ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

କେନ୍ଦ୍ରକୁ ଓଡ଼ିଶାର ଅଭିନବ ପ୍ରସ୍ତାବ: ବିଦେଶୀ ଟିକା କିଣ, ଆମେ ଟଙ୍କା ଦେବୁ

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା କରିବାକୁ ଟିକା ହିଁ ହେଉଛି ସଂଜୀବନୀ । ଓଡ଼ିଶା ସରକାର ମାଗଣାରେ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତ । ମାତ୍ର ବିଦେଶରୁ ରାଜ୍ୟ ସରକାର ସିଧାସଳଖ ଟିକା କିଣିବାରେ ବୈଧାନିକ ସମସ୍ୟା ରହିଛି । ତେଣୁ ଆନ୍ତର୍ଜାତିକ ଟିକା କଂପାନିରୁ କେନ୍ଦ୍ର ସରକାର ଟିକା କିଣନ୍ତୁ । ଏ ବାବଦ ଟଙ୍କା ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବହନ କରିବେ । କେନ୍ଦ୍ରକୁ ଚିଠି ଲେଖି ଏମିତି ଅଭିନବ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ଦେଶର ପ୍ରଥମ ରାଜ୍ୟ ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଓଡ଼ିଶା ଏ ପ୍ରସ୍ତାବ ଦେଇଛି ।

ଏହାଛଡ଼ା ଟିକାକରଣ ପ୍ର୍ରକିୟାକୁ ରାଜ୍ୟ ଅନୁକୂଳ କରିବା ଉପରେ ବିଚାର କରିବାକୁ ମଧ୍ୟ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଏ ନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି । ରାଜ୍ୟରେ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରକୁ ଏହି ଜରୁରୀକାଳୀନ ପ୍ରସ୍ତାବ ଦେଇ ରାଜ୍ୟ ସରକାର ଚିଠିରେ ଦର୍ଶାଇଛନ୍ତି, ରାଜ୍ୟ ସରକାର ବିଦେଶରୁ ଟିକା କିଣିବା ଲାଗି ବହୁ ବୈଧାନିକ ଓ ଆଇନଗତ ସମସ୍ୟା ରହୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ମାଗଣା ଟିକା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ଟିକା ଅଭାବ ଥିବାରୁ ଆନ୍ତର୍ଜାତୀୟ ସ୍ତରରୁ ଟିକା କିଣିବା ଲାଗି ଯଥା ସମ୍ଭବ ପ୍ରୟାସ କରାଯାଇଛି। ଏପରିକି ଜନଜୀବନକୁ ସ୍ୱାଭାବିକ କରିବାକୁ ସରକାର ଦ୍ରୁତ ଟିକାକରଣ ପାଇଁ ବିଦେଶୀ ଟିକା କିଣିବା ଜରୁରୀ ବୋଲି ଅନୁଭବ କରି ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି । ପ୍ରି-ବିଡିଂ ସମୟରେ ବହୁ ଆନ୍ତର୍ଜାତିକ ଟିକା ଉତ୍ପାଦନକାରୀ ସଂସ୍ଥା ରାଜ୍ୟକୁ ସିଧାସଳଖ ଟିକା ଦେବାକୁ ରାଜି ହେଉନାହାନ୍ତି ।

ସେମାନଙ୍କ ଯୁକ୍ତି ହେଉଛି ଯଦି ଟିକା କରଣ ପରେ କାହାର ମୃତ୍ୟୁ ହେଲା ସେଥିପାଇଁ ସଂପୃକ୍ତ କଂପାନି ଦାୟୀ ରହିବ ନାହିଁ । ଏହାଛଡ଼ା ଟିକା ରପ୍ତାନୀ ସମୟରେ ଯଦି ଟିକା ନଷ୍ଟ ହୁଏ ସେଥିପାଇଁ ମଧ୍ୟ କଂପାନି ଦାୟୀ ରହିବ ନାହିଁ । ତେବେ ଏଭଳି ଆଇନଗତ ବୈଧତା ପାଇଁ କେବଳ କେନ୍ଦ୍ର ସରକାର ହିଁ ଅନୁମୋଦନ କରିପାରିବେ । ରାଷ୍ଟ୍ରୀୟ ସ୍ତରରେ ଥିବା ଆଇନଗତ ପ୍ରତିବନ୍ଧକକ ଅଛି । ଏକ ସଂଘୀୟ ରାଷ୍ଟ୍ରରେ କେନ୍ଦ୍ର ସରକାରଙ୍କର ହିଁ ଏ ନିଷ୍ପତ୍ତି ନେବାର ଅଧିକାର ଅଛି । ତେଣୁ ଓଡ଼ିଶା ସରକାର ଚାହିଁଲେ ମଧ୍ୟ ସିଧାସଳଖ ବିଦେଶୀ କଂପାନିଠାରୁ ଟିକା କିଣିବାରେ ସମସ୍ୟା ଦେଖାଦେଉଛି ।
ରାଜ୍ୟ ସରକାର ଦର୍ଶାଇଛନ୍ତି, ବହୁରାଷ୍ଟ୍ରୀୟ କମ୍ପାନୀ ସିଧାସଳଖ ରାଜ୍ୟକୁ ଟିକା ଦେବାକୁ ଚାହୁଁନାହାନ୍ତି । ଫାଇଜର ଓ ମଡର୍ଣ୍ଣା ଟିକା ସଂସ୍ଥା ସିଧାସଳଖ ରାଜ୍ୟକୁ ଟିକା ବିକ୍ରି କରିବା ବଦଳରେ ସଂଘୀୟ ସରକାରଙ୍କ ସହିତ ଟିକା ବିକ୍ରି ସମ୍ବନ୍ଧିତ ଚୁକ୍ତି କରିବାକୁ ଅଧିକ ଇଛୁକ ବୋଲି ପ୍ରି-ବିଡିଂ ଆଲୋଚନାରୁ ସ୍ପଷ୍ଟ ହେଉଛି । ଏପରିକି ବହୁ ରାଜ୍ୟ ମଧ୍ୟ ଏ ଦିଗରେ ଉଦ୍ୟମ କରି ଫେଲ୍‌ ହୋଇଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ତେଣୁ କେନ୍ଦ୍ର ଟିକା କିଣି ଓଡ଼ିଶାକୁ ଦେଉ । କେନ୍ଦ୍ର ଓଡ଼ିଶା ପାଇଁ ଆବଶ୍ୟକ ଟିକା କିଣିଲେ ତାହାର ସମସ୍ତ ଖର୍ଚ୍ଚର୍ ରାଜ୍ୟ ସରକାର ବହନ କରିବେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଓଡ଼ିଶା ନିଜ ପାଣ୍ଠିରୁ ଟିକା ବାବଦ ଖର୍ଚ୍ଚ ତୁଲାଇବ ।

ରାଜ୍ୟରେ ଟିକାକରଣ ପ୍ର୍ରକିୟାକୁ ସରଳୀକରଣ କରିବା ଉପରେ ମଧ୍ୟ ଏହି ଚିଠିରେ ପ୍ରସ୍ତାବ ଦିଆଯାଇଛି । ଟିକା ନେବାକୁ କୋୱିନ୍‌ ପୋର୍ଟାଲରେ ପଞ୍ଜୀକରଣକୁ ବାଧ୍ୟତାମୁଳକ କରାନଯାଉ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ସେ ଦର୍ଶାଇଛନ୍ତି, ରାଜ୍ୟର ଆଭ୍ୟନ୍ତରୀଣ ଓ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଇଣ୍ଟରନେଟ୍‌ ସମସ୍ୟା ରହିଛି । ସବୁ ଲୋକଙ୍କ ପାଖରେ ଫୋନ ସୁବିଧା ନାହିଁ । ତେଣୁ ପୋର୍ଟାଲ ପଞ୍ଜୀକରଣକୁ ବର୍ତ୍ତମାନ ପାଇଁ ବାଦ୍‌ ଦିଆଯାଉ । ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବାର ସ୍ୱାଧୀନତା ଦିଆଯାଉ । ଏହାଦ୍ୱାରା ରାଜ୍ୟର ସବୁ ଅଞ୍ଚଳରେ ଶୀଘ୍ର ଟିକାକରଣ ହୋଇପାରିବ । ଏହାଛଡ଼ା ଆଗକୁ ୍ମ୨ ପରୀକ୍ଷା ହୋଇପାରେ । ତେଣୁ ଏହି ପରୀକ୍ଷାର୍ଥୀ ଏବଂ ତାଙ୍କ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ ମଧ୍ୟ ରାଜ୍ୟ କେନ୍ଦ୍ରର ସହଯୋଗ ଲୋଡ଼ିଛି ।

