ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ସେସୁ ଟଙ୍କା ହେର୍‌ଫେର୍‌ ମାମଲା; ଇଓଡବ୍ଲୁ ସ୍କାନର୍‌ରେ କର୍ମଚାରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ

ପାରାଦୀପ,୨୬ା୫(ଆପ୍ର): ପାରାଦୀପଗଡ଼ ସେସୁ ଡ଼ିଭିଜନାଲ କାର୍ଯ୍ୟାଳୟରେ ହୋଇଥିବା ୨ କୋଟି ଟଙ୍କାର ହେରଫେର ମାମଲା ଏବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପରିସ୍ଥିତି ହୋଇଛି । ଇଓଡ଼ବ୍ଲ୍ୟୁ ଟଙ୍କା ହେରଫେର କରିଥିବା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଯାଞ୍ଚ ପରିସରକୁ ଆଣିବ ବୋଲି ସୂଚନା ମିଳିଛି । ହେରଫେର କରିଥିବା ଦୁଇ କର୍ମଚାରୀଙ୍କ ନିଲମ୍ବନ ପରେ ତଦନ୍ତରେ ବାଧା ସୃଷ୍ଟି କରିବା ଆଶଙ୍କାରେ ଜଣଙ୍କୁ ସେସୁର କଟକ ଡ଼ିଭିଜନ ଓ ଅନ୍ୟ ଜଣଙ୍କୁ ଢେଙ୍କାନାଳ ଡ଼ିଭିଜନକୁ ପଠାଇ ଦିଆଯାଇଛି । ହେଲେ ଏତେ ପରିମାଣର ଟଙ୍କାକୁ ଡ଼ିପୋଜିଟ୍‌ ନ କରି କାହିଁକି ଅଫିସରେ ରଖାଯାଇଥିଲା ଓ ଏହାକୁ ନେଇ କାର୍ଯ୍ୟାଳୟର ସର୍ବୋଚ୍ଚ ଅଧିକାରୀ କାହିଁକି ତଦାରଖ କରିନଥିଲେ ସେନେଇ ଏବେ ପ୍ରଶ୍ନ ଉଠିଛି । କାର୍ଯ୍ୟାଳୟରେ କୋଟି କୋଟି ଟଙ୍କାର ଲିକ୍ୱିଡ଼୍‌ କ୍ୟାସ ରଖିବା ଓ ଏନେଇ ତଦାରଖ ନକରିବା ଅଧିକାରୀଙ୍କ କାର୍ଯ୍ୟଧାରା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରିଛି । ଚଳିତ ମେ ମାସ ୧୩ ତାରିଖରେ ପାରାଦୀପ ଲକ୍‌ ଥାନାରେ ସେସୁର ନିର୍ବାହୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସ୍ୱାଇଁ ଦେଇଥିବା ଏତଲା ମୁତାବକ ମାସକ ତଳୁ ଫାଇନାନ୍ସ ଡ଼େପୁଟି ମ୍ୟାନେଜର ରାମାନନ୍ଦ ପୃଷ୍ଟି ଓ ଜୁନିୟର ମ୍ୟାନେଜର ଧନେଶ୍ୱର ସାହୁ କୋଟି କୋଟି ଟଙ୍କା ହେରଫେର କରିଥିବା ନେଇ ଆଭାସ ମିଳିଥିଲା । ଏନେଇ ଗତ ଏପ୍ରିଲ୍‌ ୨୬ ତାରିଖରେ କାର୍ଯ୍ୟଳୟର ଫାଇନାନ୍ସ ବିଭାଗ ଡ଼େପୁଟି ମ୍ୟାନେଜର ରାମାନନ୍ଦ ପୃଷ୍ଟିଙ୍କୁ ବିଭାଗୀୟ ଚିଠି ନମ୍ବର ୬୮୦ ଦ୍ୱାରା ଟଙ୍କାର ହିସାବ ନେଇ କୈଫିୟତ ତଲବ କରାଗଲା । ଚଳିତ ମେ ମାସ ୭ ତାରିଖରେ ଶ୍ରୀ ପୃଷ୍ଟି ବିଭାଗକୁ ଦେଇଥିବା ରିପୋର୍ଟ (ବିଭାଗୀୟ ଚିଠି ନମ୍ବର ୭୬୦)ରେ ୧କୋଟି ୮୫ ଲକ୍ଷ ୭୭ ହଜାର ୨୭୦ ଟଙ୍କା ଯାହାକି ରେଭିନ୍ୟୁ କଲେକ୍ସନରୁ ଆସିଥିଲା ତାହା କମ୍ପାନିର ଏସ୍‌କ୍ରୋ ଆକାଉଣ୍ଟରେ ଜମା କରାଯାଇନାହିଁ ବୋଲି ଦର୍ଶାଇଥିଲେ । ଧନେଶ୍ୱର ସାହୁ ଏଥିରେ ସଂପୃକ୍ତି ଥାଇ ଟଙ୍କାକୁ ଡି଼ପୋଜିଟ୍‌ ନ କରି ହେରଫେର କରିଥାଇପାରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ହେଲେ ଏତେ ପରିମାଣର ଟଙ୍କା କାହିଁକି ଡ଼ିପୋଜିଟ୍‌ କରାନଯାଇ ଅଫିସରେ ରଖାଯାଇଥିଲା