PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

‘ରାହୁଲ ଗାନ୍ଧି ବାସ୍ତବରେ ପପ୍ପୁ ବୋଲି ବିଦେଶୀ ଜାଣିନାହାନ୍ତି’: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ ୦୯/ ୦୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଦେଇଥିବା ସମ୍ବୋଧନକୁ ନେଇ ଏବେ ଶାସକ ଦଳର ଟାର୍ଗେଟରେ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ପୁଣି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ‘ରାହୁଲ ଗାନ୍ଧି ଭାରତର ଏକତା ବିରୋଧୀ । ଭାରତକୁ ଭାଗ ଭାଗ କରିବା ପାଇଁ ସେ ଲୋକଙ୍କୁ ଉସକାଉଛନ୍ତି । ଅଘୋଷିତ କଂଗ୍ରେସ ରାଜକୁମାର ସବୁ ସୀମା ସରହଦ୍‌ ପାର୍‌ କରିଦେଇଛନ୍ତି’।

ଟ୍ବିଟ୍‌ କରି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ‘ରାହୁଲ ଗାନ୍ଧି କ’ଣ ତାହା ବିଦେଶୀ ମାନେ ଜାଣିନାହାହାନ୍ତି । ପ୍ରକୃତରେ ସେମାନଙ୍କୁ ଏହା ଜଣା ହିଁ ନାହିଁ କି, ରାହୁଲ ଗାନ୍ଧି ବାସ୍ତବରେ ଜଣେ ପପ୍ପୁ ତାଙ୍କର ମୂର୍ଖତାପୂର୍ଣ୍ଣ ବୟାନ ଉପରେ ପ୍ରତିକ୍ରିୟା ଦେବାର ଆବଶ୍ୟକତା ନାହିଁ । କିନ୍ତୁ ସମସ୍ୟା ହେଉଛି ରାହୁଲ ଗାନ୍ଧିଙ୍କ ଭାରତ ବିରୋଧୀ ମନ୍ତବ୍ୟକୁ ନେଇ ଭାରତ ବିରୋଧୀ ଶକ୍ତି ଦେଶର ଛବି ମଳିନ କରିବାକୁ ଭଳି ଦୁରୁପଯୋଗ କରୁଛନ୍ତି’।

କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ କ’ଣ କହିଥିଲେ ରାହୁଲ?

କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାହୁଲ ଗାନ୍ଧିଙ୍କୁ ପଚରା ଯାଇଥିଲା ଯେ, ‘ନରେନ୍ଦ୍ର ମୋଦିଙ୍କ କୌଣସି ନୀତି ଭଲ ଲାଗୁଛି କି?’ ଏହାର ଉତ୍ତରରେ ରାହୁଲ କହିଥିଲେ, ‘ମୋ ବିଚାରରେ ନରେନ୍ଦ୍ର ମୋଦି ଭାରତର ବାସ୍ତୁକଳାକୁ ନଷ୍ଟ କରୁଛନ୍ତି । ଦୁଇ ତିନିଟି ଭଲ ନୀତି ସବୁ ସମସ୍ୟାର ସମାଧାନ ନୁହେଁ । ସେ ମୋ ଦେଶକୁ ଚକମାଚୁର୍‌ କରୁଛନ୍ତି । ସେ ଭାରତ ଉପରେ ଏକ ବିଚାର ଥୋପୁଛନ୍ତି ଯାହାକୁ କି ଦେଶ ଆତ୍ମସାତ୍‌ କରିବ ନାହିଁ । ଭାରତ ହେଉଛି ରାଜ୍ୟଗୁଡିକର ଏକ ସଂଘ । ଯଦି ଆପଣ ଗୋଟିଏ ବିଚାରକୁ ଗୋଟିଏ ସଂଘ ଉପରେ ଥୋପିବାକୁ ଚେଷ୍ଟା କରୁଛନ୍ତି ତେବେ ତାହାର ପ୍ରତିକ୍ରିୟା ନିଶ୍ଚୟ ମିଳିବ’।

ରାହୁଲ ଗାନ୍ଧିଙ୍କୁ ଏ ପ୍ରସଙ୍ଗରେ କଡା ସମାଲୋଚନା କରିବା ସହିତ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକମାତ୍ର ମନ୍ତ୍ର ହେଉଛି, ‘ଏକ୍‌ ଭାରତ ଶ୍ରେଷ୍ଠ ଭାରତ’ ।

ସମ୍ବନ୍ଧିତ ଖବର