PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ଋଷି କୁମାର ଶୁକ୍ଳା ସିବିଆଇର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଋଷି କୁମାର ଶୁକ୍ଳା ସିବିଆଇ ନୂଆ ନିର୍ଦ୍ଦେଶକ। ସେ ୧୯୮୩ ବ୍ୟାଚର ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ ଅଧିକାରୀ। ତାଙ୍କ କାର‌୍ୟ୍ୟକାଳ ୨ ବର୍ଷ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଚୟନ କମିଟି ତାଙ୍କ ନାଁ ଘୋଷଣା କରିଛନ୍ତି। ଏହି କମିଟିରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାର ପତି ରଞ୍ଜନ ଗୋଗୋଇ ସଦସ୍ୟ ଅଛନ୍ତି । ଗତକାଲି ନୂତନ ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ବୈଠକ ଆଜି ଅନୁଷ୍ଠିତ ହୋଇଥିଲେ ମଧ୍ୟ ନୂତନ ନିର୍ଦ୍ଦେଶକ ଚୟନ ନିଷ୍ପତ୍ତି ହୋଇପାରି ନଥିଲା । ଏହା ପୂର୍ବରୁ ୨୪ ତାରିଖରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମ ବୈଠକରେ କମିଟି ସଦସ୍ୟ କଂଗ୍ରେସ ନେତା ମଲ୍ଲିକାଜୁର୍ନ ଖଡ଼ଗେ ସମସ୍ତ ପ୍ରାର୍ଥୀଙ୍କ ସଂପର୍କରେ ବିସ୍ତୃତ ବିବରଣୀ ତର୍ଜମା କରିବେ ବୋଲି କହିଥିଲେ। ଏହି କମିଟିରେ ଅନ୍ୟତମ ସଦସ୍ୟ ହେଲେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ। ୨୪ ଦିନ ଧରି ସିବିଆଇ ନିର୍ଦ୍ଦେଶକ ପଦବି ଖାଲି ପଡ଼ିଥିବାରୁ ଏଥିରେ ଉଦ୍ବେଗ ପ୍ରକାଶ କରି ଗତକାଲି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ତତ୍କାଳ ପଦକ୍ଷେପ ନେବାକୁ କହିଥିଲେ