ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସିଡିଏ ଜମିର ଭାଗ୍ୟ ବଦଳୁନି: ଫ୍ରି-ହୋଲ୍‌ଡ୍‌ ହୋଇପାରୁନି ୮୫୩ ଏକର, ତିନି ତହସିଲ୍‌ରେ ପଡ଼ିରହିଛି ଫାଇଲ

Published By : Prameya | April 19, 2025 2:08 PM

କଟକ,୧୯/୦୪: ଭୁବନେଶ୍ୱର ଉନ୍ନୟନ  କର୍ତ୍ତୃପକ୍ଷ (ବିଡିଏ) ଓ କଟକ ଉନ୍ନୟନ କର୍ତ୍ତୃପକ୍ଷ  (ସିଡିଏ)ଙ୍କ ଅଧୀନରେ ଥିବା ସମସ୍ତ ଜମି ଲିଜ୍‌ ହୋଲ୍‌ଡ୍‌ ପରିବର୍ତ୍ତେ ଫ୍ରି-ହୋଲ୍‌ଡ୍‌ ହେବ । ଏନେଇ  ରାଜ୍ୟ ସରକାର ପ୍ରାୟ ଦୁଇ ବର୍ଷ ତଳେ ବିଜ୍ଞପ୍ତି  ଜାରି କରିଥିଲେ । ଇତିମଧ୍ୟରେ ବିଡିଏର ସମସ୍ତ  ଜମି ଫ୍ରି-ହୋଲ୍‌ଡ୍‌ ହୋଇସାରିଲାଣି । ହେଲେ ସିଡିଏ ଜମିର ଭାଗ୍ୟ ବଦଳୁ ନାହିଁ । କଟକ  ସଦର, ଆଠଗଡ଼ ଓ ବାରଙ୍ଗ ତହସିଲ୍‌ ଅଧୀନରେ  ଥିବା ସିଡିଏର ପ୍ରାୟ ୮୫୩ ଏକର ଜମି ଲିଜ୍‌ ହୋଲ୍‌ଡ୍‌ରୁ ଫ୍ରି-ହୋଲ୍‌ଡ୍‌ ହୋଇପାରୁନାହିଁ । ଫ୍ରି-ହୋଲ୍‌ଡ୍‌ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ  ସିଡିଏ ପକ୍ଷରୁ ତିନି ତହସିଲ୍‌କୁ ବାରମ୍ବାର ଚିଠି  ଲେଖାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।  ସରକାରଙ୍କ ନିର୍ଦ୍ଦେଶ ଖୋଦ୍‌ ସରକାରୀ ବିଭାଗ ନମାନିବା ଭଳି ବିଚିତ୍ର ସ୍ଥିତି କାରଣରୁ ହଜାର  ହଜାର ସିଡିଏ ବାସିନ୍ଦା ଏବେ ନାହିଁ ନଥିବା  ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।  

