ବଲାଙ୍ଗିର ୨୮।୨: ସ୍କୁଲରେ ମଦ ପିଇ ପିଲାଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ସିଆରସିସି ତରଣୀସେନ ଧରୁଆ । କୁଟେନ ପାଲି କ୍ଲଷ୍ଟର ଦାୟିତ୍ୱରେ ଥିଲେ ତରଣୀ । ଗତ ୨୫ ତାରିଖରେ ସ୍କୁଲରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଜଣେ ଶିକ୍ଷକ ନଥିବା ବେଳେ ସ୍କୁଲ କମିଟି ଚେୟାରମ୍ୟାନଙ୍କ ସହ ବସି ସିଆରସିସି ମଦ ପିଉଥିବା ଅଭିଯୋଗ କରିଥିଲେ ସ୍କୁଲ ଛାତ୍ରଛାତ୍ରୀ । ଏହି ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ସ୍କୁଲରେ ମଦ ପିଇ ପିଲାଙ୍କୁ ମାଡ଼ମାରିବା ଘଟଣାରେ ସିଆରସିସିଙ୍କୁ ନିଲମ୍ବିତ କରାଯାଇଛି ।