ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ଟକ୍କର, ସମ୍ମାନ ବଞ୍ଚାଇବାକୁ ଲଢ଼ିବ ବଟଲର ବାହିନୀ

Published By : Prameya | March 1, 2025 10:18 AM

କରାଚୀ,୦୧/୦୩: ଚଳିତ  ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍‌-ବି’ରେ ଶନିବାର ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ  ପରସ୍ପରକୁ ଭେଟିବେ । ଇଂଲଣ୍ଡ ସେମି ଫାଇନାଲ୍‌ ଦୌଡ଼ରୁ ବାଦ ପଡ଼ିସାରିଛି । ତେଣୁ ଏହି ମ୍ୟାଚ ସେଭଳି କୌଣସି  ଗୁରୁତ୍ୱ ରଖୁନାହିଁ । ତଥାପି ସ୍ୱଦେଶ  ଫେରିବା ପୂର୍ବରୁ ଏକ ବିଜୟ ସହ  ସମ୍ମାନ ବଞ୍ଚାଇବାକୁ ଇଂଲଣ୍ଡ ଉଦ୍ୟମ  କରିବ । ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ  ହାସଲ କରିସାରିଥିଲେ ହେଁ ମ୍ୟାଚ୍ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ  ସ୍ଥାନ ବଜାୟ ରଖିବାକୁ ପ୍ରୟାସ କରିବ । 

ଦକ୍ଷିଣ ଆଫ୍ରିକା ୨୧ ତାରିଖରେ  ପ୍ରଥମ ମ୍ୟାଚ୍‌ ଖେଳିଥିଲା ଓ  ଆଫଗାନିସ୍ତାନକୁ ୧୦୭ ରନ୍‌ରେ  ହରାଇଥିଲା । ଏହାପରେ ଦଳ ପରବର୍ତ୍ତୀ  ମ୍ୟାଚ ପାଇଁ ଅପେକ୍ଷା କରି ରହିଛି । ୨୫  ତାରିଖରେ ହେବାକୁ ଥିବା ଅଷ୍ଟ୍ରେଲିଆ  ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ  ହୋଇ ଯାଇଥିଲା । ୭ ଦିନର ବିଶ୍ରାମ  ସମୟ ମିଳିଥିଲେ ହେଁ ଖେଳାଳିମାନେ  ମାନସିକ ସ୍ତରରେ ସେଭଳି ଉତ୍ସାହିତ  ନାହାନ୍ତି । କାରଣ ବର୍ଷା ଯୋଗୁଁ ଯଥେଷ୍ଟ  ଅଭ୍ୟାସ ସମୟ ମିଳିପାରି ନାହିଁ ।  

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଦକ୍ଷିଣ  ଆଫ୍ରିକା ପାଇଁ ଶକ୍ତି ପରୀକ୍ଷା ହେବ ।  ଭାରତ କିମ୍ବା ନ୍ୟୁଜିଲାଣ୍ଡକୁ ସେମି  ଫାଇନାଲ୍‌ରେ ଭେଟିବା ପୂର୍ବରୁ ଦକ୍ଷିଣ  ଆଫ୍ରିକା ଏହି ମ୍ୟାଚ୍‌ ଜରିଆରେ ଛୋଟ  ମୋଟ ତ୍ରୁଟି ସବୁ ସୁଧାରିବାକୁ ପ୍ରୟାସ  କରିବ । ଅବଶ୍ୟ ଦଳର ବ୍ୟାଟିଂ ବିଭାଗ  ବେଶ୍‌ ଶକ୍ତିଶାଳୀ । ବୋଲିଂ ବିଭାଗ  ସାମାନ୍ୟ ଅସନ୍ତୁଳିତ ମନେ ହେଉଛି ।  ମାର୍କୋ ଜାନସେନ, କାଗିସୋ ରାବାଡା  ଓ ଲୁଙ୍ଗି ଏନ୍‌ଗିଡ଼ି ପେସ ବିଭାଗ  ସମ୍ଭାଳୁଥିଲେ ହେଁ ମଧ୍ୟ ଓଭରଗୁଡ଼ିକରେ  ବୋଲିଂ କରିବା ଭଳି ବୋଲରଙ୍କ  ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି ।  ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ରନ୍‌  ମଧ୍ୟ ଓଭରଗୁଡ଼ିକରେ ହୋଇଥାଏ ।  

ଇଂଲଣ୍ଡ ଗତ ଦିନିକିଆ ବିଶ୍ୱକପ୍‌  ପରାଜୟର ପ୍ରତିଶୋଧ ନେବାକୁ  ପ୍ରୟାସ କରିବ । ଶେଷ ଥର ପାଇଁ  ଉଭୟ ଦଳ ଦିନିକିଆ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିଥିଲେ । ଇଂଲଣ୍ଡ  ୨୨୯ ରନ୍‌ରେ ଉକ୍ତ ମ୍ୟାଚ୍‌ ହାରିଥିଲା ।  

ଦକ୍ଷିଣ ଆଫ୍ରିକାକୁ ହରାଇବାକୁ  ହେଲେ ଇଂଲଣ୍ଡର ମଧ୍ୟକ୍ରମ  ବ୍ୟାଟରମାନଙ୍କୁ ବଡ଼ ସ୍କୋର କରିବାକୁ  ହେବ । ହ୍ୟାରୀ ବ୍ରୁକ୍‌, ଜୋସ ବଟଲର, ଲାଏମ ଲିଭିଙ୍ଗଷ୍ଟୋନଙ୍କ ବ୍ୟାଟ୍‌ରୁ ଦଳ  ବଡ଼ ଇନିଂସ ଆବଶ୍ୟକ କରିବ । 

କରାଚୀ ଷ୍ଟାଡ଼ିୟମ୍‌ ପିଚ୍‌ ବ୍ୟାଟିଂ  ପାଇଁ ଅନୁକୂଳ ରହିଥିଲେ ହେଁ ପାଗ ଉପରେ ସବୁ କିଛି ନିର୍ଭର  କରିବ । ବର୍ଷା ନହେଲେ ଏକ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ  ମିଳିବ । ଟସ୍‌ ସେଭଳି ଗରୁତ୍ୱ ବହନ କରୁନାହିଁ । ତଥାପି ଟସ ବିଜୟୀ ଦଳ  ବ୍ୟାଟିଂ କରିବା ଆଶା କରାଯାଉଛି ।


ସମ୍ଭାବ୍ୟ ଦଳ

ଇଂଲଣ୍ଡ: ବେନ ଡକେଟ୍‌, ଫିଲ ସଲ୍ଟ,  ଜାମି ସ୍ମିଥ୍‌, ଜୋ ରୁଟ୍‌, ହ୍ୟାରୀ ବ୍ରୁକ,  ଜୋସ ବଟଲର(ଅଧିନାୟକ),  ଲାଏମ ଲିଭିଙ୍ଗଷ୍ଟୋନ, ଜାମି  ଓଭରଟନ, ଜୋଫ୍ରା ଆର୍ଚର, ଆଦିଲ  ରସିଦ, ମାର୍କ ଉଡ୍‌ । 

ଦକ୍ଷିଣ ଆଫ୍ରିକା: ର‌୍ୟାନ ରିକେଲଟନ,  ତେମ୍ବା ବଭୁମା(ଅଧିନାୟକ),  ରାଶି ଭାନ ଡର ଡୁସେନ, ଆଡେନ  ମାରକ୍ରମ, ହେନରିକ କ୍ଲାସେନ,  ଡେଭିଡ୍‌ ମିଲର, ମାର୍କୋ ଜାନସେନ,  ୱିଆନ ମୋଲ୍ଡର, କେଶବ ମହାରାଜ,  କାଗିସୋ ରାବାଡା, ଲୁଙ୍ଗି ଏନଗିଡ଼ି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.