୨୦୨୩ ଅଗଷ୍ଟ ୧୪ ତାରିଖରେ  ରାଜ୍ୟ ସରକାର ବିଡିଏ ଓ ସିଡିଏର  ସମସ୍ତ ଲିଜ୍‌ ହୋଲ୍‌ଡ୍‌ ଜମିକୁ ଫ୍ରି  ହୋଲଡ୍‌ରେ ପରିଣତ କରିବା  ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ ।  ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି  ପରେ ସିଡିଏ ପକ୍ଷରୁ ସେହିବର୍ଷ  ନଭେମ୍ବର ୧୬ ତାରିଖରେ ତିନି ତହସିଲ୍‌କୁ  ଚିଠି କରାଯାଇ ସିଡିଏର ସମସ୍ତ ଲିଜ୍‌ ଜମିକୁ ଫ୍ରି  ହୋଲ୍‌ଡ୍‌ ବା ସ୍ଥିତିବାନ୍‌ କରିବା ଲାଗି ଅନୁରୋଧ  କରାଯାଇଥିଲା । ଏଥିପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍‌  ମଧ୍ୟ ତିନି ତହସିଲ୍‌କୁ ପ୍ରଦାନ କରାଯାଇଥିଲା ।  ସିଡିଏର କେଉଁ ସେକ୍ଟରରେ କେତେ ଜମି ଲିଜ୍‌  ହୋଲଡ୍‌ରୁ ଫ୍ରି’ ହୋଲଡ୍‌ କରାଯିବ  ତାହାର ଏକ ବିସ୍ତୃତ ରିପୋର୍ଟ ମଧ୍ୟ  ଦିଆଯାଇଥିଲା । ରିପୋର୍ଟ ଅନୁସାରେ,  କଟକ ସଦର ତହସିଲ୍‌ ଅଧୀନରେ  ସିଡିଏ ସେକ୍ଟର-୬ ଓ ୭ରେ ୧୧୬ ଏକର  ୮ଶହ ଡିସିମିଲ୍‌ ଲିଜ୍‌ ଜମି ରହିଛି । ସେହିପରି  ସେକ୍ଟର-୧ରେ ୬୦ ଏକର ଲିଜ୍‌ ଜମି ଫ୍ରି’ ହୋଲଡ୍‌  ପାଇଁ ରହିଛି । ମୋଟ୍‌ ଉପରେ ଏହି ତହସିଲ୍‌ରେ  ୧୭୬ ଏକର ଜମି ଫ୍ରି ହୋଲ୍‌ଡ୍‌ ହେବ ।  

ସେହିପରି ଆଠଗଡ଼ ତହସିଲ୍‌ ଅଧୀନରେ  ଥିବା ସିଡିଏ ସେକ୍ଟର-୧୩ରେ ୮୪ ଏକର ୪୯  ଡିସିମିଲ୍‌ ଓ ସେକ୍ଟର-୧୫ରେ ୨୭ ଏକର ଜମି  ରହିଛି । ଉଭୟ ସେକ୍ଟରରେ ୧୧୧ ଏକର ଲିଜ୍‌  ଜମି ଫ୍ରି’ ହୋଲ୍‌ଡ୍‌ କରାଯିବ । ଅନ୍ୟପକ୍ଷରେ ବାରଙ୍ଗ  ତହସିଲ୍‌ ଅଧୀନରେ ସିଡିଏ ସେକ୍ଟର-୬ ଓ ୭ରେ  ୧୫୨ ଏକର ୫୪୦ ଡିସିମିଲ୍‌ ଜମି ରହିଥିଲା ବେଳେ  ସେକ୍ଟର-୮ରେ ୫୦ ଏକର, ସେକ୍ଟର-୯ରେ ୧୧୬  ଏକର ୯୯୦ ଡିସିମିଲ୍‌, ସେକ୍ଟର-୧୦ରେ ୬୦ଏକର  ୨୭୦ ଡିସିମିଲ୍‌, ସେକ୍ଟର-୧୧ରେ ୩୫ ଏକର  ୯୧୦ ଡିସିମିଲ୍‌ ଜମି, ନରଣପୁରରେ ଗୋଟିଏ ପ୍ଲଟ୍‌  ୧୮ଏକର ୬୫୦ ଡିସିମିଲ୍‌ର ଓ ଆଉ ଏକ ପ୍ଲଟ୍‌ ୧୦୧  ଏକର ୩୭୦ଡିସିମିଲ୍‌ ଜମି ରହିଛି । ମୋଟ୍‌ ଉପରେ  ବାରଙ୍ଗ ତହସିଲ୍‌ ଅଧୀନରେ ସିଡିଏର ସର୍ବାଧିକ  ୫୬୬ ଏକର ଜମି ଫ୍ରି-ହୋଲ୍‌ଡ୍‌ କରାଯିବ । 

