ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମେରୁ ଯାତ୍ରା ସହ ବିଭିନ୍ନ ଶୈବପୀଠରୁ ଉଠିଥିବା ଚୈତ୍ର ଦଣ୍ଡ ଉଦଯାପିତ

Published By : Suraj Kumar | April 14, 2025 8:39 PM

ଜହ୍ନ।ପଙ୍କ , ୧୪।୪ : ବୌଦ୍ଧ ଜିଲ୍ଲାର ଐତିହାସିକ ଗନ୍ଧରାଡ଼ି (ଚାରିଶମ୍ଭୁ ) ପୀଠରେ ଗତ ମାସ ୨୨ ତାରିଖରୁ ଆରମ୍ଭ ହୋଇଥିବା ଚୈତ୍ର ଦଣ୍ଡ ଯାତ୍ରା ସୋମବାର  ଉଦ୍‌ଯାପିତ ହୋଇଛି । ଏହି ଅବସରରେ ବାବା ସିଦ୍ଧେଶ୍ବର, ଜାଗେଶ୍ବର, ପଶ୍ଚିମ ସୋମନାଥ, କପିଳେଶ୍ଵର, ମା' ଭଦ୍ରକାଳୀ ଓ ଶ୍ୟାମାକାଳୀନଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଦଣ୍ଡ ଉଠିଥିଲା। ୨୧ ଦିନ ଧରି  ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ ସୋମବାର ଠାକୁର ମନ୍ଦିର ପ୍ରବେଶ କରିଛନ୍ତି । 

ନୂଆ ଦଣ୍ଡ  ରବିନା କ୍ଷେତିଙ୍କ ତତ୍ତ୍ବାବଧାନରେ ଉଠିଥିବା ଏହି ଦଣ୍ଡରେ ମୁଖ୍ୟ ପାଟଭୋକ୍ତା ଭାବେ ପରିକ୍ଷିତ ସ୍ବାଇଁ, ବିଣାକାର ଭାବେ ଶିଶିର କଳତା, ମୁନା ବେହେରା, ସନ୍ତୋଷ ବେହେରା, ଜଳନ୍ଧର ପ୍ରଧାନଙ୍କ ସ‌ହ ତେର ଭୋକ୍ତା ଓ ଗୁହାରିଆମାନେ ସାମିଲ ହୋଇ ଠାକୁରଙ୍କୁ ନେଇ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ସେହିପରି ଚାରିଶମ୍ଭୁ ପୀଠରୁ ବାହାରିଥିବା  ପୁରୁଣା ଦଣ୍ଡପାର୍ଟି  ଚତୁର୍ଭୁଜ ଖମାରୀଙ୍କ ତତ୍ତ୍ବାବଧାନରେ ସିଦ୍ଧେଶ୍ୱର  ମନ୍ଦିରରୁ ବାହାରିଥିବା ଦଣ୍ଡ ବୌଦ୍ଧ ଓ ସୁବର୍ଣପୁର ଜିଲ୍ଲାର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ । ପୁରୁଣା ଦଣ୍ଡର  କୁମୁଦ  ପାଣିଗ୍ରାହୀ ଓ ନୂଆ ଦଣ୍ଡରେ  ନୀଳକଣ୍ଠ ପାଣିଗ୍ରାହୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ସୋମବାର ପଣାସଂକ୍ରାନ୍ତି ଦିନ ମେରୁ ଯାତ୍ରା କରି ଏହାର ଉଦ୍‌ଯାପନ କରାଯାଇଛି। ସକାଳେ ଠାକୁର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଜହ୍ନ।ପଙ୍କ, ନାରାୟଣ ନଗର ଓ ମାହାରସାହିରେ   ବନ୍ଦାପନା ଘେନି ମନ୍ଦିରରେ ପହଂଚିଥିଲେ। ଏହା ପରେ ମନ୍ଦିରରେ ପାଣିଦଣ୍ଡ, ଧୂଳିଦଣ୍ଡ,କାମନା ଦଣ୍ଡ, ଅଗ୍ନି ଦଣ୍ଡ କରାଯାଇ ହୋମ ଯଜ୍ଞ କରାଯାଇ ଯାତ୍ରା ଉଦ୍‌ଯାପିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।

ଚାରିଶମ୍ଭୁ ପୀଠରେ ପ୍ରବଳ ଗହଳିକୁ ଦୃଷ୍ଟି ରଖି ଶାନ୍ତି ଶୃଙ୍ଖଳା ପାଇଁ  ବୌଦ୍ଧ ଭାରପ୍ରାପ୍ତ ଥାନା ଅଧିକାରୀ ରଂଜିତ କୁମାର ମୁନୀଙ୍କ ନିର୍ଦେଶ କ୍ରମେ   ଜହ୍ନ।ପଙ୍କ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ   ପୁଲିସ ପ୍ଲାଟୁନ ମୁତୟନ  କରାଯାଇଥିଲା। ଅନ୍ୟପଟେ ଚଣ୍ଡୀଗଡ଼ ଚଣ୍ଡୀତଲ, ଦାମୋଦରପୁର, କମିରା, କୃଷ୍ଣପାଲି, ଗୋଛାପଡ଼ା, ଗମ୍ଭାରୀପଦର, ପଦ୍ମନପୁର, କୃଷ୍ଣପାଲି, ଖଲିଆପାଲି, ବନ୍ଧାପଥର, ବଢ଼ିଗାଁ, ପଲାଶ, ଗମ୍ଭାରୀପଦର  ଗ୍ରାମସ୍ଥିତ ଶୈବପୀଠଗୁଡ଼ିକରେ ଉଠିଥିବା ଦଣ୍ଡ ଯାତ୍ରା ବି ଉଦ୍‌ଯାପିତ ହୋଇଛି।ବିଭିନ୍ନ ଶୈବ ପୀଠରେ ରାତିରେ ଷୋଳ ଶୁଆଙ୍ଗ ଦଣ୍ଡ ନୃତ୍ୟ ପରିବେଷଣ ହୋଇ ଥିଲା। ସକାଳ ପର୍ଯ୍ୟନ୍ତ ଦର୍ଶକ ଏହାକୁ ଉପଭୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.