PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସୋନିଆ ଗାନ୍ଧୀ, କହିଲେ ‘RTI ଆଇନକୁ ବନ୍ଦ କରିବାକୁ ଚାହୁଁଛନ୍ତି ସରକାର’

ନୁଆଦିଲ୍ଲୀ ୨୩/୭: ଲୋକସଭାରେ ସୂଚନା ଅଧିକାର ଆଇନ୍ ସଂଶୋଧନ ବିଲକୁ ନେଇ କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଐତିହାସିକ ସୂଚନା ଓ ଅଧିକାର ଆଇନ୍- ୨୦୦୫ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବାକୁ ଚାହୁଁଛନ୍ତି ।

ସେ କହିଛନ୍ତି ଯେ ଏହି ଆଇନକୁ ବ୍ଯାପକ ବିଚାର-ବିମର୍ଷ ପରେ ସଂସଦ ଏହାକୁ ସର୍ବସମ୍ମତି କ୍ରମେ ପାରିତ କରିଥିଲା . ଏବେ ଏହା ଖତମ ହେବା ପରିସ୍ଥିତିରେ ପହଞ୍ଚି ସାରିଲାଣି । ସେ କହିଛନ୍ତି ଯେ ଗତ ଏକ ଦଶକରେ  ପ୍ରାୟ ୬୦ ଲକ୍ଷରୁ ଅଧିକ ଦେଶବାସୀ ଖାସ୍ କରି ମହିଳାମାନେ ସୂଚନା ଅଧିକାରର ପ୍ରୟୋଗ କରିଛନ୍ତି ।

ଏହି ଆଇନ ସାହାଯ୍ୟରେ ପ୍ରଶାସନର ସବୁ ସ୍ତରରେ ପାରଦର୍ଶିତା ଓ ନିରପେକ୍ଷତାକୁ ବହୁତ ମଜଭୁତ କରାଯାଇଛି । ଆରଟିଆଇର ବହୁଳ ବ୍ୟବହାର ଫଳରେ ସମାଜରେ ଦୁର୍ବଳଶ୍ରେଣୀକୁ ବହୁତ ଫାଇଦା ମିଳିଛି । ସେ ସରକାର ଉପରେ ଅଭିଯୋଗ ଲଗାଇ କହିଛନ୍ତି ଯେ ସରକାର ଆରଟିଆଇକୁ ଅଦରକାରୀ ବୋଲି ଭାବୁଛନ୍ତି ।

କେନ୍ଦ୍ର ସରକାର ସେହି କେନ୍ଦ୍ରୀୟ ସୂଚନା ଆୟୋଗର ସ୍ୱତନ୍ତ୍ରତାକୁ ସମାପ୍ତ କରିବାକୁ ଚାହୁଁଛନ୍ତି ଯାହାକୁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ରୀୟ ସତର୍କତା ଆୟୋଗଙ୍କ ସମକକ୍ଷ ରଖାଯାଇଥିଲା । କହିରଖୁଛୁ ଲୋକସଭାରେ ବିରୋଧୀଙ୍କ ବିରୁଦ୍ଧରେ ଆରଟିଆଇ ସଂଶୋଧନ ବିଲ୍ ୨୦୧୯ ପାସ୍ ହେବା ପରେ  ସୋନିଆ ଗାନ୍ଧୀ ଏହି ବୟାନ ଦେଇଛନ୍ତି ।

ସମ୍ବନ୍ଧିତ ଖବର