ଜମି ଫ୍ରି-ହୋଲ୍‌ଡ୍‌କୁ ପରିବର୍ତ୍ତନ କରିବା  ପାଇଁ ରାଜ୍ୟ ସରକାର ଫି’ ମଧ୍ୟ ଧାର୍ଯ୍ୟ କରିଥିଲେ ।  ଅର୍ଥାତ ପ୍ରତି ଆପ୍ଲିକେସନ୍‌ ଫି’ ପାଇଁ ୫ହଜାର ଟଙ୍କା, ପ୍ରତି ଘୋଷଣାନାମା ପାଇଁ ୫ଶହ  ଟଙ୍କା ଏବଂ ପ୍ରତି ମାପ ଫି’ ପାଇଁ ୧ହଜାର ଟଙ୍କା  ଦେବା ଲାଗି ସିଡିଏକୁ କହିଥିଲେ । ସିଡିଏ ମଧ୍ୟ ଏହି ହିସାବରେ ସମସ୍ତ ଦେୟ ପ୍ରତ୍ୟେକ ତହସିଲ୍‌କୁ  ପ୍ରଦାନ କରିସାରିଛି ବୋଲି ସିଡିଏର ଜଣେ ବରିଷ୍ଠ  ଅଧିକାରୀ ସୂଚନା ଦେଇଛନ୍ତି । ଏହା ସତ୍ତେ୍ୱ ଦୁଇବର୍ଷ  ହେଲାଣି ତିନି ତହସିଲ୍‌ କର୍ତ୍ତୃପକ୍ଷ ଏହି ଜମିକୁ  ଫ୍ରି-ହୋଲ୍‌ଡ୍‌ କରିବା ପାଇଁ ଆବଶ୍ୟକ ପଦକ୍ଷେପ  ଗ୍ରହଣ କରୁନାହାନ୍ତି । 

ଏ ସଂପର୍କରେ ସିଡିଏର ଜଣେ  ଅଧିକାରୀ କହିଛନ୍ତି ଯେ, ସିଡିଏର ଦାୟିତ୍ୱ ହେଲା  ଲିଜ୍‌ ହୋଲ୍‌ଡ୍‌ରେ ଥିବା ସମସ୍ତ ଜମିର ରେକର୍ଡପତ୍ର  ସଂପୃକ୍ତ ତହସିଲ୍‌କୁ ପ୍ରଦାନ କରିବା । ସିଡିଏ ମଧ୍ୟ ଏହି  କାର୍ଯ୍ୟ କରିସାରିଛି । କିନ୍ତୁ ତହସିଲ୍‌ଗୁଡ଼ିକ ଏ ଦିଗରେ  କୌଣସି ପଦକ୍ଷେପ ଗ୍ରହଣ ନକରିବା ଫଳରେ ଫ୍ରି’  ହୋଲ୍‌ଡ୍‌ ହେବା କାର୍ଯ୍ୟ ଆଗେଇ ପାରୁନାହିଁ । ଏ  ସଂକ୍ରାନ୍ତରେ କଟକ ସଦର ତହସିଲ୍‌ଦାର ସୁଜୟ  କୁମାର ପତି କହିଛନ୍ତି ଯେ, ସିଡିଏ ପକ୍ଷରୁ ଚିଠି  ଲେଖାଯିବା ପରେ ସେମାନେ ଏକ ବିଜ୍ଞପ୍ତି ଜାରି କରି  ସିଡିଏ ଜମି ମାଲିକାନାସ୍ୱତ୍ତ୍ୱରେ ଥିବା ବ୍ୟକ୍ତିମାନଙ୍କଠାରୁ  ଜବାବ ଲୋଡ଼ିଛନ୍ତି । 

ଯଦି ଜମିକୁ ନେଇ କାହାର କିଛି  ଅଭିଯୋଗ ଥାଏ ତାହେଲେ ସେମାନେ ତାହା ଦାଖଲ  କରିବେ । ଅଭିଯୋଗ ଦାଖଲ ପରେ ସେମାନଙ୍କ  ପକ୍ଷ ଶୁଣାଯିବ । ତାପରେ ଫ୍ରି’ ହୋଲ୍‌ଡ୍‌କୁ ନେଇ  ଯାହା ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ସଦର  ତହସିଲ୍‌ରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା  ବେଳେ ଅନ୍ୟ ଦୁଇ ତହସିଲ୍‌ ପକ୍ଷରୁ କିନ୍ତୁ ଏ  ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇନଥିବା  ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.