ସିନେମା ହଲରେ ଦର୍ଶକଙ୍କ ସୁରକ୍ଷା ଚିନ୍ତା: ସିସିଟିଭି, ସିକ୍ୟୁରିଟି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ମହାରାଜା ହଲ୍ରେ ସାମ୍ବାଦିକଙ୍କୁ ଆକ୍ରମଣ ପରେ ଚୁପ୍ ହୋଇ ବସିଥିଲା କମିଶନରେଟ୍ ପୁଲିସ୍ । ସିନେମା ହଲକୁ ଯାଉଥିବା ଯୁବତୀ, ମହିଳାଙ୍କ ସୁରକ୍ଷାକୁ ହେୟଜ୍ଞାନ କରି ଚାଲିଥିଲା । ହେଲେ କେଶରୀ ହଲରେ ଯୁବତୀଙ୍କୁ ଆକ୍ରମଣ ହେବା ପରେ ଏବେ ଚେତା ପଶିଛି ପୁଲିସ୍ର । ହଲ୍ଗୁଡ଼ିକ ସୁରକ୍ଷା ଚିନ୍ତା ଏବେ ପୁଲିସକୁ
ଘାରିଛି । ଦର୍ଶକଙ୍କ ସୁରକ୍ଷା ପାଇଁ ଖୁବ୍ ଶୀଘ୍ର ହଲ ମାଲିକଙ୍କୁ ଡାକି ପୁଲିସ ତାଗିଦ୍ କରିବ । ସିନେମା ହଲରେ ସିସିଟିଭି କ୍ୟାମେରା ଓ ପ୍ରାଇଭେଟ୍ ସିକ୍ୟୁରିଟି ବାଧ୍ୟତାମୂଳକ କରିବା ଲାଗି ଇସ୍ତାହାର ଜାରି କରିବ । ସେିନମା ହଲରେ ବଦ୍ଧୃ ିପାଉଥବିା ଅସାମାଜକିଙ୍କ ଉôପାତ ଉପରେ ଡିସିପି ଅନୁପ ସାହୁ କହିଛନ୍ତି, ହଲ୍ ମାଲିକ ଓ ମ୍ୟାନେଜରଙ୍କୁ ନେଇ ଖୁବ
ଶୀଘ୍ର ଏକ ବୈଠକ ଡକାଯିବ । ସମସ୍ତ ହଲ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ସେମାନଙ୍କୁ ତାଗିଦ କରାଯିବ । ହଲ ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଇବାକୁ
ବାଧ୍ୟ କରାଯିବ । ଦର୍ଶକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ସିକ୍ୟୁରିଟି ଗାର୍ଡ ରଖିବାକୁ ସେମାନଙ୍କୁ ପରାମର୍ଶ ଦିଆଯିବ । ସୂଚନାଯୋଗ୍ୟ, ରାଜଧାନୀରେ ୭ରୁ ଅଧିକ
ସାଧାରଣ ସିନେମା ହଲ୍ ଓ ଆଉ କେତେକ ମଲ୍ଟିପ୍ଲେକ୍ସ ରହିଛି । ପ୍ରତିଦିନ ସିନେମା ଦେଖିବାକୁ ହଜାର ହଜାର ଦର୍ଶକ ସେଠାକୁ ଯାଉଛନ୍ତି । ଏପରିକି ମଲ୍ଟି ପ୍ଲେକ୍ସରେ ରାତି ଅଧ ଯାଏ ବି ସିନେମା ଚାଲୁଛି । ମଲ୍ଟିପ୍ଲେକ୍ସରେ ସିକ୍ୟୁରିଟି ବ୍ୟବସ୍ଥା ଥିବା ବେଳେ ସାଧାରଣ ସେିନମା ହଲରେ ସୁରକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଢଲିା । କାଁ ଭାଁ ସିକ୍ୟୁରିଟି ଗାର୍ଡ ବୁଲୁଛନ୍ତି । ହେଲେ ସେମାନଙ୍କ ହାତରେ ଖଣ୍ଡିଏ ଲାଠି ବି ରହୁନି । ଫଳରେ ଅସାମାଜକି ସବୁ ସୀମା ସରହଦ ଡେଇଁ ଲୋକଙ୍କ ସାମ୍ନାରେ ହଲ୍ ଭିତରେ ମହିଳାଙ୍କୁ ଅସଦାଚରଣ କରୁଛନ୍ତି । ଗତକାଲି କେଶରୀ ଟକିଜ୍ରେ ଓୟୁଏଟି ଛାତ୍ରୀଙ୍କୁ ବେଲ୍ଟରେ ପିଟିବା ଏହାର ଜ୍ୱଳନ୍ତ ଉଦାହରଣ । ଏହା ବ୍ୟତୀତ ହଲ୍ ବାହାରେ ଅସାମାଜିକ ଓ ଟିକେଟ୍ ବ୍ଲାକରଙ୍କ ଦୌରାତ୍ମ ବି କିଛି କମ୍ ନୁହେଁ । ଏସବୁ ରୋକା ନଗଲେ ଆଗକୁ ସିନେମା ହଲ ନିଶ୍ଚିତ ଭାବେ ସବୁଠାରୁ ଅସୁରକ୍ଷିତ ସ୍ଥାନ ଭାବେ ବିବେଚିତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।