୯ ବର୍ଷ ପୂର୍ବେ ରାମ୍ପୁଡି ଦେଇଥିଲା ବିଲେଇ,ଏବେ ଏହି ମହିଳା ପଶୁଡାକ୍ତରଙ୍କ ଜୀବନ ବିପଦରେ

ଲଣ୍ଡନ,୨୨।୬: ବହୁ ଲୋକ ପାଳିତ ପଶୁଙ୍କୁ ଖୁବ୍ ପସନ୍ଦ କରିଥାନ୍ତି। କିନ୍ତୁ ବହୁବାର ତାଙ୍କର ଏହି ସଉକ ଜୀବନ ପାଇଁ ବିପଦଜନକ ହୋଇଥାଏ। ଏଭଳି ପରିସ୍ଥିତିରେ ବ୍ରିଟେନରେ ଏକ ମାମଲା ଦେଖିବାକୁ ମିଳିଛି। ଯେଉଁଠି ୪୧ ବର୍ଷୀୟ ଭେଟନାରୀ ଡାକ୍ତରଙ୍କ ଜୀବନ ଉପରେ ବିପଦ ଦେଖିବାକୁ ମିଳିଛି। ତାଙ୍କୁ ୯ ବର୍ଷ ପୂର୍ବେ ୨୦୧୦ରେ ଏକ ବିଲେଇ ରାମ୍ପୁଡି ଦେଇଥିଲା। କିନ୍ତୁ ଏବେ ଦୀର୍ଘ ବର୍ଷ ପରେ ତାଙ୍କୁ ଜ୍ବର ହେବା ସହିତ ଦୃଷ୍ଟିଶକ୍ତି କମ୍ ହୋଇଯାଇଥିଲା, ରାତିରେ ଝାଳ ବୋହିବା ସହ ମାଂସପେଶୀରେ କଷ୍ଟ ଅନୁଭବ ହୋଇଥିଲା। ଡାକ୍ତରଙ୍କୁ ଲାଗିଥିଲା ଓ୍ବେଲିଙ୍ଗଟନରେ ରହୁଥିବା ଭିକ୍ଟୋରିଆ ଏଲଟଫ୍ଟଙ୍କୁ ବ୍ରେନ ଟ୍ୟୁମର ହୋଇଛି।

ତାଙ୍କୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ପ୍ରଥମରୁ ଏହାକୁ ବ୍ରେନ ଟ୍ୟୁମର କିମ୍ବା ମଲ୍ଟିପଲ ସ୍କେଲେରୋସିସର ପ୍ରାରମ୍ଭିକ ଲକ୍ଷଣ ବୋଲି କହିଥିଲେ। ଭିକ୍ଟୋରିଆଙ୍କ ଏମଆରଆଇ ସ୍କାଇ କରାଯାଇଥିଲା ଓ ଏୖହା ସହିତ ତାଙ୍କର ମେରୁଦଣ୍ଡ ହାଡର ପରୀକ୍ଷଣ କରାଯାଥିଲା। ରିପୋର୍ଟ ସାମାନ୍ୟ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ, ଭିକ୍ଟୋରିଆଙ୍କୁ ଏ ସମ୍ପର୍କିତ କୌଣସି ଅସୁବିଧା ନାହିଁ। ଡାକ୍ତରଙ୍କୁ ପରେ ଜଣାପଡିଥିଲାହ ବିଲେଇଟି ରାମ୍ପୁଡି ଦେବା କାରଣୁ ଭିକ୍ଟୋରିୟା ବୋର୍ଟେନାଲ ବ୍ୟାକ୍ଟେରିଆରେ ସଂକ୍ରିମିତ ହୋଇଛନ୍ତି।

ଆଣ୍ଟିବାୟୋଟିକ୍ ନେବାପରେ ମଧ୍ୟ ଭିକ୍ଟୋରିଆଙ୍କୁ ଅତ୍ୟାଧିକ ଥକା ଲାଗୁଥିଲା। ନିଜର ସମସ୍ୟା କହିବା ସହ ଭିକ୍ଟୋରିଆ କହିଛନ୍ତି ମୋତେ ଜଣାଅଛି ୨୦୧୦ରେ ବିଲେଇଟି ରାମ୍ପୁଡି ଦେଇଥିଲା। କିନ୍ତୁ ଏବେ ମଧ୍ୟ ଏତେ ବର୍ଷ ପରେ ମୋତେ ଖୁବ୍ ଥକା ଲାଗୁଛି। ଆଜି ପର୍ଯ୍ୟନ୍ତ ଏହା ଜାଣିବା କଷ୍ଟକର ଯେ, ଭାର୍ଟିନେଲାରେ ପୀଡିତ ହେବାର ପ୍ରଭାବ ତେବେ ଲମ୍ବା ଓ ତାହା କ’ଣ? ଏହି ମାମଲାରେ ବହୁତ କିଛି ଗବେଷଣା କରାଯାଇଛି, କିନ୍ତୁ ମୋତେ ଜଣାଅଛି ଯେ, ମୁଁ ଏବେ ସେଭଳି ନାହିଁ, ଯେବେ ମୁଁ ଏହି ଘଟଣା ପୂର୍ବରୁ ଥିଲି।