ଏହା ନହେଲେ ସଂକ୍ରମଣ ଅଧିକ ତେଜିବ ବୋଲି ରାଜ୍ୟ ସରକାର ଆଶଙ୍କାବ୍ୟକ୍ତ କରିଛନ୍ତି । କେନ୍ଦ୍ର ଟିକାକରଣ ସର୍ତ୍ତକୁ କୋହଳ କରିବାର ଆବଶ୍ୟକତା ଅଛି ବୋଲି ରାଜ୍ୟ ଦର୍ଶାଇଛି । ରାଜ୍ୟ ସରକାର କେନ୍ଦ୍ରକୁ ଦର୍ଶାଇଛନ୍ତି ଯେ ଟିକାକରଣରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟଙ୍କ ମଧ୍ୟରେ ଅଧିକ ସକ୍ରିୟ ଥିବା ବେଳେ ଟିକା ନଷ୍ଟ ହାର ୪ ମାତ୍ର ପ୍ରତିଶତ ରହିଛି । ଓଡ଼ିଶାରେ ଏଯାଏ ୬୧ ଲକ୍ଷ ୬ ହଜାର ୪୧୫ ଜଣଙ୍କୁ ଅତିକମରେ ଗୋଟିଏ ଡୋଜ୍‌ ଟିକା ଦିଆସରିଛି । ଯଦିଓ ଆମର ଟିକାକରଣ କ୍ଷମତା ଦୈନିକ ୩ ଲକ୍ଷ ରହିଛି, କିନ୍ତୁ ଟିକା ଅଭାବ ଯୋଗୁଁ ଏବେ ଦୈନିକ ୬୦ରୁ ୭୦ ହଜାର ଲୋଙ୍କଙ୍କୁ ହିଁ ଟିକା ଦିଆଯାଉଛି । ଏପ୍ରିଲ ମାସରେ ଓଡ଼ିଶା ଦୈନିକ ୨ ଲକ୍ଷ ଲୋକଙ୍କୁ ଟିକା ଦେଇଥିବା ରେକର୍ଡ ରହିଛି ।

ଭାରତରେ ଉତ୍ପାଦିତ ଟିକାକୁ ଅନୁମତି ମିଳିବା ପରେ ଓଡ଼ିଶା ସରକାର ୨ କୋଟି ୨୦ ଲକ୍ଷ କୋଭିସିଲ୍ଡ ଡୋଜ୍‌ ଲାଗି ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଓ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ୍‌ ଡୋଜ୍‌ ପାଇଁ ଭାରତ ବାୟାଟେକ୍‌କୁ ଅର୍ଡର ଦେଇଥିଲେ । କିନ୍ତୁ ସିରମ ଇନଷ୍ଟିଚ୍ୟୁଟ୍‌ ଏ ଭିତରେ ମାତ୍ର ୫ ଲକ୍ଷ ୭୮ ହଜାର ୪୮୦ କୋଭିସିଲ୍ଡ୍‌ ଡୋଜ୍‌ ଯୋଗାଇଛି । ଭାରତ ବାୟାଟେକ୍‌ ୧ ଲକ୍ଷ ୬୫ ହଜାର ୪୯୦ ଡୋଜ୍‌ କୋଭାକ୍ସିନ୍‌ ଦେଇଛି । ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିରୁ ଏତିକି ଟିକା ଯଥେଷ୍ଟ ନୁହେଁ । ତେଣୁ କେନ୍ଦ୍ର ସରକାର ବିଦେଶରୁ ଟିକା କିଣନ୍ତୁ । ଓଡ଼ିଶା ସରକାର ଏ ବାବଦ ସମସ୍ତ ଟଙ୍କା ବହନ କରିବେ ବୋଲି ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ।

ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡରରେ କିଛି ସଂଶୋଧନ ମଧ୍ୟ କରିଛନ୍ତି । ଡ୍ରଗସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ଅନୁମୋଦନପ୍ରାପ୍ତ ସଂସ୍ଥା ଟେଣ୍ଡରରେ ଅଂଶଗ୍ରହଣ କରିପାରିବେ ବୋଲି ନିୟମ ଥିଲା । ଏହାକୁ ସଂଶୋଧନ କରାଯାଇ ଏବେ ୟୁଏସ୍‌ଏଫ୍‌ଡିଏ (ଦ ୟୁନାଇଟେଡ ଷ୍ଟେଟ୍ସ ଫୁଡ୍‌ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ) କିମ୍ବା ଇଏମଏ(ଦ ୟୁରୋପିଆନ ମେଡିସିନସ ଏଜେନ୍ସି), କିମ୍ବା ଏମଏଚଆରଏ (ମେଡିସିନସ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ୍‌ ରେଗୁଲେଟରୀ ଏଜେନ୍ସି, ୟୁକେ) କିମ୍ବା ପିଏମଡିଏ (ଫାର୍ମାସ୍ୟୁଟିକାଲସ୍‌ ଆଣ୍ଡ ମେଡିକାଲ ଡିଭାଇସେସ୍‌ ଏଜେନ୍ସି ଜାପାନ କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ତାଲିକାଭୁକ୍ତ କଂପାନି ଟେଣ୍ଡରରେ ଅଂଶ ଗ୍ରହଣ କରିପାରିବେ । ତେବେ ଡିିସିଜିିଆଇ ଅନୁମୋଦନ ପରେ ସଂପୃକ୍ତ ସଂସ୍ଥା ଟିକା ଯୋଗାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.