ଭୁବନେଶ୍ୱର, ୧୪/୦୫: ଚଳିତବର୍ଷ ନୂଆ ଷ୍ଟାଇଲ୍ ତଥା ଢଙ୍ଗରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ଖାତା ଦେଖିଛି ସିବିଏସ୍ଇ । ପ୍ରଥମ କରି ଅନ୍ ସ୍କ୍ରିନ୍ ମାର୍କିଂ(ଓଏସ୍ଏମ୍) ତଥା ଅନ୍‌ଲାଇନ୍‌ରେ ପରୀକ୍ଷା ଖାତା ଦେଖାଯାଇଛି । ଏହାକୁ ସଫଳତାର ସହ ହୋଇଛି ବୋଲି ସିବିଏସ୍ଇ ଯୁକ୍ତି ମଧ୍ୟ ବାଢ଼ିଛି । ୯୮ ଲକ୍ଷ ୬୬ ହଜାର ୬୨୨ଟି ପରୀକ୍ଷା ଖାତାକୁ ଅନ୍‌ଲାଇନ୍ ମାଧ୍ୟମରେ ମୂଲ୍ୟାୟନ କରାଯାଇଛି । ଏଥିପାଇଁ ୮୮ ହଜାର କମ୍ପ୍ୟୁଟର ବ୍ୟବହାର କରାଯାଇଛି ।

ସିବିଏସ୍ଇର ତଥ୍ୟ ଅନୁଯାୟୀ, ୧୨୦ଟି ବିଷୟରେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହୋଇଥିଲା । ଖାତା ଦେଖିବା ପାଇଁ ୬ହଜାରରୁ ଅଧିକ ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଥିଲା । ୫୪୩୫ଜଣ ସେଣ୍ଟର ନୋଡାଲ୍ ସୁପଭାଇଜର ନିୟୋଜିତ ହୋଇଥିଲେ । ୭୦ ହଜାର ଶିକ୍ଷକ ମୂଲ୍ୟାଙ୍କନ ପାଇଁ ନିୟୋଜିତ ହୋଇଥିଲେ । ମୂଲ୍ୟାଙ୍କନ ପାଇଁ ୧୭ ହଜାର ୫୦୦ ସହକାରୀ ମୁଖ୍ୟ ପରୀକ୍ଷକଙ୍କୁ ନିୟୋଜିତ କରାଯାଇଥିଲା । ୩୮୮୯ଜଣ ମୁଖ୍ୟ ପରୀକ୍ଷକ ନିୟୋଜିତ ହୋଇଥିଲେ । ସିବିଏସ୍ଇର କହିବା କଥା, ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ଏହି ଅନ୍ଲାଇନ୍ ପ୍ରଣାଳୀରେ ଖାତା ଦେଖା ହୋଇଛି । ଏହାକୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନେ ମଧ୍ୟ ସ୍ୱାଗତ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  Panchayat Election 2027: ମିଶନ ପଞ୍ଚାୟତ ଓ ପୌର ନିର୍ବାଚନ, ମହିଳା ଭୋଟ ହାତେଇବାକୁ ସବୁ ଦଳର ପାଗଭିଡ଼ା