ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଓ ନୌସେନା ପାଇଁ ହକ୍ ୧୧୫ ମଡର୍ଣ୍ଣ ଜେଟ୍ ଟ୍ରେନିଂ ବିମାନ କିଣିବା ଦୁର୍ନୀତି ଅଭିଯୋଗ ମାମଲାରେ ସିବିଆଇର ଆକ୍ସନ ତୀବ୍ର ହୋଇଛି। ଯାଞ୍ଚ ଏଜେନ୍ସି ବ୍ରିଟିଶ ଏରୋସ୍ପେସ୍ ଓ ପ୍ରତିରକ୍ଷା କମ୍ପାନୀ ରୋଲ୍ସ-ରୟସ ପିଏଲସି , ଏହାର ଇଣ୍ଡିଆନ ୟୁନିଟର ସିନିୟର ଅଧିକାରୀ ଓ ଆର୍ମ୍ସ ଡିଲରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ପ୍ରାଥମିକତା ଅନୁସାରେ , ସିବିଆଇ ମାମଲାରେ ୬ ବର୍ଷର ଯାଞ୍ଚ ପୁରା ହେବା ପରେ ଆଇପିସିର ଧାରା ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) , ୪୨୦ ( ଠକେଇ) ଓ ଦୁର୍ନୀତି ନିବାରକ ଆଇନର ପ୍ରାବଧାନ ଅନୁସାର ରୋଲ୍ସ-ରୟସ ଇଣ୍ଡିଆର ନିର୍ଦ୍ଦେଶକ ଟିମ୍ ଜୋନ୍ସ , ଅସ୍ତ୍ରଶସ୍ତ୍ର ସପ୍ଲାୟର ସୁଧୀର ଚୌଧୁରୀ ଓ ତାଙ୍କର ପୁଅ ଭାନୁ ଚୋଧୁରୀ ଓ ବ୍ରିଟିଶ ଏରୋସ୍ପେସ୍ ସିଷ୍ଟମ୍ସ ବିରୋଧରେ ମାମଲା ରୁଜୁ କରିଛି। ଏବେ ରୋଲ୍ସ ରୟସରୁ ଏହା ଉପରେ ପ୍ରତିକ୍ରିୟା ମିଳିନାହିଁ ।
ଅଧିକାରୀମାନେ କହିଛନ୍ତି କି, ୨୦୧୭ରେ ଏକ ବ୍ରିଟିଶ କୋର୍ଟ ମଧ୍ୟ ଡିଲ୍ ସ୍ୱିଙ୍ଗ ପାଇଁ କମ୍ପାନୀ ଦ୍ୱାରା ମଧ୍ୟସ୍ଥିଙ୍କୁ ସାମିଲ କରିବା ଓ କମିଶନର ଦେୟ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ଅଭିଯୋଗ କି ୨୦୦୩-୧୨ ବେଳେ ଷଡ଼ଯନ୍ତ୍ରରେ ସାମିଲ ଏହି ଅଭିଯୁକ୍ତ ମାନେ ୭୩.୪୨ କୋଟି ବ୍ରିଟିଶ ପାଉଣ୍ଡର ମୂଲ୍ୟରେ ୨୪ ହକ୍ ୧୧୫ ଏଜେଟିର କିଣିବାର ପ୍ଲାନ କରିଥିଲେ। ଏଥିପାଇଁ ସେମାନେ ଅଜଣା ପବ୍ଲିକ ସର୍ଭାଣ୍ଟଙ୍କ ସହ ମିଶି ନିଜର ଅଫିସିଆଲି ପଦର ଦୁରୁପଯୋଗ କରିଥିଲେ । ସେମାନେ ୩୦.୮୨ କୋଟି ଆମେରିକୀୟ ଡଲାର ଓ ୭୫ ଲକ୍ଷ ଆମେରିକୀୟ ଡଲାରର ଅତିରିକ୍ତ ରାଶି ପାଇଁ ରୋଲ୍ସ ରୟସକୁ ସପ୍ଲାଇ କରାଯାଇ ଥିବା ସାମଗ୍ରୀ ବଦଳରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ର ୪୨ ଅତିରିକ୍ତ ବିମାନର ଲାଇସେନ୍ସ ନିର୍ମାଣର ଅନୁମତି ଦେଇଛନ୍ତି ।
ସିବିଆଇର ଏଫଆଇଆରରେ ଅଭିଯୋଗ ଲଗାଯାଇ ଥିଲା କି ଏହି ଚୁକ୍ତି ରୋଲ୍ସ ରୟସ ଦ୍ୱାରା ମଧ୍ୟସ୍ଥିଙ୍କୁ ଦିଆଯାଇ ଥିଲା ବହୁ ମୂଲ୍ୟର ଲାଞ୍ଚ , କମିଶନ ଓ ଦୁର୍ନୀତିର ବିରୋଧରେ କରାଯାଇଥିଲା । ଯାହାକି ଡିଲ୍ ସମ୍ୱନ୍ଧିତ କାଗଜପତ୍ରରେ ମଧ୍ୟସ୍ଥିଙ୍କ ଦେୟ ଉପରେ ରୋକ୍ ଲଗେଇବା କଥା କୁହାଯାଇ ଥିଲା । ଏଚଏଏଲ ଅଗଷ୍ଟ ୨୦୦୮ରୁ ମଇ ୨୦୧୨ ମଧ୍ୟରେ ଭାରତୀୟ ବାୟୁ ସେନାକୁ ୪୨ ବିମାନ ଦେଇଛି। ଜାନୁୟାରୀ ୨୦୦୮ରେ ଏଚଏଏଲ ପ୍ରତିରକ୍ଷା ମନ୍ତ୍ରାଳୟରୁ ୯,୫୦୨ କୋଟି ଟଙ୍କାର ଦେୟରେ ୫୭ ଟି ଅତିରିକ୍ତ ହକ୍ ବିମାନର ନିର୍ମାଣ ପାଇଁ ଲାଇସେନ୍ସ ଦେବାକୁ ଅପିଲ କରିଥିଲା , ଯେଉଁଥିରୁ ୪୦ ବିମାନ ବାୟୁ ସେନା ପାଇଁ ଓ ୧୭ଟି ନୌସେନା ପାଇଁ ଥିଲା ।
ଏହାସହ ମଧ୍ୟ ପଢି ପାରିବେ -ଧରାପଡ଼ିଲା ସାକ୍ଷୀଙ୍କ ହତ୍ୟାକାରୀ , ବୁଲନ୍ଦସହରରୁ ପୁଲିସ କଲା ଗିରଫ