲା ଦାୟର ହୋଇଛି । ଏ ବାବଦରେ କାର୍ଲିଫର୍ଣ୍ଣିଆ ଆଣ୍ଟୋନି ଜେନେରାଲ ବୋଣ୍ଟା କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଲିମିଟ୍ କ୍ରସ କରିଛନ୍ତି । ସେ ଗଭର୍ଣ୍ଣରଙ୍କ ସହମତି ବିନା ସେନା ମୁତୟନ କରିଛନ୍ତି । ମୁଁ ସଫା ସଫା କହୁଛି କିଛି ଆକ୍ରମଣ କି ବିଦ୍ରୋହ ହେଉନାହିଁ । ରାଷ୍ଟ୍ରପତି ରାଜନୈତିକ ହିତ ପାଇଁ ଜାଣିଶୁଣି ଅରାଜକତା ଓ ସଙ୍କଟ ସୃଷ୍ଟି କରୁଛନ୍ତି । 

ଅଧିକ ପଢନ୍ତୁ...ବାହ୍ୟ ଗ୍ରହରେ ଜୀବନର ସଙ୍କେତ, କେ୨-୧୮ବିରେ ମିଳିଲା ଦୁଇଟି ଜୈବ କଣିକା

ଜଳୁଛି ଲସ୍ ଏଞ୍ଜେଲ୍‌ସ- ଆମେରିକାର ଲସ୍‌ ଏଞ୍ଜେଲ୍‌ସରେ ଅବୈଧ ପ୍ରବାସୀଙ୍କ ଉପରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ୩ ଦିନ ହେଲା ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି । ସୋମବାର ହିଂସା ଉଗ୍ର ରୂପ ନେଇଥିଲା । ବିକ୍ଷୋଭକାରୀମାନେ ସହରର ରାସ୍ତାଗୁଡ଼ିକୁ ଜାମ୍‌ କରିଦେବା ସହ ଶତାଧିକ ଗାଡ଼ି ପୋଡ଼ିଥିଲେ । ଦୋକାନ, ବଜାର ଓ ସପିଙ୍ଗ୍‌ ମଲରେ ଲୁଟ୍‌ପାଟ୍‌ ମଧ୍ୟ କରିଥିଲେ । ବିକ୍ଷୋଭକାରୀମାନେ ମାସ୍କ ପିନ୍ଧି ରାସ୍ତାକୁ ଓହ୍ଲାଇଥିଲେ । ସୁରକ୍ଷା କ୍ୟାମେରାରୁ ସୁରକ୍ଷିତ ରହିବା ପାଇଁ ସେମାନେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଏହି ଆନ୍ଦୋଳନକୁ ନିନ୍ଦା କରିଥିଲେ ।

ଖବର ମୁତାବକ, ଲସ୍‌ ଏଞ୍ଜେଲ୍‌ସରେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କ ମଧ୍ୟରେ ଅଧିକାଂଶ ମେକ୍ସିକୋ ମୂଳ ବାସିନ୍ଦା । ସେମାନେ ଅବୈଧ ଭାବେ ଆମେରିକାରେ ବାସ କରୁଛନ୍ତି । ସୋମବାର ପୁଲିସ ସେମାନଙ୍କୁ ରୋକିବା ପାଇଁ ରବର ବୁଲେଟ୍‌ ମାଡ଼ କରିଥିଲା । ଏଥିରୁ ରକ୍ଷା ପାଇବା ପାଇଁ ବିକ୍ଷୋଭକାରୀ ରାସ୍ତା ଉପରେ ଶୋଇପଡ଼ିଥିଲେ । ଆନ୍ଦୋଳନକାରୀଙ୍କ ହାତରେ ମେକ୍ସିକୋର ପତାକା ଥିବା ଦେଖିବାକୁ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.