ନୂଆଦିଲ୍ଲୀ ୧୬/୦୩: ଲସ୍ ଏଞ୍ଜେଲସର ଡଲ୍ବୀ ଥିଏଟରରେ ୯୮ତମ ଓସ୍କାର ଆୱାର୍ଡ ସମାରୋହ ଆୟୋଜିତ ହୋଇଛି । ଭାରତୀୟ ସମୟ ଅନୁସାରେ ସୋମବାର ଭୋର୍ ୪.୩୦ଟାରେ ଏହାର ପ୍ରସାରଣ ହେବ । ଚଳିତବର୍ଷ ଭାରତର କୌଣସି ଫିଲ୍ମ ଓସ୍କାର ପାଇଁ ନୋମିନେସନ୍ ହାସଲ କରିପାରିନାହିଁ । ଅବଶ୍ୟ ଭାରତୀୟ ବଂଶୋଦ୍ଭବ ଫିଲ୍ମନିର୍ମାତ୍ରୀ ଗୀତା ଗାନ୍ଧବୀରଙ୍କ ୨ଟି ପ୍ରାମାଣିକ ଚଳଚ୍ଚିତ୍ର ଓସ୍କାର ନୋମିନେସନ୍ ପାଇଛି ।
ସେହିପରି ୨୦୧୬ ପରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବର୍ଷ ପୁଣିଥରେ ଓସ୍କାର ସମାରୋହରେ ପ୍ରେଜେଣ୍ଟର ପାଲଟିବେ । ୨ ଥର ଓସ୍କାର ପ୍ରେଜେଣ୍ଟର ହେବାରେ ସେ ଏକମାତ୍ର ଭାରତୀୟ । ପ୍ରିୟଙ୍କାଙ୍କୁ ପୂର୍ବରୁ ମଧ୍ୟ ପ୍ରମୁଖ ବୈଶ୍ୱିକ ପୁରସ୍କାର ସମାରୋହରେ ଦେଖିବାକୁ ମିଳିଛି । ସେ ଗୋଲ୍ଡେନ ଗ୍ଲୋବ୍, ପ୍ରାଇମଟାଇମ୍ ଏମି ଆୱାର୍ଡସ ଭଳି ସମାରୋହରେ ପ୍ରେଜେଣ୍ଟର ରହିସାରିଛନ୍ତି । ତାଙ୍କ ସହିତ ଅଭିନେତା ରବର୍ଟ ଡାଉନି ଜୁନିଅର, ଆନ୍ନି ହାଥୱେ, ନିକୋଲ କିଡ୍ମ୍ୟାନ ପ୍ରମୁଖ ଚଳିତଥର ପୁରସ୍କାର ବିତରଣ କରିବେ । ପ୍ରସିଦ୍ଧ ଟିଭି ଉପସ୍ଥାପକ କୋନନ୍ ଓ’ ବ୍ରାୟନ ସମାରୋହର ଉପସ୍ଥାପନାରେ ଅଛନ୍ତି । ଚଳିତବର୍ଷ ହଲିଉଡ୍ ଫିଲ୍ମ ‘ସିନର୍ସ’ ୧୬ଟି ଓସ୍କାର ନୋମିନେସନ୍ ହାସଲ କରି ରେକର୍ଡ କରିଛି । ଯଦି ଏହି ଫିଲ୍ମ ୧୧ରୁ ଅଧିକ ପୁରସ୍କାର ଜିତିବାରେ ସଫଳ ହୁଏ ତେବେ ଏହା ସର୍ବାଧିକ ଓସ୍କାର ବିଜୟୀ ଫିଲ୍ମ ପାଲଟିବ । ଶ୍ରେଷ୍ଠ ଫିଲ୍ମ ବିଭାଗରେ ‘ସିନର୍ସ’ ସହିତ ‘ୱାନ୍ ବ୍ୟାଟଲ ଆଫ୍ଟର ଆନାଦର’ର କଡ଼ା ମୁକାବିଲା ହେବାକୁ ଯାଉଛି । ‘ୱାନ୍ ବ୍ୟାଟଲ ଆଫ୍ଟର ଆନାଦର’କୁ ୧୩ଟି ନୋମିନେସନ୍ ମିଳିଛି ।
ଆହୁରି ପଢ଼ନ୍ତୁ...ଗୋବିନ୍ଦାଙ୍କ ସେଟ୍କୁ ବିଳମ୍ୱ ଆସିବା କଥାରେ ନିରବତା ଭାଙ୍ଗିଲେ ଡେଭିଡ୍ ଧୱନ : କହିଲେ , ସେ ପ୍ରକୃତରେ ...