PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍

କେନ୍ଦୁଝର,୨୦/୩: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ୪୯ ନମ୍ୱର୍ ଜାତୀୟ ରାଜପଥ ଧରଣୀଧର ମେଡ଼ିକାଲ କଲେଜ୍ ନିକଟରେ ସୋମବାର ଏକ ଚଳନ୍ତା କାରରେ ନିଆଁ ଲଗାଯାଇଥିବା ଜଣାପଡ଼ିଛି। ନିଆଁ ଲାଗିବା ଜାଣିବା ପରେ କାର ଚାଳକ ସୁରକ୍ଷିତ ଭାବେ କାର ବାହାରକୁ ଚାଲି ଆସିଥିଲେ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

ସୂଚନା ମୁତାବକ, ସୋମବାର ସକାଳେ ଧରଣୀଧର ମେଡ଼ିକାଲ କଲେଜ୍ ନିକଟରେ (ଓଡ଼ି ୦୨ବିଏଚ୍ ୯୩୭୩ )ନମ୍ବର୍ ବିଶିଷ୍ଟ ଏହି କାରଟିକୁ କୌଣସି ଫାଇନାନ୍ସ କମ୍ପାନୀର କର୍ମଚାରୀ ନେଇ ଯାଉଥିଲେ। କୌଣସି କାରଣରୁ ହଠାତ୍ ରାସ୍ତା ମଝିରେ କାଟି ଜଳିବାକୁ ଲାଗିଲା। ନିଆଁ ଲାଗି ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳି ଥିଲା କାର୍। କାର୍‌କୁ ରାସ୍ତାରେ ଅଟକାଇ ଗାଡ଼ିର ଚାଳକ ଓହ୍ଲାଇ ପଡ଼ିଥିଲେ। ଭୟରେ କିଛି ସମୟ ପାଇଁ ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଦମକଳ ବିଭାଗକୁ ଖବର ଦେବାରୁ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।