PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଏହି କାମ କରୁଥିବା ବେଳେ ମହିଳାଙ୍କୁ ଭୁଲରେ ବି ଦେଖିବା ଉଚିତ୍ ନୁହେଁ ପୁରୁଷ- ଚାଣକ୍ୟ ନୀତି

ନୂଆଦିଲ୍ଲୀ ୦୮/୦୮: ଚାଣକ୍ୟ ନୀତିରେ ଅର୍ଥନୀତି, କୂଟନୀତି, ରାଜନୀତି ବ୍ୟତୀତ ସାମାଜିକ ଜୀବନ ସହ ଜଡିତ କଥା ମଧ୍ୟ କୁହାଯାଇଛି। ପୁରୁଷ ଓ ମହିଳାଙ୍କୁ କେଉଁ ପ୍ରକାର ଆଚରଣ କରାଯିବା ଉଚିତ୍ ଏଥିରେ କୁହାଯାଇଛି । ଏହା ମଧ୍ୟ କୁହାଯାଇଛି ଯେତେବେଳେ ମହିଳାମାନେ କିଛି କାର୍ଯ୍ୟ କରୁଛନ୍ତି ସେତେବେଳେ ପୁରୁଷମାନେ ତାଙ୍କୁ ଦେଖିବା ଉଚିତ୍ ନୁହେଁ। ଏହି ବିଷୟଗୁଡ଼ିକ ମଧ୍ୟରୁ ଅନେକ ଧାର୍ମିକ ଗ୍ରନ୍ଥରେ ମଧ୍ୟ ଉଲ୍ଲେଖ କରାଯାଇଛି।

-ଚାଣକ୍ୟ ନୀତିରେ କୁହାଯାଇଛି, ଯେତେବେଳେ କୌଣସି ମହିଳା ଭୋଜନ କରୁଛନ୍ତି, ସେତେବେଳେ ପୁରୁଷଙ୍କୁ ତାଙ୍କୁ ଦେଖିବା ଉଚିତ୍ ନୁହେଁ। ଏହା ଶିଷ୍ଟାଚାର ବିରୁଦ୍ଧରେ। ଏହା କରିବା ଦ୍ୱାରା ମହିଳା ଅସହଜ ହୋଇଯାଆନ୍ତି ଏବଂ ଭଲଭାବରେ ଖାଇପାରନ୍ତି ନାହିଁ।

– ଯଦି କେହି ମହିଳା ଛିଙ୍କୁଛନ୍ତି, ସେହି ସମୟରେ ପୁରୁଷ ତାଙ୍କୁ ଦେଖିବା ଉଚିତ୍ ନୁହେଁ।

– ଯଦି ମହିଳା ନିଜ ପୋଷାକ ଠିକ୍ କରୁଛନ୍ତି, ତେବେ ପୁରୁଷ ସେହି ସମୟରେ ତାଙ୍କୁ ଦେଖିବା ଉଚିତ୍ ନୁହେଁ। ