ନୂଆଦିଲ୍ଲୀ,୨୯।୧: ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ଆଜି ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ରୀୟ ବଜେଟ ଉପସ୍ଥାପନ ପୂର୍ବରୁ ସରକାର ଅର୍ଥବ୍ୟବସ୍ଥାକୁ ନେଇ ଏହି ଆର୍ଥିକ ଆକଳନ ଉପସ୍ଥାପନ କରିଛନ୍ତି। ଏହା ପରେ ମଧ୍ୟାହ୍ନରେ ମୁଖ୍ୟ ଆର୍ଥିକ ପରାମର୍ଶଦାତା(ସିଇଏ) ଭି.ଅନନ୍ତ ନାଗେଶ୍ବରନ୍ ପ୍ରେସ କନଫ୍ରେନ୍ସରେ କହିଛନ୍ତି,ଯେଉଁଥିରେ ସେ ଆର୍ଥିକ ସର୍ବୋକ୍ଷଣର ପ୍ରତିଟି ଦିଗକୁ ବିସ୍ତାର ଭାବରେ କହିଛନ୍ତି। ସେ କହିଛନ୍ତି, ଭାରତର ଆର୍ଥିକ ବିକାଶର ବେଗ ଦୃତ ହୋଇଛି। ଦରଦାମ୍ ବୃଦ୍ଧିରେ ମଧ୍ୟ ହ୍ରାସ ଘଟିଛି। ସେ କହିଛନ୍ତି, ଏହି ସଂଖ୍ୟା କହୁଛି ଘରୋଇ ଆବଶ୍ୟକତା ମଜବୁତ ରହିଛି ଓ ଆର୍ଥିକ ବର୍ଷ ୨୦୨୬ ପର୍ଯ୍ୟନ୍ତ ଦାମ୍ ଖୁବ୍ କମ୍ ହୋଇଯିବ।
ଆର୍ଥିକ ସର୍ବେକ୍ଷଣ ଉପରେ ଏକ ବିସ୍ତୃତ ପ୍ରସ୍ତୁତି ଦେଇ ସିଇଓ କହିଛନ୍ତି ବାସ୍ତବି ଜିଡିପି ବୃଦ୍ଧି ଲଗାତାର ବଢିବାରେ ଲାଗିଛି। ଏହା ଦ୍ବାଦଶରୁ ୨୦ ତମ ଆର୍ଥିକ ବର୍ଷ ବେଳେ ହାରାହାରି ୬.୪% ଥିଲା,ଯାହାକି ୨୫ ତମ ଆର୍ଥିକ ବର୍ଷରେ ବଢି ୬.୫%ହୋଇଯାଇଛି। ୨୬ ତମ ଆର୍ଥିକ ବର୍ଷରେ ଏହା ଆହୁରି ଦୃତ ହୋଇ ୭.୪% ପର୍ଯ୍ୟନ୍ତ ପହଁଞ୍ଚିବାର ଅନୁମାନ କରାଯାଉଛି।
ସିଇଏ କହିଛନ୍ତି ଯେ ଏହି ଅଭିବୃଦ୍ଧି ସୁଦୃଢ଼ ଘରୋଇ ମୌଳିକ ତତ୍ତ୍ୱ ଦ୍ୱାରା ସମର୍ଥିତ, ଯେଉଁଥିରେ ବ୍ୟବହାର (ବ୍ୟୟ) ଏବଂ ନିବେଶ ଅନ୍ତର୍ଭୁକ୍ତ। ‘ବ୍ୟକ୍ତିଗତ ବ୍ୟବହାର ଖର୍ଚ୍ଚ (ପିଏଫ୍ସିଇ) ଅଭିବୃଦ୍ଧି ଦୃଢ଼ ରହିଛି, ଦ୍ୱାଦଶରୁ ୨୦ତମ ଆର୍ଥିକ ବର୍ଷ ) ରେ ୬.୮% ରୁ ୨୫ତମ ଆର୍ଥିକ ବର୍ଷରେ ୭.୨% କୁ ବୃଦ୍ଧି ପାଇଛି, ଏବଂ ୨୬ ତମ ଆର୍ଥିକ ବର୍ଷ (FY26) ରେ ଏହା ସାମାନ୍ୟ ୭.୦% କୁ ହ୍ରାସ ପାଇବ। ନିବେଶ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି। ଗ୍ରସ୍ ଫିକ୍ସ କ୍ୟାପିଟାଲ ଫର୍ମେସନ୍ (GFCF) ର ଅଭିବୃଦ୍ଧି ଦ୍ୱାଦଶରୁ ୨୦ ତମ ଆର୍ଥିକ ବର୍ଷରେ ୬.୩% ରୁ ୨୫ ତମ ଆର୍ଥିକ ବର୍ଷ ରେ ୭.୧% କୁ ବୃଦ୍ଧି ପାଇଛି, ଏବଂ ୨୬ତମ ଆର୍ଥିକ ବର୍ଷରେ ୭.୮% ରେ ପହଞ୍ଚିବ। ଏହା ଲଗାତାର ପୁଞ୍ଜି ନିର୍ମାଣକୁ ଦର୍ଶାଉଛି।’
ମୁଦ୍ରାସ୍ଫୀତି ହ୍ରାସ
-ମୁଦ୍ରାସ୍ଫୀତିକୁ ନେଇ ସିଇଏ ନାଗେଶ୍ୱରନ୍ ଜୋର ଦେଇ କହିଛନ୍ତି ଯେ ଦାମ୍ର ଚାପ ଯଥେଷ୍ଟ ହ୍ରାସ ପାଇଛି।
-ସେ କହିଛନ୍ତି ଯେ ମୁଖ୍ୟ ସିପିଆଇ (ଉପଭୋକ୍ତା ମୂଲ୍ୟ ସୂଚକାଙ୍କ) ମୁଦ୍ରାସ୍ଫୀତି ଆର୍ଥିକ ବର୍ଷ ୨୦୨୩ରେ ୬.୭% ରୁ ଆର୍ଥିକ ବର୍ଷ ୨୦୨୪ ରେ ୫.୪% କୁ ହ୍ରାସ ପାଇଛି।
-ଏହା ଆହୁରି ହ୍ରାସ ପାଇ ଆର୍ଥିକ ବର୍ଷ ୨୦୨୫ରେ ୪.୭% ଏବଂ ଆର୍ଥିକ ବର୍ଷ ୨୦୨୬ ରେ ୧.୭% କୁ ହ୍ରାସ ପାଇଛି (ଡିସେମ୍ବର ସୁଦ୍ଧା)
-ମୂଳ ମୁଦ୍ରାସ୍ଫୀତି (ସୁନା ଏବଂ ରୂପା ବ୍ୟତୀତ) ମଧ୍ୟ ହ୍ରାସ ପାଇଛି, ଆର୍ଥିକ ବର୍ଷ ୨୦୨୩ ରେ ୬.୧% ରୁ ହ୍ରାସ ପାଇଁ ଆର୍ଥିକ ବର୍ଷ ୨୦୨୫ ରେ ୩.୦% ହୋଇଯାଇଛି। ଆର୍ଥିକ ବର୍ଷ ୨୦୨୬ରେ ଟିକିଏ ବୃଦ୍ଧି ପାଇ (ଡିସେମ୍ବର ପର୍ଯ୍ୟନ୍ତ) ଅଳ୍ପ ବଢି ୨.୯% ହୋଇଯାଇଛି।
ହ୍ରାସ ପାଇଛି ଆର୍ଥିକ ନିଅଣ୍ଟ
-ସିଇଏ ଆହୁରି କହିଛନ୍ତି ଯେ ଗତ କିଛି ବର୍ଷ ଧରି ଆର୍ଥିକ ନିଅଣ୍ଟ (ସରକାରୀ ଖର୍ଚ୍ଚ ଏବଂ ରାଜସ୍ୱ ମଧ୍ୟରେ ପାର୍ଥକ୍ୟ) ଜିଡିପିର ପ୍ରତିଶତ ଭାବରେ ଆର୍ଥିକ ନିଅଣ୍ଟ ନିରନ୍ତର ହ୍ରାସ ପାଉଛି।
-୨୦୨୧ ଆର୍ଥିକ ବର୍ଷରେ ୯.୨% ରେ ପହଞ୍ଚିବା ପରେ, ୨୦୨୨ ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟ ୬.୭%, ୨୦୨୩ ଆର୍ଥିକ ବର୍ଷରେ ୬.୫% ଏବଂ ୨୪ତମ ଆର୍ଥିକ ବର୍ଷରେ ୫.୫% କୁ ହ୍ରାସ ପାଇଛି।
- ଆର୍ଥିକ ବର୍ଷ ୨୦୨୫ରେ ଏହା ୪.୮% ହେବ ବୋଲି ଆକଳନ କରାଯାଇଛି ଏବଂ ୨୬ତମ ଆର୍ଥିକ ବର୍ଷ (୨୬) ପାଇଁ ବଜେଟ୍ (ବିଇ)ରେ ଏହାକୁ ଆହୁରି ହ୍ରାସ କରି ୪.୪% କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେ କହିଛନ୍ତି ଯେ ପ୍ରାଥମିକ ନିଅଣ୍ଟ ମଧ୍ୟ ସ୍ଥିର ଭାବରେ ହ୍ରାସ ପାଇଛି, ଯାହା ଉନ୍ନତ ଆର୍ଥିକ ଶୃଙ୍ଖଳାକୁ ପ୍ରତିଫଳିତ କରେ।
ଟ୍ୟାକ୍ସ ଭରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି
କର ଆଦାୟ ମଧ୍ୟ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଛି। କରଦାତାଙ୍କ ସଂଖ୍ୟା ୨୦୨୨ ଆର୍ଥିକ ବର୍ଷରେ ୬.୯ କୋଟି ଥିଲା,ଯାହାକି ଆର୍ଥିକ ବର୍ଷ ୨୦୨୫ ରେ ବଢିକି ୯.୨ କୋଟି ହୋଇଯାଇଛି। ଏହା ଖୁବ୍ ଭଲ ଅର୍ଥବ୍ୟବସ୍ଥାର ଔପଚାରିକରଣକୁ ଦର୍ଶାଉଛି।
ଆହୁରି ପଢନ୍ତୁ: ହାଲୱା ସେରମୋନୀ ପରେ ବେସ୍ମେଣ୍ଟରେ ବନ୍ଦ ହୋଇଯାଆନ୍ତି ଅଧିକାରୀ: ବାହ୍ୟ ଜଗତଠାରୁ ପୁରା ବିଚ୍ଛିନ୍ନ, କେବେଠୁ ଏହି ପରମ୍ପରା ?