ମୁମ୍ବାଇ,୩୧/୦୧: ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିଛି । ଶାସକ ମେଣ୍ଟର ଅଂଶ ଥିବା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ଏକ ସଂଙ୍କଟ ମୋଡ଼ରେ ପହଞ୍ଚିଛି । ପାୱାରଙ୍କ ମୃତ୍ୟୁ ଦଳ ପାଇଁ ଦୁଃଖ ଆଣିଛି । ତାଙ୍କ ପତ୍ନୀ ସୁନେତ୍ର ପାୱାର ସ୍ୱାମୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ ଏବଂ ବାରାମତୀରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ତାଙ୍କ ପ୍ରଶଂସକଙ୍କ ଠାରୁ ସମବେଦନା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ସେ ଏବେ ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ମାତ୍ର ୩ ଦିନ ପରେ, ତାଙ୍କ ଦଳ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରିବାକୁ ଯାଉଛି, ଯାହା ତାଙ୍କୁ ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ କରିବ । ତେବେ କଣ ସୁନେତ୍ରାଙ୍କ ଏ ରାସ୍ତା ସହଜ ହେବ କି ? ଏନସିପିରେ ଥିବା ହଲଚଲକୁ ଶାନ୍ତ କରିପାରିବ ତ ସୁନେତ୍ରା ? ତାଙ୍କ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ରହିଛି ।
ଦୁଇଟି ରାଜନୈତିକ ପରିବାର ସହ ସମ୍ପର୍କ- ସୁନେତ୍ରା ଅଳ୍ପ ସମୟ ପାଇଁ ସକ୍ରିୟ ରାଜନୀତିରେ ଅଛନ୍ତି, କିନ୍ତୁ ତାଙ୍କର ଦୁଇଟି ପ୍ରମୁଖ ରାଜନୈତିକ ପରିବାର ସହିତ ସମ୍ପର୍କ ଅଛି । ସେ ଏକ ପ୍ରମୁଖ ରାଜନୈତିକ ପରିବାରର ଝିଅ ଏବଂ ତା’ପରେ ଏକ ଶକ୍ତିଶାଳୀ ପାୱାର ପରିବାରରୋ ବିବାହ କରିଥିଲେ । ଗୋଟିଏ ପ୍ରକାରେ, ଏହା କୁହାଯାଇପାରେ ଯେ ସେ ରାଜନୀତିକୁ ନିକଟରୁ ଦେଖିଛନ୍ତି । ତଥାପି, ଏହା ମଧ୍ୟ ସତ୍ୟ ଯେ୨୦୨୪ ପୂର୍ବରୁ ସେ ସକ୍ରିୟ ରାଜନୀତି ଅପେକ୍ଷା ସାମାଜିକ କାର୍ଯ୍ୟ ଏବଂ ଜନସେବାରେ ଜଡିତ ଥିଲେ । ମହାୟୁତି ରାଜନୈତିକ ମେଣ୍ଟ, ପ୍ରଶାସନ ଏବଂ ଏନସିପି ଏବଂ ଏନସିପି (ଶରଦ ପାୱାର) ଉଭୟ ଦଳରେ ଯଥେଷ୍ଟ ପ୍ରଭାବ ପକାଇଥିବା ଏବଂ ତାଙ୍କ ପ୍ରଶଂସକମାନଙ୍କ ପାଇଁ 'ଦାଦା' ଭାବରେ ଜଣାଶୁଣା ଜନନେତା ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ସୁନେତ୍ରାଙ୍କ ପାଇଁ ଏକ କଷ୍ଟକର ପରିସ୍ଥିତି ସୃଷ୍ଟି କରିଛି ।
