PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କଶ୍ମୀର ଗସ୍ତରୁ ଡୋଭାଲ ଫେରିବା ପରେ କେନ୍ଦ୍ର ପଠାଇଲା ୧୦ ହଜାର ଯବାନ, ମେହବୁବାଙ୍କ ବିରୋଧ

ନୂଆଦିଲ୍ଲୀ,୨୭।୭: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ କଶ୍ମୀର ଗସ୍ତରୁ ଫେରିବା ପରେ ୧୦ ହଜାର ଅତିରିକ୍ତ ସୁରକ୍ଷା ବଳ ପଠାଇବାର ନିଷ୍ପତ୍ତି ନେଇଛନ୍ତି ଓ କିଛି ଯବାନ ମଧ୍ୟ ସେଠାକୁ ପଠାଇ ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶରେ କୂହାଯାଇଛି ଯେ, ଅତିରିକ୍ତ କେନ୍ଦ୍ରୀୟ ବଳଙ୍କୁ ମୁତୟନ କରିବା ଦ୍ବାରା କଶ୍ମୀରରେ ଆତଙ୍କି ନେଟଓ୍ବର୍କକୁ ଧ୍ବଂସ କରିବାର ଅଭିଯାନ ମଜବୁତ ହୋଇଯିବ। ଏହା ସହିତ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ମଜବୁତ ହୋଇଯିବ।

ସେଭଳି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି କେନ୍ଦ୍ରର ନିଷ୍ପତ୍ତି ଦ୍ବାରା ଘାଟିରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଘାଟିରେ ଅତିରିକ୍ତ ୧୦ ହଜାର ଯବାନଙ୍କୁ ମୁତୟନ କରିବାରେ କେନ୍ଦ୍ର ନିଷ୍ପତ୍ତି ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। କଶ୍ମୀରରେ ସୁରକ୍ଷା  ବଳର କୌଣସି ଅଭାବ ନାହିଁ। ଜମ୍ମୁ-କଶ୍ମୀରର ସମସ୍ୟା ରାଜନୈତିକ ଅଟେ, ଯାହାକୁ ସେନାର ସମ୍ଭଳ ସମାଧାନ କରିହେବନି। ଭାରତ ସରକାର ପୁଣିଥରେ ଭାବିବା ଓ ନିଜର ନୀତି ବଦଳାଇବା ଦରକାର।’

ମିଳିଥିବା ଖବର ଅନୁସାରେ, ଦେଶର ବିଭିନ୍ନ ଅଂଶରେ ମୁତୟନ କେନ୍ଦ୍ରୀୟ ସୁରକ୍ଷାବଳଙ୍କୁ ଏୟାରଲିଫ୍ଟ କରି ସିଧା ସଳଖ କଶ୍ମୀର ପହଁଞ୍ଚି ଯାଉଛି। ଜମ୍ମୁ-କଶ୍ମୀରର ଡିଜିପି ଦିଲବାଗ ସିଂ କହିଛନ୍ତି କଶ୍ମୀରରେ ସୁରକ୍ଷା ବଳଙ୍କ ଆହୁରି ୧୦୦ କମ୍ପାନୀ  ମୁତୟନ କରାଯାଉଛି। ପ୍ରତି କମ୍ପାନୀରେ ୧୦୦ ଯବାନ ରହିବେ।

ଗୃହମନ୍ତ୍ରଣାଳୟ ୨୫ ଜୁଲାଇରେ କେନ୍ଦ୍ରୀୟ ସଶସ୍ତ୍ର ବଳର ଅତିରିକ୍ତ ୧୦୦ କମ୍ପାନୀର ମୁତୟନ କରିବାର ନିର୍ଦେଶ ଜାରି କରିଥିଲେ। ଏହି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ୍), ସୀମା ସୁରକ୍ଷା ବଳ(ବିଏସଏଫ୍), ସଶସ୍ତ୍ର ସୀମା ବଳ(ଏସଏସବି) ଓ ଭାରତ-ତିବ୍ଦତ ସୀମା ପୋଲିସ(ଆଇଟିବିପି) ସାମିଲ ରହିଛି।କୁହାଯାଉଛି ଯେ, ଏନଏସଏ ଡୋଭାଲ କାହାକୁ ଖବର ନଦେଇ ଗତ ବୁଧବାର ଶ୍ରୀନଗର ଗସ୍ତରେ ଯାଇଥିଲେ। ସେଠାରେ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସିର ଟପ୍ ଅଫିସରଙ୍କ ସହ ଭିନ୍ନ-ଭିନ୍ନ ବୈଠକ କରିଥିଲେ। ଏଥିରେ ରାଜ୍ୟପାଳଙ୍କ ପରାମର୍ଶଦାତା କେ.ବିଜୟ କୁମାର, ମୁଖ୍ୟ ସଚିବ ବିଭିଆର ସୁଭ୍ରମଣ୍ୟମ, ଡିଜିପି ଦିଲବାଗ ସିଂ, ଆଇଜି ଏସପି ପାଣିଙ୍କ ଭଳି ଲୋକ ସାମିଲ ଥିଲେ। କଶ୍ମୀର ଗସ୍ତରେ ଦିଲ୍ଲୀରୁ ଆଇବିର ବରିଷ୍ଠ ଅଧିକାରୀ ଟିମ ମଧ୍ୟ ଏନଏସଏଙ୍କ ସହିତ ଥିଲେ।

ଉଲ୍ଲେଖନୀୟ ଯେ, ଏବେ ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଶାସନ ଜାରି ରହିଛି। ଏହା ପୂର୍ବରୁ ୨୪ ଫେବୃଆରୀରେ ସାରା ଦେଶରେ କେନ୍ଦ୍ରୀୟ ଅର୍ଦ୍ଦସାମରିକ ବାହିନୀ ୧୦୦ କମ୍ପାନୀକୁ କଶ୍ମୀର ପଠାଇଥିଲେ। ସେତେବେଳେ କୁହାଯାଇଥିଲା ଲୋକସଭା ନିର୍ବାଚନ ବେଳେ ସୁରକ୍ଷା ବ୍ୟବସ୍ଥା କଡା କରିବା ପାଇଁ ସୁରକ୍ଷାକର୍ମୀଙ୍କ ଅତିରିକ୍ତ ବ୍ୟବସ୍ଥା ଜରୁରୀ। ଏବେ ଅମରନାଥ ଯାତ୍ରାର ସୁରକ୍ଷାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳର ପ୍ରାୟ ୪୦ ହଜାର ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି।