PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ସିବିଆଇ-ପୁଲିସ ବିବାଦ: ପଶ୍ଚିବଙ୍ଗ ମୁଖ୍ୟସଚିବ, ପୁଲିସ ଡ଼ିଜି ଓ କୋଲକାତା ପୁଲିସ କମିସନରଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କଲେ ସୁପ୍ରିମକୋଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଚିଟ୍‌ ଫଣ୍ଡ ମାମଲା ନେଇ ସିବିଆଇ- ପଶ୍ଚିମବଙ୍ଗ ପୁଲିସ ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ହେବା ଘଟଣାରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦନ କରିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରି କହିଛନ୍ତି ଯେ, ପୁଲିସ କମିସନର ରାଜୀବ କୁମାର ସିବିଆଇ ନିକଟରେ ମାମଲାର ତଦନ୍ତ ପାଇଁ ଉପଲବ୍ଧ ହେବା ସହିତ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ତେବେ ସିବିଆଇ ଶ୍ରୀ କୁମାରଙ୍କୁ ଗିରଫ କରି ରଖିବାକୁ ସୁପ୍ରିମ କୋର୍ଟ ଏହି ୩ ଜଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି ଏହି ମାମଲାର ଶୁଣାଣି ଆରମ୍ଭ ପୂର୍ବରୁ ସିବିଆଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ସତ୍ୟପାଠ ଜରିଆରେ ଜଣାଇଥିଲେ ଯେ ସାରଦା ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ରାଜୀବ କୁମାର ଘଟଣାର ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ଜବତ ହୋଇଥିବା ଲାପ୍‌ଟପ୍‌ ଓ ମୋବାଇଲରୁ ପାରିବ ନାହିଁ। କୋର୍ଟ ତାଙ୍କର ରାୟରେ ସ୍ପଷ୍ଟ କରିଛନ୍ତି ଯେ ସିବିଆଇ ଶ୍ରୀ କୁମାରଙ୍କୁ ପଚରାଉଚରା କରି ପାରିବେ। ମାତ୍ର ତାଙ୍କୁ ଗିରଫ କରି ପାରିବେ ନାହିଁ ବୋଲି ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଓ ପୁଲିସ କମିସନର ଶ୍ରୀ କୁମାରଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। ଚଳିତ ଫେବ୍ରୁଆରି ମାସ ୨୦ ତାରିଖ ସୁଦ୍ଧା ଏହିନୋଟିସର ଉତ୍ତରସମସ୍ତ ତଥ୍ୟ ସଂଗ୍ରହ ନ କରି ଏହି ଲାପଟପ୍‌ ଓ ମୋବାଇଲକୁ ସେମାନଙ୍କୁ ଫେରାଇ ଦେଇଥିଲେ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସିବିଆଇ ତଦନ୍ତ ଆରମ୍ଭ କରିବା ସମୟରେ ବହୁ ତଥ୍ୟ ମିଳି ନ ଥିଲା ବୋଲି ସିବିଆଇ ସତ୍ୟପାଠରେ ଜଣାଇଛି।

ସମ୍ବନ୍ଧିତ ଖବର