ଚାପରେ ଦାୟିତ୍ୱ ନେବା- ତାଙ୍କ ଦଳ ପାଇଁ, ଏହା ଏବେ ଅସ୍ତିତ୍ୱର ଲଢ଼େଇ ପାଲଟିଛି, ବିଧାୟକ ଏବଂ ଦଳୀୟ କର୍ମୀମାନେ ସୁନେତ୍ରାଙ୍କୁ ଏକମାତ୍ର ନେତା ଭାବରେ ରହିବାକୁ ଦାବି କରିଛନ୍ତି । ସେ ଅନ୍ୟ କୌଣସି ପ୍ରାର୍ଥୀଙ୍କୁ ଗ୍ରହଣ କରିବାକୁ ରାଜି ନଥିଲେ। ତାଙ୍କ ଦୁଇ ପୁଅ, ପାର୍ଥ ପାୱାର ଏବଂ ଜୟ ପାୱାର, ରାଜନୈତିକ ଅଭିଜ୍ଞ ନୁହଁନ୍ତି, ତେଣୁ ସେମାନଙ୍କ ନାମ ଆଲୋଚନା ମଧ୍ୟ ହୋଇନଥିଲା । ସୁନେତ୍ରା ଏନସିପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ସନ୍ଧ୍ୟା ୫ଟାରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ ଦବଂଗତ ଅଜିତ ପାୱାରଙ୍କ ପତ୍ନୀ ।
ଏହା ବି ପଢନ୍ତୁ...ଦିଲ୍ଲୀ ବିସ୍ଫୋରଣ ତଦନ୍ତରେ ବଡ଼ ଷଡ୍ଯନ୍ତ୍ରର ପର୍ଦ୍ଦାଫାସ୍...ଗ୍ଲୋବାଲ କଫି ଚେନ୍ ଉପରେ ଆକ୍ରମଣ ପ୍ଲାନ ଥିଲା
ମହାୟୁତିରେ ସ୍ୱାମୀଙ୍କ ସ୍ଥାନ ନେଇପାରିବେ କି ? ସୁନେତ୍ରା ଅଜିତ ପାୱାରଙ୍କ ସ୍ଥାନରେ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ଯେଉଁ ରାଜନୈତିକ ମେଣ୍ଟରେ ପୂର୍ବରୁ ଅନ୍ୟ ଦୁଇଟି ଦଳ ପ୍ରଭାବଶାଳୀ ଥିଲେ, କିନ୍ତୁ ଯେଉଁଠାରେ ତାଙ୍କ ସ୍ୱାମୀ ନିଜର ପ୍ରଭାବ ବଜାୟ ରଖିଛନ୍ତି । ଏବେ, ତାଙ୍କୁ ଉକ୍ତ ତୁଲାଇବାକୁ ପଡିବ। ମହାୟୁତି ମେଣ୍ଟ ଭିତରେ ସୁନେତ୍ରାଙ୍କ ରାଜନୈତିକ ଏବଂ ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ, ଏହା ସ୍ପଷ୍ଟ ଯେ ସେ ସରକାର ଏବଂ ଦଳ ମଧ୍ୟରେ ଦଳୀୟ କର୍ମୀଙ୍କ ସହାନୁଭୂତି ଏବଂ ସମର୍ଥନ ପାଇବେ ।
ମହାରାଷ୍ଟ୍ର ରାଜନୀତିକୁ ନେଇ ୨ଟି ବଡ଼ ପ୍ରଶ୍ନ- ତାଙ୍କ ଦଳର ସବୁଠାରୁ ବଡ଼ ଶକ୍ତି ସର୍ବଦା ପଶ୍ଚିମ ମହାରାଷ୍ଟ୍ରର ଗ୍ରାମାଞ୍ଚଳ ଭୋଟର ହୋଇ ଆସିଛନ୍ତି, କିନ୍ତୁ ଅଜିତ ପାୱାର ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଏବଂ ନେତୃତ୍ୱ ଦକ୍ଷତା ମାଧ୍ୟମରେ ଜଣେ ଜନନେତା ଭାବରେ ଉଭା ହୋଇଛନ୍ତି । ମହାରାଷ୍ଟ୍ରରେ ନିଜର ପ୍ରାଧାନ୍ୟ ସ୍ଥାପନ କରିଛନ୍ତି । ସେ ନେତୃତ୍ୱ ପାଇଁ ଏକ ଖ୍ୟାତି ହାସଲ କରିଛନ୍ତି । ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ଦୁଇଟି ପ୍ରଶ୍ନ ଉଠିଛି । ପ୍ରଥମତଃ, ଏନସିପି ପୂର୍ବରୁ ଶାସକ ମହାୟୁତି ମେଣ୍ଟର ଅଂଶ ଏବଂ ସରକାରରେ ଏକ ଅଂଶୀଦାର । ଶରଦ ପାୱାର ତାଙ୍କର ଧର୍ମନିରପେକ୍ଷ ଭାବମୂର୍ତ୍ତି ଛାଡ଼ି ବିଜେପି ସହିତ ମିଶିବେ କି ? ଦ୍ୱିତୀୟତଃ, ବିଜେପି କ'ଣ ଶରଦ ପାୱାରଙ୍କୁ ତାଙ୍କ ଭଣଜା ଅଜିତ ପାୱାରଙ୍କ ପ୍ରତି ସମାନ ବିଶ୍ୱାସ କରିବ ?