ନୂଆଦିଲ୍ଲୀ - ଷ୍ଟାର ଓ ସେଲିବ୍ରିଟି ହେବାରେ ନିଜର କିଛି ଅଲଗା ହିଁ ଅନ୍ଦାଜ ଥାଏ । ଏହା ଅନେକ ସମୟରେ ଅସୁବିଧାରେ ହିଁ ପକାଇ ଥାଏ। ଯେଉଁଠିକୁ ବି ଯାଆନ୍ତୁ, ପ୍ରଶଂସକ ଘେରି ଯାଆନ୍ତି । ଚାରିପାଖେ ଭିଡ଼ ଜମି ଯାଏ।ସୋସିଆଲ ମିଡ଼ିଆର ଏହି ସମୟରେ ତ ଯେମିତି ଲୋକେ ଷ୍ଟାରଙ୍କ ସହ ଫଟୋ ଓ ଭିଡ଼ିଓ ପାଇଁ ଲାଳାୟିତ ରହିଥାନ୍ତି। ଏହି ଚକ୍କରରେ ଅନେକ ଥର ସୀମା ଅତିକ୍ରମ କରି ଯାଆନ୍ତି। ଏବେ ଜସପ୍ରୀତ ବୁମରାହଙ୍କୁ ହିଁ ଉଦାହରଣ ନିଅନ୍ତୁ। ସେ ଏୟାରପୋର୍ଟକୁ ଯାଉଛନ୍ତି। ଜଣେ ପ୍ରଶଂସକ ତାଙ୍କ ଠାରୁ ଅନୁମତି ନନେଇ ତାଙ୍କ ସହ ସେଲ୍ଫି ଭିଡ଼ିଓ କରିବାକୁ ଲାଗନ୍ତି। ବୁମରାହ ତାଙ୍କୁ ସତର୍କ କରାନ୍ତି , ତଥାପି ସେ ମାନନ୍ତି ନାହିଁ । ଶେରେ ଷ୍ଟାର୍ ପେସ୍ ତାଙ୍କର ଫୋନ ଖସାଇ ଦିଅନ୍ତି।
ଜସପ୍ରୀତ ବୁମରାହଙ୍କର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ପ୍ରଶଂସକଙ୍କ ମୋବାଇଲ ଫୋନକୁ ତଳେ ଖସାଇ ଦେଉଛନ୍ତି। ଭିଡ଼ିଓରେ ଦେଖାଯାଉଛି ଯେ, ବୁମରାହ ଏୟାରପୋର୍ଟରେ ଯାଉଛି। ଏବେ ଯଦି ଏହି ସମୟରେ ବିଶ୍ୱର ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ଆପଣଙ୍କର ଏତେ ପାଖରେ ଥିବେ ତ ଭିତରର ପ୍ରଶଂସକ ଭାବ ନିଶ୍ଚୟ ମତୁଆଲା ହୋଇ ଯିବ।
ଏମିତି ବି କିଛି ହୋଇଛି। ଜଣେ ପ୍ରଶଂସକ ହସି ହସି ନିଜର ମୋବାଇଲ ଫୋନରୁ ବୁମରାହଙ୍କ ସହ ସେଲ୍ଫି ଭିଡ଼ିଓ କରିବାକୁ ଲାଗିଲେ। ସେ ଏଥିପାଇଁ ଷ୍ଟାର ପେସରଙ୍କୁ ପଚାରୁ ବି ନାହାନ୍ତି। ଭିଡ଼ିଓ କରିବା ସହ ସେ କହୁଛନ୍ତି , ମୁଁ ଆପଣଙ୍କ ସହ ଯିବି ସାର୍। ବୋଧହୁଏ ସେ କହିବାକୁ ଚାହୁଁଛନ୍ତି ଯେ, ତାଙ୍କୁ ବି ସେହି ଫ୍ଲାଇଟ୍ ନେବାର ଅଛି ,ଯାହା ବୁମରାହଙ୍କର ଅଛି। ଏହାକୁ ନେଇ ବୁମରାହ ସେହି ପ୍ରଶଂସକଙ୍କୁ ସତର୍କ କରାଇ ଥିଲେ। ସେ କୁହନ୍ତି, ଫୋନ୍ ଆପଣଙ୍କର ଖସି ପଡ଼ିଲେ ମୋତେ କହିବ ନାହିଁ।
What an arrogant behavior by Jasprit Bumrah. First he threatened his fan that he would throw his phone, and later he snatched the fan's phone. pic.twitter.com/O2e4jSLw7s
— 𝐆𝐨𝐚𝐭𝐥𝐢𝐟𝐢𝐞𝐝 👑 (@Goatlified) December 17, 2025
ଏହି ସମୟରେ ବୁମରାହଙ୍କ ଚେହେରାରେ କୌଣସି ରାଗ କିମ୍ୱା ବ୍ୟସ୍ତତାର ଭାବ ନଜର ଆସୁନାହିଁ, ସେ ଫୋନର କ୍ୟାମେରାରେ ହିଁ ଦେଖା ଯାଉଛନ୍ତି। ଏଥିରେ ବୋଧହୁଏ ପ୍ରଶଂସକ ତାଙ୍କର ଚେତାବନୀକୁ ହାଲକାରେ ନେଉଛନ୍ତି ଏବଂ ଅଣଦେଖା କରୁଛନ୍ତି।
ପ୍ରଶଂସକ କହୁଛନ୍ତି–କିଛି କଥା ନାହିଁ ସାର୍ ।
ସେତେବେଳେ ହଠାତ୍ ଜସପ୍ରୀତ ବୁମରାହ ହାତ ମାରି ତାଙ୍କ ଫୋନକୁ ସତରେ ଖସାଇ ଦିଅନ୍ତି।
ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଆସିବା ପରେ କିଛି ୟୁଜର ବୁମରାହଙ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କୁ ଅହଙ୍କାରୀ କହିଛନ୍ତି। ହେଲେ ଅଧିକାଂଶ ୟୁଜର ଷ୍ଟାର ପେସରଙ୍କୁ ସୁରକ୍ଷା ଦେଉଛନ୍ତି। କେହି ଲେଖିଛନ୍ତି ଯେ, ସେଲିବ୍ରିଟି ମଧ୍ୟ ତ ମଣିଷ , ତାଙ୍କର ମଧ୍ୟ ପର୍ସନାଲ ସ୍ପେସ୍ ହୋଇଥାଏ। କେହି ପ୍ରଶଂସକଙ୍କର ଏହିପରି ବ୍ୟବହାରରେ ପ୍ରଶ୍ନ ଉଠାଇଛନ୍ତି।
ଜସପ୍ରୀତ ବୁମରାହ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିରୋଧରେ ଚାଲୁଥିବା ୫ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆର ସଦସ୍ୟ ଅଛନ୍ତି। ସିରିଜର ୩ୟ ମ୍ୟାଚ୍ ସେ ଘରୋଇ କାରଣରୁ ଖେଳୁ ନଥିଲେ। ୪ର୍ଥ ମ୍ୟାଚ୍ ସ୍ମଗ୍ର କାରଣରୁ ରଦ୍ଦ ହୋଇଥିଲା। ଅହମ୍ମଦାବାଦାରେ ୧୯ ଡିସେମ୍ୱରରେ ହେବାକୁ ଥିବା ପଞ୍ଚମ ଟି-୨୦ରେ ବୁମରାହ ଖେଳି ପାରନ୍ତି । ସିରିଜରେ ଭାରତ ୨-୧ର ଅପରାଜେୟ ଭାବେ ଆଗୁଆ ରହିଛି।