ନୂଆଦିଲ୍ଲୀ,୩୧/୦୧: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା ବିସ୍ଫୋରଣର ତଦନ୍ତରେ ଏକ ନୂଆ ଏବଂ ଗୁରୁତର ମାମଲା ସାମ୍ନାକୁ ଆସିଛି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଂ ବଡ଼ ଖୁଲାସା କରିଛି । ଡାକ୍ତର ଆତଙ୍କୀ ମଡ୍ୟୁଲ ଦିଲ୍ଲୀ ସମେତ ଅନେକ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଷଡ୍ଯନ୍ତ୍ର ରଚିଥିଲା । ତଦନ୍ତରେ ଜଡ଼ିତ ସୁତ୍ର ଅନୁସାରେ ଅଭିଯୁକ୍ତ ଏହି ହ୍ୱାଇଟ୍ କୋଲର ମଡ୍ୟୁଲ ଦିଲ୍ଲୀ ଓ ଅନ୍ୟାନ୍ୟ ସହରରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ତଦନ୍ତ ସୂଚାଉଛି ଯେ ଏହା ସାଧାରଣ ଘଟଣା ନଥିଲା । ୪ ବର୍ଷ ଧରି ସକ୍ରିୟ ଥିବା ଆତଙ୍କୀ ମଡ୍ୟୁଲଙ୍କର ଏହା ସୁଚିନ୍ତିତ ପ୍ଲାନ ଥିଲା ।
ତଦନ୍ତରୁ ଜଣାପଡିଛି, ଗିରଫ ଅଭିଯୁକ୍ତଙ୍କ ମଡ୍ୟୁଲ୍ ଦିଲ୍ଲୀ ଓ ଭାରତର ଅନେକ ପ୍ରମୁଖ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା । ସୁତ୍ର ଅନୁଯାୟୀ, ଗାଜାରେ ଇସ୍ରାଏଲର ସାମରିକ ଅଭିଯାନ ବିରୋଧରେ ଏକ ରାଜନୈତିକ ବାର୍ତ୍ତା ପଠାଇବା ପାଇଁ ଏହା ସମ୍ଭାବ୍ୟ ଆକ୍ରମଣ କରାଯାଇଥିଲା । ୩ ବୃତ୍ତିଗତ ଡାକ୍ତର ଜମ୍ମୁ କାଶ୍ମୀରରେ ମୁଜାମିଲ ଅହମ୍ମଦ, ଆଦିକ ଅହମ୍ମଦ ଏବଂ ଉତ୍ତରପ୍ରଦେଶର ଶାହିନ ସମେତ ୮ ଜଣ ଅଭିଯୁକ୍ତଙ୍କୁ ପଚରାଉଚରା ସମୟରେ ଏହି ନୂଆ ସୂଚନା ସାମ୍ନାକୁ ଆସିଛି । ପଚରାଉଚରା ସମୟରେ ଅଭିଯୁକ୍ତ ଡାକ୍ତରମାନେ କହିଛନ୍ତି ଯେ, ଆତଙ୍କୀ ଗୋଷ୍ଠୀ ମଧ୍ୟରେ ମତଭେଦ ଥିଲା । କିଛି ସଦସ୍ୟ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ବିରୋଧ କରୁଥିଲେ । ଷଡ଼ଯନ୍ତ୍ର କେବଳ ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ବାହିନୀ ପର୍ଯ୍ୟନ୍ତ ସୀମିତ ରହୁ । ବିସ୍ଫୋରଣରେ ପ୍ରାଣ ହରାଇଥିବା ଉମର ଉନ ନବି ହାଇପ୍ରୋଫାଇଲ ସ୍ଥାନକୁ ଟାର୍ଗେଟ କରିବାକୁ ଜିଦ୍ ଧରିଥିଲା । ଯାହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ପଡିବ ।
ଏହା ବି ପଢନ୍ତୁ...କେନ୍ଦ୍ରୀୟ ବଜେଟ୍ ୨୦୨୬: ମଧ୍ୟବିତ୍ତଙ୍କୁ ମିଳିବ କି ଆଶ୍ୱସ୍ତି ? ଏହିସବୁ ସାମଗ୍ରୀରେ GST କମିବା ସମ୍ଭାବନା…
ଗିରଫ ହୋଇଥିବା ତିନି ଜଣ ଡାକ୍ତରଙ୍କୁ ପଚରାଉଚରା ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ରହସ୍ୟର ପର୍ଦ୍ଦାଫାସ୍ ହୋଇଛି । ମଡ୍ୟୁଲ୍ ୪ ବର୍ଷ ଧରି ଗୁପ୍ତ ଭାବରେ ସକ୍ରିୟ ରହି ନିଜର ଏଜେଣ୍ଡାକୁ ଆଗକୁ ନେଉଥିଲା । ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ମଡ୍ୟୁଲ୍ ଦିଲ୍ଲୀ ସମେତ ପ୍ରମୁଖ ଭାରତୀୟ ସହରଗୁଡ଼ିକରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲା । ଜୈଶ୍-ଏ-ମହମ୍ମଦ ଭଳି ସଂଗଠନ ସହିତ ମଡ୍ୟୁଲର ଲିଙ୍କ୍ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଲାଲକିଲ୍ଲା କାର ବିସ୍ଫୋରଣ ଜେଶର ଯୋଜନାର ଏକ ଅଂଶ ଥିଲା । ଅକ୍ଟୋବର ୨୦୨୫ରେ ମିଳିଥିବା ସୂଚନା ପରେ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ହୋଇଥିବା ଚଢ଼ଉ ସମୟରେ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଥିଲା । ଏହା ଦ୍ବାରା ମଡ୍ୟୁଲ୍ର ଷଡ୍ଯନ୍ତ୍ର ସମ୍ପର୍କରେ ଜଣାପଡ଼ିଥିଲା ।