PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କାହିଁକି ବାରମ୍ବାର ହୋଇଥାଏ ୟୁରିନ୍‌ ଇନଫେକ୍ସନ୍? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ ୧୯/୦୫: ମହିଳାମାନଙ୍କଠାରେ ୟୁରିନ୍ ଇନ୍‌ଫେକ୍ସନ୍ ହେବା ଏକ ସାଧାରଣ ସମସ୍ୟା। ଏହାଦ୍ୱାରା ସେମାନେ ବହୁତ କଷ୍ଟ ପାଆନ୍ତି। ପେଟରେ ପ୍ରବଳ ଯନ୍ତ୍ରଣା, ପରିସ୍ରା ପୋଡିବା ଏବଂ ଇନଫେକ୍ସନ୍ ଭଳି ଜନ୍ତ୍ରଣାରେ ଛଟପଟ ହୁଅନ୍ତି। ୟୁଟିଆଇ ହେଲେ, ଜୀବାଣୁ ଶୌଚାଳୟ ମାଧ୍ୟମରେ ଭିତରକୁ ଯାଆନ୍ତି ଏବଂ ବେଳେବେଳେ ସେଗୁଡିକ କିଡନୀ, ବ୍ଲାଡର ଓ ସେଗୁଡିକୁ ସଂଯୋଗ କରୁଥିବା ନଳୀ ଉପରେ ମଧ୍ୟ ପ୍ରଭାବ ପକାଇଥାନ୍ତି। ଯଦି ୟୁଟିଆଇକୁ ଠିକ୍ ସମୟରେ ଚିକିତ୍ସା ନକରାଯାଏ, ତେବେ ଏହି ସଂକ୍ରମଣ ବ୍ଲାଡରରୁ କିଡନୀ ପର୍ଯ୍ୟନ୍ତ ବ୍ୟାପିପାରେ। ଏହା କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ। ଆସନ୍ତୁ ଜାଣିବା କାହିଁକି ମହିଳାମାନଙ୍କୁ ବାରମ୍ବାର ୟୁଟିଆଇ ଇନଫେକ୍ସନ୍ ହୋଇଥାଏ।

ୟୁଟିଆଇ ହେଲେ ବ୍ଲାଡର ଇନଫେକ୍ସନ୍ ହୋଇଯାଏ। ୟୁରିନ୍ ଟେଷ୍ଟ ଦ୍ୱାରା ଏହା ଜଣାପଡିଥାଏ। ଏହା ବ୍ୟତୀତ, ୟୁଟିଆଇ ହେଲେ, ଏହିସବୁ ଲକ୍ଷଣଗୁଡ଼ିକ ଦେଖାଯାଇଥାଏ।

-ପରିସ୍ରା ପୋଡିବା

-ବାରମ୍ବାର ପରିସ୍ରା ଲାଗିବା

-ତଳ ପେଟ ଦରଜ ହେବା

-ପରିସ୍ରା ଦୁର୍ଗନ୍ଧ ହେବା

-ପିଠିର ତଳ ଭାଗରେ ଯନ୍ତ୍ରଣା ହେବା

-ଜର, ବାନ୍ତି ହେବା

କାହିଁକି ବାରମ୍ବାର ହୋଇଥାଏ ୟୁରିନ୍ ଇନଫେକ୍ସନ୍?

-ଇ-କୋଲାଇ ବ୍ୟାକ୍ଟେରିଆ ଯେବେ ଟଏଲେଟ୍ ରାସ୍ତାରୁ ବ୍ଲାଡର୍ ପର୍ଯ୍ୟନ୍ତ ପହଞ୍ଚନ୍ତି। ସେତେବେଳେ ୟୁରିନ୍ ଇନଫେକ୍ସନ୍ ହୋଇଯାଏ।

-ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ଇନଫେକ୍ସନ୍ ହୋଇଥାଏ।

-ପାଣି କମ୍ ପିଇବା ଏବଂ ଅନେକ ଥର ଗାଧୋଇବା କାରଣରୁ ମଧ୍ୟ ହୋଇଥାଏ।

-ପବ୍ଲିକ୍ ଟଏଲେଟ୍ ବ୍ୟବହାର କରିବା ଏବଂ କୌଣସି କାରଣରୁ ଅଧିକ ସମୟ ଟଏଲେଟ୍‌ରେ ରହିବା କାରଣରୁ ହୋଇଥାଏ।

-କିଛି ଲୋକଙ୍କୁ କିଡ୍‌ନୀ ଷ୍ଟୋନ୍ ହେବା ଦ୍ୱାରା ବି ଇନଫେକ୍ସନ୍ ହୋଇଥାଏ।

କିପରି ଏଥିରୁ ଦୁରେଇ ରହିବା :

-ୟୁରିନ୍ ଇନଫେକ୍ସନ୍‌କୁ ଏଡାଇବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।

-ଫିଜିକାଲ୍ ରିଲେସନ୍ ରଖିବା ପୂର୍ବରୁ ଏବଂ ପରେ ପରିସ୍ରା ଯାଆନ୍ତି।

-ପ୍ରାଇଭେଟ୍ ପାର୍ଟକୁ ଭଲଭାବରେ କ୍ଲିନ୍ ରଖନ୍ତୁ।

-କୌଣସି ପ୍ରକାରର ହାଇଜିନ୍ ସ୍ପ୍ରେର ବ୍ୟବହାର କରନ୍ତୁ ନାହିଁ।

-ଗାଧୋଇବା ସମୟରେ ବାଥ୍ ଟବ୍‌ର କମ୍ ବ୍ୟବହାର କରନ୍ତୁ।

-ଟଏଲେଟ୍‌ରେ ଅଧିକ ସମୟ ରୁହନ୍ତୁ ନାହିଁ।