ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସାଇବର୍‌ କମାଣ୍ଡୋ ରୋକିବେ ଅପରାଧ,ଯୋଗ୍ୟତା ଭିତ୍ତିରେ ଜାତୀୟ ସ୍ତରରେ ନେବେ ତାଲିମ

Published By : Anindita Ratha | January 12, 2025 2:54 PM

କଟକ,୧୨/୦୧: ରାଜ୍ୟବ୍ୟାପୀ ବିଭିନ୍ନ  ଥାନାରେ ସାଇବର ଅପରାଧ ଅଭିଯୋଗ  ବଢ଼ିବାରେ ଲାଗିଛି । ତଦନ୍ତ ପ୍ରକ୍ରିୟାରେ ପୁଲିସ୍‌  ସେତେଟା ସଫଳ ହେଉନଥିବାରୁ ଏତଲାକାରୀ  ନିରାଶ ହେଉଛନ୍ତି । ଏଭଳି ସ୍ଥିତିରେ ଆଗାମୀ  ଦିନରେ ସାଇବର ଅପରାଧ ତଦନ୍ତରେ ରାଜ୍ୟ  ପୁଲିସ୍‌ ବାହିନୀରେ ସାଇବର କମାଣ୍ଡୋମାନେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି  ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି ।  ରାଜ୍ୟ ପୁଲିସ୍‌ ବାହିନୀ ପକ୍ଷରୁ ସାଇବର  କମାଣ୍ଡୋ ଚୟନ ପ୍ରକ୍ରିୟା କରାଯାଉଛି । ଜିଲ୍ଲା  ସ୍ତରରୁ ସୁପାରିସ ହୋଇଥିବା ବିଟେକ୍‌ ଡିଗ୍ରୀଧାରୀ  ଏସ୍‌ଆଇଙ୍କଠାରୁ ଆରମ୍ଭ କରି ଏଏସ୍‌ଆଇ ଓ  କନ୍‌ଷ୍ଟେବଲ ପ୍ରମୁଖ ଭୁବନେଶ୍ୱରସ୍ଥିତ ଟ୍ରାଫିକ୍‌  ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଟିଟିଆଇ) ରେ ଶନିବାର  ଏହି ପରୀକ୍ଷା ଦେଇଥିବା ସୂଚନା ମିଳିଛି ।  

ପ୍ରାଥମିକ ପର୍ଯ୍ୟାୟରେ ଶହେ ଜଣ ପୁଲିସ୍‌  କର୍ମଚାରୀ ପରୀକ୍ଷା ଦେଇଛନ୍ତି । ଓଏମ୍‌ଆର୍‌  ଭିତ୍ତିକ ୨୦୦ ନମ୍ବରର ପରୀକ୍ଷା ସାଇବର  ଅପରାଧ ସଂକ୍ରାନ୍ତ ପ୍ରଶ୍ନକୁ ନେଇ ହୋଇଥିଲା ।  ପରୀକ୍ଷା ଦେଇଥିବା ପୁଲିସ୍‌ କର୍ମଚାରୀମାନଙ୍କ  ମଧ୍ୟରୁ ଖୁବ ଶୀଘ୍ର ଯୋଗ୍ୟତା ତାଲିକା ପ୍ରକାଶ  ପାଇବ । ଯୋଗ୍ୟ ପୁଲିସ କର୍ମଚାରୀଙ୍କୁ ଜାତୀୟ  ସ୍ତରରେ ଇଣ୍ଡିଆନ୍‌ ସାଇବର କ୍ରାଇମ୍‌ କୋ-  ଅର୍ଡିନେସନ୍‌ ସେଣ୍ଟର ପକ୍ଷରୁ ସାଇବର ଅପରାଧ  ତଦନ୍ତରେ ଦକ୍ଷତା ବୃଦ୍ଧି ଲାଗି ଟ୍ରେନିଂ ଦିଆଯିବ ।  ଆଇଆଇଟି ବିଶେଷଜ୍ଞ ସମେତ ସାଇବର  ଜ୍ଞାନକୌଶଳ ସମ୍ପର୍କରେ ଜାତୀୟ ସ୍ତରରେ  ଦକ୍ଷ ଅଧିକାରୀମାନଙ୍କଠାରୁ ସମ୍ପୃକ୍ତ ସାଇବର  କମାଣ୍ଡୋମାନେ ତାଲିମ୍‌ ନେଇ ଫେରିବା ପରେ  ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ  କରିବେ । ସାଇବର ଅପରାଧୀଙ୍କୁ ଠାବ କରିବା  ସହ ସେମାନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ  ଯୋଗାଡ଼ କରିବାରେ ଟ୍ରେନିଂପ୍ରାପ୍ତ ସାଇବର  କମାଣ୍ଡୋମାନେ ପ୍ରମୁଖ ଭୂମିକା ନେବେ  ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରୁ ସାଇବର  କମାଣ୍ଡୋ ଭାବେ କାର୍ଯ୍ୟ କରିବା ପାଇଁ ଇଛୁକ  କର୍ମଚାରୀମାନଙ୍କ ନାଁ ସୁପାରିସ କରିବା  ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ ନଭେମ୍ବର  ମାସରେ ଜିଲ୍ଲା ଏସ୍‌ପିମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଥିଲା । ଏଥିଲାଗି ଏସ୍‌ପିମାନେ  ବିଟେକ୍‌ ଡିଗ୍ରୀଧାରୀ ପୁଲିସ୍‌ କର୍ମଚାରୀଙ୍କ ନାଁ  ଚୟନ କରି କ୍ରାଇମବ୍ରାଞ୍ଚକୁ ପଠାଇଥିଲେ ।  ଜିଲ୍ଲା ସ୍ତରରେ ହୋଇଥିବା ଚୟନ ପ୍ରକ୍ରିୟାରେ  କେତେକ ଅଫିସର ନିରାଶ ହୋଇଥିବା  ଅଭିଯୋଗ ହୋଇଛି । 

