PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଟ୍ରକରୁ ଉଡିଗଲା ୧ କୋଟି ଟଙ୍କା, ଗାଡି ରୋକି ଗୋଟାଇବାରେ ଲାଗିପଡିଲେ ଲୋକେ

ବିବାହ ବରଯାତ୍ରୀରେ ଯେମିତି କିଛି ଲୋକ ଖୁସିରେ ଟଙ୍କା ଉଡାଇଥାନ୍ତି, ଠିକ୍ ସେମିତି ଆମେରିକାରେ ଦେଖିବାକୁ ମିଳିଛି । କେବଳ ଫରକ ଏତିକି ଯେ କୌଣସି ବିବାହ ହେଉନଥିଲା କିମ୍ବା ବର ଯାଉନଥିଲା । ଏହା ହାଇୱେ ଥିଲା । ୧୦ ଜୁଲାଇରେ ଆମେରିକାରେ ଜର୍ଜିୟା ହାଇୱେରେ ଯାତ୍ରା କରୁଥିବା ଏକ ଟ୍ରକର ଗେଟ୍ ଖୋଲିଗଲା ଏବଂ ତା ଭିତରୁ ଟଙ୍କା ବାହରି ଉଡିବାକୁ ଲାଗିଲା । ଟଙ୍କା ଉଡୁଥିବା ଦେଖି ରାସ୍ତାରେ ଯାଉଥିବା ଅନ୍ଯ ଗାଡିଗୁଡିକ ରହିଗଲା ଏବଂ ଲୋକମାନେ ପଇସା ଗୋଟାଇବାକୁ ଲାଗିଲେ ।

ଘଟଣାଟି ଡନବୁଡି ହାଇୱେର । ଡନବୁଡି ଥାନା ପୋଲସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ପଇସା ଗୋଟାଉଥିବାରୁ ରୋକିଥିଲା । ଏବଂ ଯେଉଁ ଲୋକମାନେ ଟଙ୍କା ଗୋଟାଉଥିବାର ଧରାପଡିଲେ ସେମାନଙ୍କ ଉପରେ ଚୋରି ମାମଲା ରୁଜୁ ହେଲା । ପୋଲିସ ସୂଚନା ଅନୁସାରେ ଟ୍ରକ୍ ଭିତରୁ ପ୍ରାୟ ୧.୨ କୋଟି ଟଙ୍କା(୧୭୫,୦୦୦ ଡଲାର) ଉଡିଥିଲା । କିନ୍ତୁ ସଠିକ୍ ରୂପେ ଜଣା ପଡିନାହିଁ ଯେ ଟ୍ରକ୍ ଭିତରେ କେତେ ଟଙ୍କା ଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଅନ୍ଯପଟେ ପୋଲିସ ଖୁସି ଅଛି ଯେ କୌଣସି ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇନି କିମ୍ବା କେହି ଆଘାତ ହୋଇନାହାଁନ୍ତି ।

ସମ୍ବନ୍ଧିତ ଖବର