PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ମହିମା ଗ୍ରାମରେ ଚୈତ୍ର ଯାତ୍ରା, ଘଟ ରୂପରେ ଦର୍ଶନ ଦେଲେ ତିନି ଦେବୀ

କୋକସରା, ୨୭/୦୩: ଚୈତ୍ର ମାସରେ ଧରାପୃଷ୍ଠକୁ ଘଟ ରୂପେ ବିଜେ କରିଛନ୍ତି ଦେବୀ ସ୍ୱରୂପା ଜଗତଜନନୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ଗ୍ରାମରେ ମା’ ଠାକୁରାଣୀ ଙ୍କ ଚୈତ୍ର ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ମା ଙ୍କ ଚୈତ୍ର ଯାତ୍ରା ପାଇଁ ଗାଁ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।

ଚୈତ୍ର ମାସ ର ପ୍ରଥମ ରବିବାର ଦିନ ଗ୍ରାମ ପୁଝାରି  ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀ, ମା’ ପରଦେଶିଆଣି ଓ ମା’ ବୁଢୁନଙ୍କ ଘଟ ପୂଜାର୍ଚ୍ଚନା ପରେ ଗାଁ ର ୩ ଜଣ କୁଆଁରୀ କନ୍ୟାଙ୍କ ଦେହରେ ଦେବୀଙ୍କ କାଲିସି ଲାଗିହୁଏ। ଗ୍ରାମ ପୁଝାରି ରତନ ପୁଝାରି ଓ ଦୁର୍ଗା ପୁଝାରି ଘଟ କୁ ନେଇ ତିନି କୁଆଁରୀ କନ୍ୟାଙ୍କ ମସ୍ତକ ଉପରେ ସ୍ଥାପନ କରି ବିଧି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଗ୍ରାମର ମନ୍ଦିର ରୁ ଘଟ ରୁପରେ ତିନି ଦେବୀ ମହିମା, ଭୁର୍ଷାଗୁଡା, ମାଲପଡା ଗ୍ରାମ କୁ ତିନିଦିନ ମଧ୍ୟରେ ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଗାଁ ର ପ୍ରତି ଘର ଦୁଆର  ଆଗରେ ମା’ ଙ୍କ ଆଗମନ ପାଇଁ ଝୋଟି ସହ ଶୁକ୍ଳ ଭୋଗ ଦେଇ ମା’ ଙ୍କୁ ପୂଜା କରିବା ସହିତ ନିଜ ପରିବାର ର ସୁଖ ସମୃଦ୍ଧି ପାଇଁ ଆର୍ଶିବାଦ ଭିକ୍ଷା କରିଛନ୍ତି।

ମଙ୍ଗଳବାର ଗ୍ରାମ ପରିକ୍ରମା କରି ମୁଖ୍ୟ ମନ୍ଦିର କୁ ଘଟ ଫେରିବା ପରେ ଶ୍ରଦ୍ଧାଳୁ ମାନେ ଶୁକ୍ଳ ଭୋଗ ସହ ବୋଦା, କୁକୁଡ଼ା,ପାରା ବଳି ଦେଇ ମାନସିକ ପୂରଣ କରିଥିବା ଦେଖିବାକୁ ମିଳିଛି।ଚୈତ୍ର ଯାତ୍ରା ରେ ମହିମା ଗ୍ରାମର ଶିରା ତୁମେଶ୍ୱର ପୁଝାରି, ତନୁରାମ ମାଝୀ,ରୂପଧାର କୋଲଥିଆ, ଗୌନ୍ତିଆ ସୁରେଶ ଚନ୍ଦ୍ର ପାତ୍ର, ଗଣ୍ଡା ମକରନ୍ଦ ନାଏକ,ନରିଆ ଗୁଣଧର ଧ. ମାଝୀ ଗ୍ରାମବାସୀ ରାମସିଂ ମାଝୀ, ଗୁଣନିଧି ମାଝୀ,ଈଶ୍ୱର ମାଝୀ, ଅମର ଦଳପତି,କେଶବ ପୁଝାରି, ସମରଥ ପୁଝାରି, ଗଙ୍ଗାଧର ପୁଝାରି, ଦେବ ମାଝୀ ପ୍ରମୁଖ ଚୈତ୍ର ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।