PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଆସିଲା ନୂଆ ନିୟମ: ଏବେ ୨ ମାସରୁ ଅଧିକ ଭଡ଼ା ମାଗିପାରିବେ ନାହିଁ ଘର ମାଲିକ

ନୂଆଦିଲ୍ଲୀ,୧୧ା୭(ଏଜେନ୍ସି): ଘର କିମ୍ବା ଦୋକାନ ଭଡ଼ାରେ ଦେଉଥିବା ଘର ମାଲିକ ସିକ୍ୟୁରିଟି ବାବଦ ଭଡ଼ାଟିଆଙ୍କଠାରୁ ଦୁଇ ମାସରୁ ଅଧିକ ଭଡ଼ା ମାଗିପାରିବେ ନାହିଁ । ଖୁବ୍‌ଶୀଘ୍ର ସରକାର ଘର କିମ୍ବା ଦୋକାନ ଭଡ଼ା ଦେଉଥିବା ଏବଂ ନେଉଥିବା ବ୍ୟକ୍ତିମାନଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏହାକୁ ମଡେଲ ଟେନାନ୍ସି ଆକ୍ଟ କୁହାଯାଉଛି । ଘର ମାଲିକ ଏବଂ ଭଡାଟିଆ ଉଭୟଙ୍କ ହିତକୁ ଦେଖି ସରକାର ଏହି ନିୟମ କାର୍ଯ୍ୟକାରୀ କରିବେ । ଏହି ଆଇନ ଉପରେ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଅଛି ।

ଏହି ଆଇନ ଅଧୀନରେ ଘର ମାଲିକ ମରାମତି ତଥା ଘରକୁ ନେଇ ଅନ୍ୟ ଯେକୌଣସି କାର୍ଯ୍ୟ କରିବାର ଥିଲେ ଭଡ଼ାଟିଆଙ୍କୁ ୨୪ ଘଣ୍ଟା ଆଗରୁ ଲିଖିତ ନୋଟିସ୍‌ ଦେବେ । ଚୁକ୍ତିରେ ଥିବା ସମୟସୀମା ପୂର୍ବରୁ ଭଡ଼ାଟିଆଙ୍କୁ ସେ ପର୍ଯ୍ୟନ୍ତ ବାହାର କରାଯାଇପାରିବ ନାହିଁ ଯେପର୍ଯ୍ୟନ୍ତ ସେ କ୍ରମାଗତ ଦୁଇ ମାସ ଭଡ଼ା ଦେଇ ନ ଥବେ । ଘରର ଅପବ୍ୟବହାର କରୁ ନ ଥିଲେ ତାଙ୍କୁ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ବାହାର କରାଯାଇପାରିବ ନାହିଁ ।

ଘର ମାଲିକଙ୍କ ଅଧିକାର
ଭଡ଼ାଟିଆ ଯଦି ଚୁକ୍ତି ଶେଷ ହେବା ପରେ ବି ଘର ଖାଲି କରୁନାହାନ୍ତି ତା’ହେଲେ ଘରମାଲିକ ୪ ଗୁଣ ପର୍ଯ୍ୟନ୍ତ ମାସିକ ଭଡ଼ା ମାଗିପାରିବେ । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଭଡ଼ାଟିଆ ଘର ଛାଡୁନାହାନ୍ତି ତା’ହେଲେ ଘର ମାଲିକ ପରବର୍ତ୍ତୀ ଦୁଇ ମାସ ପର୍ଯ୍ୟନ୍ତ ଦୁଇ ଗୁଣ ଅଧିକ ଭଡ଼ା ମାଗିପାରିବେ ଏବଂ ଦୁଇ ମାସ ପରେ ସେ ୪ ଗୁଣ ଭଡ଼ା ଅସୁଲ କରିପାରିବେ । ଏ ଅଧିକାର ତାଙ୍କୁ ଉକ୍ତ ଆଇନ ବଳରେ ମିଳିବ ।

