ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ପଦୋନ୍ନତିରେ ବ୍ୟତିକ୍ରମ ପ୍ରତିବାଦରେ ସିଡିଏମ୍ଓ କାର୍ଯ୍ୟାଳୟ ଘେରିଲେ; ଆନ୍ଦୋଳନକୁ ଓହ୍ଲାଇଲେ ବହୁମୂଖୀ ମହିଳା ସ୍ଵାସ୍ଥ୍ୟକର୍ମୀ

Published By : Bijay Swain | June 23, 2025 10:44 PM

ଭବାନୀପାଟଣା,୨୩/୬: ସୋମବାର ଆନ୍ଦୋଳନକୁ ଓହ୍ଲାଇଲେ କଳାହାଣ୍ଡି ଜିଲ୍ଲାର ବହୁମୂଖୀ ମହିଳା ସ୍ଵାସ୍ଥ୍ୟକର୍ମୀ। ଲେବେଲ-୦୨ରୁ ଲେବେଲ−୦୧ ପଦୋନ୍ନତିରେ ବିଳମ୍ବ କରାଯିବାରୁ ଆଜି ମହିଳା ସ୍ବାସ୍ଥ୍ୟକର୍ମୀ ମାନେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସେଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ କରିଛନ୍ତି। ଜିଲ୍ଲାର କନିଷ୍ଠ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଗତ ରବିବାର ତରବରିଆ ଭାବେ ରାତାରାତି ପଦୋନ୍ନତି ଦେଇଥିବା ବେଳେ ବରିଷ୍ଠ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ କ୍ଷେତ୍ରରେ ବ୍ୟତିକ୍ରମ ହୋଇଥିବା ପ୍ରତିବାଦରେ ଧାରଣା ଦିଆଯାଇଥିବା କୁହାଯାଇଛି।

ଆନ୍ଦୋଳନକାରୀଙ୍କ କହିବା ହେଲା, କଳାହାଣ୍ଡି ଜିଲ୍ଲାରେ ସମସ୍ତ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ଲୋକଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ। ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ହେବ ସେମାନେ ତାଙ୍କର କାର୍ଯ୍ୟକୁ ସୁଚାର ରୂପେ କରି ଆବଶ୍ୟକୀୟ ସମସ୍ତ ରିପୋର୍ଟ୍ ସଠିକ ସମୟରେ ପ୍ରଦାନ କରିଆସୁଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ସଂଖ୍ୟା- ୩୫୦୦୨ରେ ୨୦୨୪ ମସିହା ଡିସେମ୍ବର ୨୧ ତାରିଖର ଚିଠି ଅନୁଯାୟୀ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ୨୦୨୫ ମସିହା ଜାନୁୟାରୀ ମାସର ଶେଷ ସପ୍ତାହ ସୁଦ୍ଧା ଡିପିସି ବୈଠକ ସଂପୂର୍ଣ କରାଯାଇ ସ୍ୱାସ୍ଥ୍ୟକର୍ମି (ପୁରୁଷ ଓ ମହିଳା)ଙ୍କ ଲେବେଲ-୨ରୁ ଲେବେଲ-୧କୁ ପଦୋନ୍ନତି ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। 

କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟ ଓ ବିଡମ୍ବନାର ବିଷୟ କି ଯେ, ଗତ ଏପ୍ରିଲ ୧୦ ତାରିଖ ଦିନ ସ୍ୱାସ୍ଥ୍ୟକର୍ମୀ ମହିଳା ମାନଙ୍କର ଡିପିସି ବୈଠକ ଏବଂ ଗତ ମେ ୨୮ ତାରିଖ ଦିନ ସ୍ୱାସ୍ଥ୍ୟକର୍ମୀ ପୁରୁଷ ମାନଙ୍କ ଡିପିସି ବୈଠକ ସଂପୂର୍ଣ ହୋଇଯାଇଥିଲେ ମଧ୍ୟ ତିପିସିର ସୁପାରିଶ କ୍ରମେ ଚୁଡାନ୍ତ ଯୋଗ୍ୟ ପୁରୁଷ ସ୍ୱାସ୍ଥ୍ୟ କର୍ମୀ (ପୁରୁଷ ଓ ମହିଳା)  ‌ଲେବଲ୍ -୨ରୁ ଲେବେଲ-୧ ପଦୋନ୍ନତିକୁ ସ୍ଥଗିତ ରଖାଯାଇଥିଲା । ଏହି ବିଷୟରେ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲାପାଳଙ୍କ ସମେତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଲିଖିତ ଓ ମୌଖିକ ଭାବରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ସମାଧାନ କରାଗଲା ନାହିଁ । ଇତି ମଧ୍ୟରେ ଆଜି ଯାଏ ୨୫ଟି ଜିଲ୍ଲାର ସ୍ୱାସ୍ଥ୍ୟ କର୍ମୀ (ପୁରୁଷ) ଏବଂ ୨୨ଟି ଜିଲ୍ଲାର ସ୍ୱାସ୍ଥ୍ୟକର୍ମି (ମହିଳା)ଙ୍କ ପଦୋନ୍ନତି ହୋଇ ସାରିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। 

ଗତ ମେ ୧୫ତାରିଖ କଟକ ଉଚ୍ଚ ନ୍ୟାୟାଳୟ ଦେଇଥିବା ଶୁଣାଣି ୮୩୭୭ ଓ ୮୩୭୮ ଅନୁଯାୟୀ ସମସ୍ତ ଯୋଗ୍ୟ ଉଭୟ ମହିଳା ଓ ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟ କର୍ମଚାରୀ ତଥା ଯେଉଁ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ୩୦/୬/୨୫ ଦିନ ଚାକିରୀରେ ଅବସର ନେଉଥିବେ, ସେମାନଙ୍କୁ ଲେବଲ ୨ ରୁ ଲେବଲ ୧ କୁ ପଦୋନ୍ନତ୍ତି ପ୍ରଦାନ କରାଯିବା କଥା। କିନ୍ତୁ କଳାହାଣ୍ଡି ଜିଲ୍ଲା ପରିପ୍ରେକ୍ଷୀରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଗତ ୨୨ ତାରିଖ ରବିବାର ତରବରିଆ ଭାବରେ ଡିପିସି ମାଧ୍ୟମରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ପଦୋନ୍ନତି ଦିଆଯାଇଥିଲା। 

ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଦୋନ୍ନତିରେ ବିଳମ୍ବ ପାଇଁ ପ୍ରକୃତରେ କାହାର ଭୁଲ ଏବଂ ଦାୟୀ କିଏ ଆଜି ଯାଏ ଏହାର କୌଣସି ସଠିକ ତ‌ଥ୍ୟ ଏବଂ ପାଇପାରୁ ନାହାନ୍ତି ବୋଲି ଧାରଣାରେ ବସିଥିବା ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ସେମାନେ ମାନସିକ ଓ ଆର୍ଥିକ ଚାପ ଗ୍ରସ୍ତ ହୋଇଥିବା ହୋଇଛନ୍ତି। ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ କନିଷ୍ଟ ପୁରୁଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦିଆ ଯାଇଥିବା ପରିଲିକ୍ଷିତ ହୋଇଛି। ଏହି ନିନ୍ଦନୀୟ ଘଟଣାର ତୀବ୍ର ପତିବାଦ ସ୍ୱରୂପ  ଆସାୟି ସ୍ୱାସ୍ଥ୍ୟ  ମହିଳା କର୍ମୀ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟଳୟ ସ୍ୱମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନ୍ୟାର୍ଯ୍ୟ ଦାବି ପାଇଁ ଧାରଣା ଆରମ୍ଭ କରିଥିବା ଜିଲ୍ଲା ସଭାନେତ୍ରୀ ନମିତା ସାହୁଙ୍କ ନେତୃତ୍ୱରେ ସିପ୍ରା ପଟ୍ଟନାୟକ, ସଂଜୁ ସାହୁ ତଥା ଜିଲ୍ଲାର ସମସ୍ତ ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ମାନେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.