ଓ ଧନେଶ୍ୱର ସାହୁଙ୍କ ଉପରିସ୍ଥ ଅଧିକାରୀ ଭାବେ ରାମାନନ୍ଦ ପୃଷ୍ଟି ଘଟଣାକୁ ଜାଣି ମଧ୍ୟ ଲୁଚାଇ ରଖିଥିଲେ ତେଣୁ ଉଭୟଙ୍କ ନାମରେ ଅଭିଯୋଗ କରିଥିଲେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସ୍ୱାଇଁ । ଇଓଡ଼ବ୍ଲ୍ୟୁ ଘଟଣାର ତଦନ୍ତ କରୁଛି ଓ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସବୁ ଯାଞ୍ଚ କରାଯିବା ସହ ସେମାନଙ୍କୁ ପଚରାଉଚୁରା କରାଯିବ ବୋଲି ଭୁବନେଶ୍ୱରର ଜଣେ ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ହେଲେ ଏହା ପୂର୍ବରୁ ଅଭିଯୋଗ ଆସିଥିବା ଦୁଇ କର୍ମଚାରୀଙ୍କ ମଧ୍ୟରୁ ଜଣେ ନିଜର ଗିରଫଦାରି ଏଡ଼ାଇବାକୁ ଆଗୁଆ ଜାମିନ୍‌ ଆଣିଥିବା ଜଣାପଡ଼ିଛି । ଦୁଇ କର୍ମଚାରୀଙ୍କ ଭିତରୁ ଜଣଙ୍କୁ କଟକ ଓ ଅନ୍ୟ ଜଣଙ୍କୁ ଢେଙ୍କାନାଳ ସେସୁ ଡ଼ିଭିଜନରେ ଆଟାଚ୍‌ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

ହେଲେ ସବୁଦିନ ଏସ୍‌କ୍ରୋ ଆକାଉଣ୍ଟରେ ଟଙ୍କା ଡିିପୋଜିଟ୍‌ କରାଯାଉଥିବା ବେଳେ ପ୍ରକୃତରେ କେତେ ଦିନ ଧରି ଏହାକୁ ଡ଼ିପୋଜିଟ୍‌ କରାଯାଇନଥିଲା ତାକୁ ସର୍ବୋଚ୍ଚ ଅଧିକାରୀ ଭାବେ ଚେକ୍‌ କରିବା ଶ୍ରା ସ୍ୱାଇଁଙ୍କ କାର୍ଯ୍ୟ ଅନ୍ତର୍ଭୁକ୍ତ ନୁହେଁକି । ଯଦି ଅଫିସରେ ଏତେ ପରିମାଣର ଟଙ୍କା ରଖାଯାଉଥିଲା ତେଣୁ ଆଗରୁ ମଧ୍ୟ ଏଭଳି ବିପୁଳ ପରିମାଣରେ ଟଙ୍କା ଅଫିସରେ ରଖାଯାଉଥିବ ଓ ଏନେଇ ସ୍ଥାନୀୟ ପୁଲିସକୁ ଜଣାଇବା କଥା । ଯଦି ନିର୍ବାହୀ ଯନ୍ତ୍ରୀ ଶ୍ରୀ ସ୍ୱାଇଁ ଜାଣିଥିଲେ ଅଫିସରେ କୋଟି କୋଟି ଟଙ୍କା ମହଜୁଦ ରହୁଛି ତେବେ ସ୍ଥାନୀୟ ପୁଲିସର ସହଯୋଗ ନ ନେବା ନିହାତି ଭାବେ ତାଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । କାରଣ ଆଗରୁ ମଧ୍ୟ ଅଫିସରେ ଏତେ ଟଙ୍କା ରଖି ଲୁଟ ହେବାର ମାମଲା ରଘୁନାଥପୁର ତହସିଲରେ ହୋଇଛି । ରଘୁନାଥପୁର ତହସିଲରୁ ୯ ଲକ୍ଷ ଟଙ୍କା ନଗଦ ଟଙ୍କା ଲୁଟ ହେବା ପରେ ପୁଲିସ ମାମଲାର ଛାନଭିନ୍‌ କରି ୫/୬ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ କରିଥିଲା । ଏଭଳି ଅନେକ ଘଟଣାର ଆଗରୁ ନଜିର ଥିଲେ ମଧ୍ୟ ସର୍ବୋଚ୍ଚ ଅଧିକାରୀ ଭାବେ ଏ ଘଟଣାକୁ ହାଲୁକା ଭାବେ ନେଲେ କେମିତି । ବହୁ ଦିନରୁ ଏହି ଘଟଣା ବିଷୟରେ ଜାଣି ମଧ୍ୟ ବିଭାଗୀୟ ତଦନ୍ତ ଆଳରେ ଘଟଣାକୁ ଲୁଚାଇବା ଓ ବହୁ ବିଳମ୍ବରେ ପୁଲିସରେ ଅଭିଯୋଗ କରିବା ତାଙ୍କୁ ମଧ୍ୟ ସନ୍ଦେହ ଘେରକୁ ଟାଣୁ ନାହିଁକି । ଖାଲି ନିଜ ତଳିଆ କର୍ମଚାରୀଙ୍କ ଉପରେ ଦୋଷ ଲଦିଦେଇ ମାମଲରେ ନିଜର ସଂପୃକ୍ତିକୁ ଏଡ଼ାଇବାକୁ ଅଧିକାରୀଙ୍କ ଏହା ପ୍ରୟାସ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.