ଚିଠାନୀତିରେ କୁହାଯାଇଛି ଯେ, ଘରର ଢ଼ାଞ୍ଚାକୁ ଦେଖାଶୁଣା କରିବା ପାଇଁ ଉଭୟ ଘର ମାଲିକ ଏବଂ ଭଡାଟିଆ ଦାୟିତ୍ୱବାନ ରହିବେ । ଯଦି ଘର ମାଲିକ ଢ଼ାଞ୍ଚାରେ କୌଣସି ପରିବର୍ତ୍ତନ କରୁଛନ୍ତି ଘର ମରାମତି ହେବାର ଗୋଟିଏ ମାସ ପରେ ତାଙ୍କୁ ଘରଭଡ଼ା ବଢ଼ାଇବାର ଅନୁମତି ମିଳିବ । ଏହା ପୂର୍ବରୁ ଭଡ଼ାଟିଆଙ୍କୁ ଜଣାଇବାକୁ ହେବ ।

ଆଇନ ରାଜ୍ୟଗୁଡିକର ଇଚ୍ଛାଧୀନ
ରାଜ୍ୟ ସରକାର ଚାହିଁଲେ ଏହି ଆଇନକୁ ଲାଗୁ କରିପାରିବେ । ପ୍ରକାଶଯୋଗ୍ୟ, କେନ୍ଦ୍ର ଗୃହନିର୍ମାଣ ମନ୍ତ୍ରାଳୟ ପୂର୍ବରୁ ବି ଏଭଳି ମଡେଲ ଆଇନ ଆଣିଥିଲା କିନ୍ତୁ ଏହାକୁ ଦିଲ୍ଲୀ ଏବଂ ମୁମ୍ବାଇରେ କଡ଼ା ବିରୋଧ କରାଯାଇଥିଲା । ଫଳରେ ଏହାକୁ ଲାଗୁ କରାଯାଇପାରିଲାନି । ଏହି ଆଇନକୁ ଆଣିବା ପଛରେ ଅନେକ କାରଣ ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଆଜିକାଲି ଅନେକ ଘର ଖାଲି ପଡ଼ୁଛି । ଭଡ଼ାଟିଆ କାଳେ ଘରକୁ ଜୋର ଜବରଦସ୍ତ ମାଡିବସିବେ ସେଥିପାଇଁ ଅନେକ ଘର ମାଲିକ ଭଡ଼ା ଦେବାକୁ ପସନ୍ଦ କରୁନାହାନ୍ତି । ଏହି ଆଇନ ଆସିବା ଦ୍ୱାରା ସେମାନଙ୍କୁ ଆଶ୍ୱସ୍ତି ମିଳିବ ।

ରେଣ୍ଟ କୋର୍ଟରେ ହେବ ସମାଧାନ
ଭଡ଼ାଟିଆ ଏବଂ ଘର ମାଲିକଙ୍କ ମଧ୍ୟରେ ଥିବା ସମାଧାନ ପାଇଁ ସ୍ଥାପନ ହେବ ରେଣ୍ଟ କୋର୍ଟ । ରାଜ୍ୟଗୁଡିକରେ ଏଭଳି କୋର୍ଟ ସ୍ଥାପନ କରାଯାଇ ଏସବୁ ମାମଲାର ସମାଧାନ କରାଯିବ । ମଡେଲ ଆଇନର କିପରି ସଫଳ ରୂପାୟନ ହେବ ତାହା ଉପରେ ଏହି କୋର୍ଟ ନଜର ରଖିବେ ।

ଅଗଷ୍ଟରେ ମିଳିପାରେ କ୍ୟାବିନେଟ ମଞ୍ଜୁରି
ସୂତ୍ର ଅନୁସାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀଗୋଷ୍ଠୀ ଏହା ଉପରେ ତ୍ୱରିତ ଭାବେ କାର୍ଯ୍ୟ କରୁଛି । ଆଇନ ମନ୍ତ୍ରୀ ଏବଂ ଗୃହନିର୍ମାଣ ମନ୍ତ୍ରୀ କମିଟିରେ ଅଛନ୍ତି । ଜୁନ୍‌ରେ କମିଟିର ଦୁଇଟି ବୈଠକ ହୋଇଥିଲା । ଆଶା କରାଯାଉଛି ଅଗଷ୍ଟରେ ଏହି ଆଇନକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିପାରେ ।

ସମ୍ବନ୍ଧିତ ଖବର