PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ନୀତା ଅମ୍ବାନୀଙ୍କ ଦାମୀ ହ୍ୟାଣ୍ଡବ୍ୟାଗ୍, ଆଫ୍ରିକୀୟ କୁମ୍ଭୀର ଚମଡାରୁ ହୋଇଛି ତିଆରି, ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ନୂଆଦିଲ୍ଲୀ: ନୀତା ଅମ୍ବାନୀ ନିଜର ସୌନ୍ଦର୍ଯ୍ୟ ସହିତ ବିଳାସପୂର୍ଣ୍ଣ ଜୀବନ ପାଇଁ ମଧ୍ୟ ଜଣାଶୁଣା ରହିଥାନ୍ତି । ଆମେ ଆପଣଙ୍କୁ ନୀତାଙ୍କ ସୌଖିନ ହ୍ୟାଣ୍ଡବ୍ୟାଗ କଲେକସନ ବିଷୟରେ କହିବୁ, ଯେଉଁଥିରେ ଏକ ହୀରା ଖଞ୍ଜିତ ବ୍ୟାଗ୍ ମଧ୍ୟ ସାମିଲ୍ ରହିଛି । ନୀତା ଅମ୍ବାନୀଙ୍କ ଏହି ହ୍ୟାଣ୍ଡବ୍ୟାଗ ମୂଲ୍ୟବାନ ହୀରା ସହିତ ସଜ୍ଜିତ ହୋଇଛି, ଏହାର ମୂଲ୍ୟ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କିଛି ଦିନ ପୂର୍ବରୁ ନୀତା ଅମ୍ବାନୀଙ୍କ ପଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ କରିସ୍ମା ଏବଂ କରୀନା କପୁରଙ୍କ ସହିତ ଏକ ଧଳାରଙ୍ଗର ଆଉଟ୍‌ଫିଟ୍‌ରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

କିନ୍ତୁ ଫଟୋରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ସାଜିଥିବା ଜିନିଷ ହେଉଛି ନୀତା ଅମ୍ବାନୀଙ୍କ ହାତରେ ରହିଥିବା ସୁନ୍ଦର ହ୍ୟାଣ୍ଡବ୍ୟାଗ, ଯାହା ବହୁତ ମହଙ୍ଗା ଅଟେ ।ଏହି ହ୍ୟାଣ୍ଡବ୍ୟାଗ୍ ହେଉଛି ନୀତା ଅମ୍ବାନୀଙ୍କ କଲେକସନ୍‌ରେ ସବୁଠାରୁ ମହଙ୍ଗା ବ୍ୟାଗ୍ । ଯେଉଁଥିରେ ୨୪୦ଟି ହୀରା ଅଛି । ରିପୋର୍ଟ ଅନୁସାରେ, ଏହି ବ୍ୟାଗଟି ‘ହର୍ମିସ୍ ହିମାଳୟ ବିର୍କିନ୍ କମ୍ପାନୀ’ର ଅଟେ ।

ଯାହା ଆଫ୍ରିକୀୟ କୁମ୍ଭୀର ଚମଡାରୁ ତିଆରି ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବ୍ୟାଗର ମୂଲ୍ୟ ହେଉଛି ୨ କୋଟି ୬୦ ଲକ୍ଷ ଟଙ୍କା । ଏହା ବ୍ୟତୀତ ନୀତାଙ୍କ କଲେକସନ୍‌ରେ ‘ଫେଣ୍ଡି’, ‘ସେଲିନ୍’ ଠାରୁ ‘ହର୍ମିସ୍’ ପର୍ଯ୍ୟନ୍ତ ସୁନ୍ଦର ବ୍ୟାଗ ଅନ୍ତର୍ଭୁକ୍ତ ରହିଛି ।

ସମ୍ବନ୍ଧିତ ଖବର