ନୂଆଦିଲ୍ଲୀ, ୧୬/୦୩ : ଲସ୍ ଏଞ୍ଜେଲସର ଡଲ୍ବୀ ଥିଏଟରରେ ୯୮ତମ ଓସ୍କାର ଆୱାର୍ଡ ସମାରୋହ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଭାରତୀୟ କାରିଗରୀର ଝଲକ ଦେଖିବାକୁ ମିଳିଛି। ଉଦ୍ୟୋଗୀ ଜାନା ରବର୍ଟସ୍ ରସି ପାରମ୍ପରିକ ଏମ୍ବ୍ରୋଡୋରୀ ପୋଷାକ ପିନ୍ଧି ରେଡ୍ କାର୍ପେଟ୍ ରେ ଜଲୱା ଦେଖାଇଛନ୍ତି। ସେହିପରି ପ୍ରିତିକା ସ୍ଵରୂପ ଏକ ପାରମ୍ପରିକ ହାର ପିନ୍ଧିଥିବା ଦେଖିବାକୁ ମିଳିଛି।.
ଉଦ୍ୟୋଗୀ ଜାନା ରବର୍ଟସ୍ ରସି ଏକ ଏମ୍ବ୍ରୋଡୋରୀ କ୍ରପ୍ ଟପ୍ ପିନ୍ଧି ଓସ୍କାର ଆୱାର୍ଡ ପୋଗ୍ରାମକୁ ଆସିଥିଲେ। ଏହି ଟପ୍ ଟିକୁ ଅବୁ ଜାନି ଏବଂ ସନ୍ଦୀପ ଖୋସଲା ଡିଜାଇନ୍ କରିଛନ୍ତି। ଏଥିରେ ହଜାର ହଜାର ବିଡ୍, ପଥର, ଏବଂ କ୍ରିଷ୍ଟାଲ ଖଚିତ ହୋଇଛି। ଏହି ଟପ୍ ଟିକୁ ତିଆରି କରିବା ପାଇଁ ସିଲ୍କ ବ୍ରୋକେଡ୍ କପଡ଼ାର ବ୍ୟବହାର କରାଯାଇଛି। ଏହାକୁ ବୁଣିବା ପାଇଁ ୨୦୦୦ରୁ ଅଧିକ ଘଣ୍ଟା ସମୟ ଲାଗିଛି।
ସେହିପରି ପ୍ରିତିକା ସ୍ଵରୂପ ମଧ୍ୟ ଏଲଟନ୍ ଜନ୍ ଫାଉଣ୍ଡେସନ ଏକାଡେମୀର ପାର୍ଟିରେ ଏକ ସ୍ଵଦେଶୀ ପାରମ୍ପରିକ ହାର ପିନ୍ଧି ଯାଇଥିବା ନଜର ଆସିଛନ୍ତି। ଏହି ହାରରେ ପନ୍ନା ଏବଂ ହୀରା ଖଚିତ ହୋଇଛି। ଜିପ୍ ଭଳି ଡିଜାଇନ୍ କରାଯାଇଥିବା ଏହି ହାରଟି ପ୍ରତିକାଙ୍କ ଗଳାରେ ଖୁବ୍ ସୁନ୍ଦର ମାନୁଛି। ଏହି ହାରକୁ ତିଆରି କରିବା ପାଇଁ ୧୬୦ ଘଣ୍ଟାରୁ ଅଧିକ ସମୟ ଲାଗିଛି।
ଏହି ଖବରଟିକୁ ପଢନ୍ତୁ- ଓସ୍କାର ଆୱାର୍ଡ-୨୦୨୬, ଦ୍ୱିତୀୟ ଥର ପ୍ରେଜେଣ୍ଟର ହେବେ ପ୍ରିୟଙ୍କା