ଅନ୍ୟପକ୍ଷରେ  ଏସ୍‌ପିମାନେ ଡିସେମ୍ବରରେ ପଠାଇଥିବା  ବିଟେକ୍‌ ଡିଗ୍ରୀଧାରୀ ପୁଲିସ୍‌ କର୍ମଚାରୀମାନଙ୍କ  ନାଁ ଯାଞ୍ଚ ପରେ ସେଥିରୁ ଶହେ ଜଣଙ୍କ  ନାଁକୁ କ୍ରାଇମବ୍ରାଞ୍ଚ ବାଛି ପରୀକ୍ଷା କରାଇଛି ।  ସୂଚନାଯୋଗ୍ୟ, ସାଇବର ଠକେଇ  ସଂକ୍ରାନ୍ତରେ ୨୦୨୩ରେ ରାଜ୍ୟରେ ବିଭିନ୍ନ  ଥାନାରେ ୧୮ ହଜାର ୯୯୪ ଅଭିଯୋଗ  ହୋଇଥିବା ବେଳେ ୨୦୨୪ରେ ୪୦ ହଜାର  ୨୭୦ ଅଭିଯୋଗ ହୋଇଥିଲା । ଏହି ଦୁଇ  ବର୍ଷରେ ହୋଇଥିବା ଅଭିଯୋଗରୁ ପୁଲିସ୍‌  ମାତ୍ର ୭୬୯ଟି ମାମଲା ରୁଜୁ କରିଥିଲା ।  ଅଧିକାଂଶ ସାଇବର ଠକେଇ ଅଭିଯୋଗରେ  ଅଭିଯୋଗକାରୀଙ୍କ ଏତଲାକୁ ପୁଲିସ୍‌  ଗୁରୁତ୍ୱ ଦେଉନଥିବାରୁ ସେଗୁଡ଼ିକ ପଞ୍ଜିକୃତ  ହୋଇପାରୁନଥିବା ଜଣାଯାଇଛି । ଥାନା  ସ୍ତରରେ ସାଇବର ଅପରାଧ ତଦନ୍ତରେ  ଅଫିସରମାନଙ୍କ ଦକ୍ଷତା ନଥିବାରୁ ସେମାନେ  ମାମଲା ରୁଜୁ କରି ବୋଝ ନେବାକୁ ପ୍ରସ୍ତୁତ  ନାହାନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.