ନୂଆଦିଲ୍ଲୀ: ଅଭିନେତ୍ରୀ ଯେତିକି ଚାଲାଖ ଅଭିନୟ କରି ଚୋରି କରୁଥିବା ଅଭିଯୁକ୍ତଙ୍କୁ ଧରିବାରେ ସିବିଆଇ ସେତିକି ଧୁରନ୍ଧର। ଦର୍ଶକଙ୍କୁ ସିନା ଅଭିନୟ ମାଧ୍ୟମରେ ମନୋରଞ୍ଜନ ଯୋଗାଉଥିଲେ କିନ୍ତୁ ଚୋରି କଲାବେଳେ ଅଭିନେତ୍ରୀଙ୍କ ଅଭିନୟର ଯେ ଅନ୍ତ ଘଟିବ ସେକଥା କିଏବା ଜାଣିଥିଲା। ବର୍ତ୍ତମାନ କେନ୍ଦୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ବର୍ତ୍ତମାନ ଦେଶର ହାଇ ପ୍ରୋଫାଇଲ ସୁନା ଚୋରାକାରବାର ପଛରେ ଥିବା କାରଣ ଖୋଜିବାରେ ଲାଗିପଡିଛି। ଏ ମାମଲାରେ ରାନ୍ୟା ରାଓଙ୍କ ବେଙ୍ଗାଲୁରୁ ସ୍ଥିତ ଘର ସାଙ୍ଗକୁ ସେ ବିବିାହ କରିଥିବା ହୋଟେଲକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ସିବିଆଇ।
ଖବର ମୁତାବକ, ସିବିଆର ଅଧିକରୀମାନେ ସୁନା ଚୋରାକାରବାର ପାଇଁ ରାନ୍ୟାଙ୍କ ବାସଭବନ ସମେତ କର୍ଣ୍ଣାଟକ ଶିଳ୍ପାଞ୍ଚଳରେ ଥିବା ଅଫିସ ଓ ସେ ବିବାହ କରିଥିବା ହୋଟେଲରେ ଚଢାଉ କରିଛନ୍ତି। ସିବିଆଇର ନଜର ବର୍ତ୍ତମାନ ରାନ୍ୟାଙ୍କ ବାହାଘରକୁ ଆସିଥିବା ଅତିଥିମାନଙ୍କ ଉପରେ ରହିଛି ବୋଲି ସୂଚନା ମିଳିଛି। କାରଣ ତାଙ୍କ ବିବାହକୁ ଅନେକ ଅତିଥି ଆସିବା ସହ ତାଙ୍କୁ ଅନେକ ମୁଲ୍ୟବାନ ଉପହାର ମଧ୍ୟ ପ୍ରଦାନ କରିଥିଲେ। ଏଣୁ ମୁଲ୍ୟବାନ ଉପହାର ଦେଇଥିବା ଅତିଥିମାନଙ୍କ ସହ ରାନ୍ୟାଙ୍କର କଣ ସମ୍ୱଦ୍ଧ ରହିଛି ତାହା ଉପରେ ସିବିଆଇ କଡା ନଜର ରଖିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

ଏହି ଛାନଭିନରେ ରାନ୍ୟା ରାଓଙ୍କ କେଉଁ ମାନଙ୍କ ସହ ସମ୍ୱଦ୍ଧ ରହିଛି ତାହା ଜଣା ପଡିବା ସହ ସୁନା ଚୋରାକାରବାର ସମ୍ୱଦ୍ଧରେ କିଛି ତଥ୍ୟ ମିଲିପାରିବ ବୋଲି ସିବାଆଇ ଆଶା ପ୍ରକଟ କରିଛି। ସିବାଆଇର ଦିଲ୍ଲୀ ୟୁନିଟରୁ ଜଣେ ଅଧିକାରୀ ଏହି ତଦନ୍ତଭାରର ଦାୟିତ୍ତ୍ୱ ଗ୍ରହଣ କରିଥିବା ଜଣା ପଡିଛି। ଏହି ଟିମ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଛଢାଉ କରିବା ସହ ତାଙ୍କର ଆର୍ଥିକ ଓ ରେଗୁଲେଟୋରୀ ଅନିୟମିତତା ଉପରେ ଦୃଢ ନଜର ରଖିଥିବା ଜଣାପଡିଛି।
ଅନ୍ୟପଟେ ଗତକାଲି ଆର୍ଥିକ ଅପରାଧର ସ୍ପେଶାଲ କୋର୍ଟରେ ରାନ୍ୟା ରାଓଙ୍କ ବିଚାର ହୋଇଥିଲା। ସେ ଶୁଣାଣୀ ବେଳେ ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶକ(ଡିଆରଆଇ)ଙ୍କ ଅଧିକାରୀମାନେ ତାଙ୍କ ଉପରେ ମୈଖିକ ନିର୍ଯାତନା ଦେଇଥିଲେ ବୋଲି ଅବିଯୋଗ କରିଛନ୍ତି। ତେବେ ତାଙ୍କ ଜାମିନ ଆବେଦନ ବର୍ତ୍ତମାନ ମଧ୍ୟ କୋର୍ଟରେ ବିଚାରଧିନ ରହିଛି। ସେହିପରି ଡିଆରଆଇର ଆଇନଗତ ଦଳ ଆଜିର ଶୁଣାଣୀରେ ତାଙ୍କ ଜାମିନ ଉପରେ ଆପତ୍ତି ଦାଖଲ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି।