ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ସିଡିଏମ୍‌ଓ କାର୍ଯ୍ୟାଳୟରେ ନକଲି ସାର୍ଟିଫିକେଟ୍‌ରେ ନିଯୁକ୍ତି: ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌, ତଦନ୍ତ ରିପୋର୍ଟରେ ଫସିବେ !

Published By : Prameya | June 1, 2025 12:20 PM

କଟକ,୦୧/୦୬: କଟକ ଜିଲ୍ଲା ମୁଖ୍ୟ  ଚିକିତ୍ସାଧିକାରୀ (ସିଡିଏମ୍‌ଓ) କାର୍ଯ୍ୟାଳୟରେ ଜାଲ୍‌  ପ୍ରମାଣପତ୍ର ଦେଇ ନିଯୁକ୍ତି ବିବାଦ ଥମିବା ନାଁ ଧରୁନି ।  ଜାଲ୍‌ ନିଯୁକ୍ତି ଘଟଣାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ  ସିଡିଏମ୍‌ଓଙ୍କ ରିପୋର୍ଟ ଦାଖଲ ପରେ ଉକ୍ତ ୩ ଜଣଙ୍କୁ  କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ । ମିଳିଥିବା ସୂଚନା ମୁତାବକ, କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର  ବି କର୍ମଚାରୀମାନେ ଦାଖଲ କରିସାରିଛନ୍ତି । ଖୁବ୍‌ଶୀଘ୍ର  ଏନେଇ ତଦନ୍ତ ରିପୋର୍ଟ ଚୂଡାନ୍ତ ହେବ ବୋଲି କୁହାଯାଉଛି । 

ସିଡିଏମ୍‌ଓ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ନିଯୁକ୍ତି  କେଳେଙ୍କାରୀ ଜାରି ରହିଛି । ଚାକିରି କରିଥିବା ସମୟରେ  ଦାଖଲ କରିଥିବା ରିପୋର୍ଟ ଏବଂ ବର୍ତ୍ତମାନର ତଥ୍ୟରେ  ତାଳମେଳ ରହୁନଥିବାରୁ ବିବାଦ ଅଧିକ ଜଟିଳ ହୋଇଛି ।  ଏନେଇ ଆର୍‌ଡିସିଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ତଦନ୍ତ  ଜାରି ରହିଛି । ସିଡିଏମ୍‌ଓ କାର୍ଯ୍ୟାଳୟରେ ନିଯୁକ୍ତ ୩  କର୍ମଚାରୀ ଚାକିରି କରିବା ସମୟରେ ଏସ୍‌ସି ଏସ୍‌ଟି  ପ୍ରମାଣପତ୍ର ଦେଇଥିଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ  ଏନେଇ ଅଭିଯୋଗ ହେବାରେ କର୍ମଚାରୀଙ୍କ ଅଞ୍ଚଳ ଅର୍ଥାତ୍‌  ନରସିଂହପୁର, ତିଗିରିଆ ଓ ଆଠଗଡ ତହସିଲଦାରଙ୍କୁ ସେମାନଙ୍କ ଜାତିଗତ ପ୍ରମାଣପତ୍ର ମଗାଯାଇଥିଲା । ଏଥିରେ  ସେମାନେ ଖଣ୍ଡାୟତ ଓ ଚଷା ବୋଲି ଦର୍ଶାଯାଇଛି । ଯାହାକୁ ନେଇ ଆର୍‌ଡିସିଙ୍କ କାର୍ଯ୍ୟାଳୟ ତରଫରୁ ସିଡିଏମ୍‌ଓ  କାର୍ଯ୍ୟାଳୟକୁ ରିପୋର୍ଟ ମଗାଯାଇଥିଲା । ସିଡିଏମ୍‌ଓ  ରିପୋର୍ଟ ଦାଖଲ ପରେ ଆର୍‌ଡିସିଙ୍କ ନିର୍ଦ୍ଦେଶରେ ସିଡିଏମ୍‌ଓ  କାର୍ଯ୍ୟାଳୟ ତରଫରୁ ଉକ୍ତ ତିନି କର୍ମଚାରୀଙ୍କୁ କାରଣ ଦର୍ଶାଅ  ନୋଟିସ୍‌ ଜାରି କରାଯାଇଥିଲା । ସେମାନେ କାରଣ ଦର୍ଶାଅର  ଉତ୍ତର ଫେରାଇଥିବା ଜଣାପଡିଛି । କିନ୍ତୁ ଏବେ ଯାଏ  କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । 

ସୂଚନାଯୋଗ୍ୟ, କଟକ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ  କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ଯେତେ ପ୍ରକାରର ବେଆଇନ୍‌  ନିଯୁକ୍ତି ଓ ପଦୋନ୍ନତି ହୋଇଛି ସେ ସବୁ ଅଭିଯୋଗର  ତଦନ୍ତ କରାଯିବ ବୋଲି କହିଆସିଛନ୍ତି କର୍ତ୍ତୃପକ୍ଷ । କିନ୍ତୁ  ଆଶ୍ଚର୍ଯ୍ୟ ଯେ, ଆଜି ପର୍ଯ୍ୟନ୍ତ କୌଣସି ତଦନ୍ତ ରିପୋର୍ଟ  ଆସିନି କି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଅଭିଯୋଗ ଆସିବା  ପରେ ତଦନ୍ତ କମିଟି ଗଠନ ହେବା ଏବଂ କାଗଜପତ୍ର ଯାଞ୍ଚ୍‌ ହେବାରେ ସମୟ ଗଡ଼ାଇ ଚାଲିବାରୁ ବର୍ଷ ବର୍ଷ ବିତିଯାଉଛି ।  ଶେଷରେ ଅଧିକାରୀ ବଦଳିଯାଉଛନ୍ତି । ତଦନ୍ତ ବାଟବଣା  ହେଉଛି । ପୁନର୍ବାର ଅଭିଯୋଗ ନଆସିବା ଯାଏ ତଦନ୍ତ ପ୍ରକ୍ରିୟା  ଆଗକୁ ଗଡ଼ୁନାହିଁ । ଫଳରେ ବେଆଇନ୍‌ ନିଯୁକ୍ତି ଓ ପଦୋନ୍ନତି  ଘଟଣାରେ ସମ୍ପୃକ୍ତ କର୍ମଚାରୀମାନେ ନିଧଡ଼କ ସ୍ୱଭାବ  ପ୍ରଦର୍ଶନ କରୁଛନ୍ତି । 

୨୦୦୫ ମସିହାରେ ନିଯୁକ୍ତି ପାଇଥିବା  କର୍ମଚାରୀଙ୍କ ପଦୋନ୍ନତିରେ କେଳେଙ୍କାରୀ ସାମ୍ନାକୁ ଆସିଛି ।  ଗ୍ରେଡେସନ୍‌ ତାଲିକାରେ ୩ ବଦଳରେ ୪୧ ଜଣ  ରହିବା ଘଟଣାକୁ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ  ଦେଇଥିଲେ । ଜବାବରେ ସିଡିଏମ୍‌ଓ ମଧ୍ୟ ଏହାର ଉତ୍ତର  ଦେଇ ଚିଠି କରିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି  ଯେ, ତଦନ୍ତ କମିଟି ଗଠନ କରାଯାଇ ଏହାର ତଦନ୍ତ  ଜାରି ରହିଛି । ରିପୋର୍ଟ ଦାଖଲ କରାଯିବ । କିନ୍ତୁ ଏ ଯାଏ  ଏ ବାବଦରେ କୌଣସି କମିଟି ଗଠନ କରାଯାଇନାହିଁ ।  ସେହିପରି ଏ ବିବାଦରେ ସିଡିଏମ୍‌ଓ କାର୍ଯ୍ୟାଳୟ ନିକଟରେ ବିଶେଷ କାଗଜପତ୍ର ନାହିଁ ବୋଲି ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.