ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ବିଶ୍ୱ ଐତିହ୍ୟ ସପ୍ତାହ ସମାରୋହ, ୭ ଦିନ ଧରି ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଆୟୋଜନ

wp:preformatted
କୋଣାର୍କ,୧୭/୧୧: ଏଏସଆଇ ବିଭାଗ ପକ୍ଷରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବିଶ୍ଵ ଐତିହ୍ୟ ସପ୍ତାହ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୂର୍ଯ୍ୟ ମନ୍ଦିରକୁ ଗୋଟିଏ ଦିନ ପାଇଁ ପର୍ଯ୍ୟଟକଙ୍କୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା । ୭ଦିନ ଧରି ଆୟୋଜିତ ହୋଇଥିଲା ଐତିହ୍ୟ ଫଟୋ ପ୍ରଦର୍ଶନୀ ଓ କୁଇଜ୍ ପ୍ରତିଯୋଗିତା । ଜବାହାର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ କର, ଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ସୁରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। 
କଳା ସଂସ୍କୃତିର କ୍ଷେତ୍ର ଓଡ଼ିଶା ବିଶ୍ବ ପ୍ରସିଦ୍ଧ । ଓଡ଼ିଶାର ଐତିହ୍ୟର ସୁରକ୍ଷା ଦାୟିତ୍ଵ ଆମ ସମସ୍ତଙ୍କର । ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏହି ଐତିହ୍ୟ ଫଟୋ ପ୍ରଦର୍ଶନୀକୁ ପରିଦର୍ଶନ କରି ଆମ କଳା, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜାଣିବା ଉଚିତ୍ ବୋଲି ଅତିଥିମାନେ ଭାଷଣରେ କହିଥିଲେ । ଜବାହର ନବୋଦୟ ବିଦ୍ୟାଳୟ ଓ ଭେଙ୍କେଟେଶ୍ବର ସ୍କୁଲର ଛାତ୍ରଛାତ୍ରୀମାନେ ଏହି ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ । କୁଇଜ୍ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଏଏସଆଇର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।
/wp:preformatted

Copyright © 2022 - Summa Real Media Private Limited. All Rights Reserved.