PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସାମ୍ବାଦିକାଙ୍କ ଭ୍ୟାନିଟି ଛଡ଼ାଇନେଲେ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ଖଣ୍ଡଗିରି ଅଞ୍ଚଳରେ ଲୁଟେରାମାନଙ୍କ ଦୌରାତ୍ମ ବଢ଼ିଚାଲିଛି । ପ୍ରତିଦିନ ଥାନାକୁ ଗଣ୍ଡା ଗଣ୍ଡା ଛିନ୍‌ତାଇ ଓ ଲୁଟ୍‌ ଅଭିଯୋଗ ଆସୁଛି । ହେଲେ ପୁଲିସ ହାତ ଗଣତି କେଇଟା ଲୁଟେରାଙ୍କୁ ଧରିବାରେ ସଫଳ ହେଉଛି । ଶନିବାର ସନ୍ଧ୍ୟାରେ ଜାଗମରା ଛକରୁ ଜଣେ ସାମ୍ବାଦିକାଙ୍କ ଭ୍ୟାନିଟି ଛଡାଇ ନେଇଛନ୍ତି ଦୁଇ ଲୁଟେରା । ଲୁଟ୍‌ର ଶିକାର ହୋଇଥିବା ସାମ୍ବାଦିକା ଜଣକ ହେଲେ ସସ୍ମିତା ମଲ୍ଲ । ସେ ‘ପ୍ରମେୟ’ ଖବରକାଗଜରେ ରିପୋର୍ଟର ଅଛନ୍ତି । ସସ୍ମିତା ଲୁଟ୍‌ ସମ୍ପର୍କରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

ସସ୍ମିତାଙ୍କ ଅଭିଯୋଗ ମୁତାବକ, ଶନିବାର ସନ୍ଧ୍ୟା ସାଢ଼େ ୭ଟା ବେଳେ ସେ ଜାଗମରା ଛକର ଅଙ୍କୁର ମାର୍ଟ ସାମ୍ନାରେ ଛିଡ଼ା ହୋଇଥିଲେ । ଏକ କଳା ପଲ୍‌ସର ବାଇକ୍‌ରେ ଦୁଇ ଲୁଟେରା ଆସି ତାଙ୍କ ପାଖରେ ପହଞ୍ଚିଥିଲେ । ସେ ଧରିଥିବା ଏକ ଭ୍ୟାନିଟିକୁ ଛଡ଼ାଇ ନେଇ ଦୃତଗତିରେ ପୋଖରୀପୁଟ ଆଡ଼େ ପଳାଇଥିଲେ । ସସ୍ମିତା ଚିତ୍କାର କରିବାରୁ ଆଖପାଖ ଲୋକମାନେ ଲୁଟେରାଦ୍ୱୟଙ୍କୁ ପିଛା କରିଥିଲେ, ହେଲେ ଧରିପାରିନଥିଲେ । ଲୁଟେରା ଦୁଇଜଣଙ୍କ ବୟସ ୨୫-୩୦ ବର୍ଷ ମଧ୍ୟରେ ହେବ ବୋଲି ସସ୍ମିତା କହିଛନ୍ତି । ଏନେଇ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ତାଙ୍କ ଅଭିଯୋଗ ମୁତାବକ, ଲୁଟ୍‌ ହୋଇଥିବା ଘଟଣାସ୍ଥଳ ଯାଇ ତଦନ୍ତ କରିଛି । ଆଖପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ର ଯାଞ୍ଚ ଚଳାଇଛି । ଭ୍ୟାନିଟିରେ ଏକ ସ୍ମାର୍ଟ ମୋବାଇଲ୍‌ ଫୋନ୍‌, ୧ ହଜାର ଟଙ୍କା, ଏଟିଏମ୍‌ କାର୍ଡ, କ୍ରେଡିଟ୍‌ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଥିଲା ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି ।