ୟାସିନ୍ ମାଲିକର ଜେକେଏଲଏଫ୍ ନିଷିଧ ଘୋଷିତ, କେନ୍ଦ୍ର କହିଲା ଆତଙ୍କବାଦ ବିରୋଧରେ ଏହା ଜିରୋ ଟଲେରାନ୍ସ ପଲିସି

ନୂଆଦିଲ୍ଲୀ,୨୨।୩: କେନ୍ଦ୍ର ସରକାର ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲିକ୍ର ଜମ୍ମୁ କଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେକେଏଲ୍ଏଫ୍)କୁ ବେଆାଇନ୍ ଗତିବିଧି ନିରୋଧୀ ଆଇନରେ ନିଷିଦ୍ଧ ଘୋଷଣା କରିଛନ୍ତି। କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି ଦିଗରେ ଏହି ସଂଗଠନର ସମ୍ପୃକ୍ତି ରହିଥିବାରୁ କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏବେ ୟାସିନ୍ ଟେରର ଫଣ୍ଡିଂ ମାମଲାରେ ଜମ୍ମୁର କୋଟ ବଲଓ୍ବାଲ ଜେଲରେ ଅଛି। କେନ୍ଦ୍ର ଗୃହ ସଚିବ ରାଜୀବ ଗାବା କହିଛନ୍ତି କେନ୍ଦ୍ର ସରକାର ଜେକେଏଲଏଫ ଉପରେ କଟକଣା ଲଗାଇବା ଲଗାଇବାର ନିଷ୍ପତ୍ତି ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ପଲିସି ଅନୁଯାୟୀ କରିଛନ୍ତି।
ସେ ଆହୁରି କହିଛନ୍ତି, ଜେକେଏଲଏଫ୍ ବିଚ୍ଚିନ୍ନତାବାଦୀ ସିନ୍ଧାନ୍ତ ଉପରେ ପରିଚାଳିତ ହେଉଥିବା ପ୍ରମୁଖ ସଂଗଠନ ଅଟେ। ଏହା କାଶ୍ମୀର ଉପତ୍ୟାକାରେ ବିଚ୍ଛିନ୍ନତାବାଦୀ ମାନସିକତାକୁ ପ୍ରସାର କରୁଛି। ୧୯୯୮ରେ କଶ୍ମୀରରେ ବିଚ୍ଛିନ୍ନତାବାଦୀ ଗିତିବିଧି, ହିଂସାତ୍ମକ ଘଟଣାରେ ଏହି ସଂଗଠନ ସବୁଠାରୁ ଆଗରେ ରହିଛି। ଏହା ପୂର୍ବରୁ ଗତମାସ ଜମାତ୍-ଏ-ଇସ୍ଲାମୀକୁ ମଧ୍ୟ ବ୍ୟାନ୍ କରାଯାଇଥିଲା। ଜେକେଏଲଏଫ ବିରୋଧରେ ଜମ୍ମୁ-କଶ୍ମୀର ପୋଲିସ ଦ୍ବାରା ୩୭ଟି ମାମଲା ରୁଜୁ କରାଯାଇଛି। ସିବିଆଇ ଏହି ସଂଗଠନ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି, ଯାହାକି ଭାରତୀୟ ବାୟୁସେନାର ଦୁଇଜଣ ଅଧିକାରୀଙ୍କ ହତ୍ୟା ସମ୍ପର୍କିତ ମାମଲା। ଜାତୀୟ ସୁରକ୍ଷା ଏଜେନ୍ସି(ଏନ୍ଆଇଏ) ଏହି ସଂଗଠନ ବିରୋଧରେ ଏକ ମାମଲା ରୁଜୁ କରିଛି, ଏବେ ଏହାର ତଦନ୍ତ ଜାରି ରହିଛି।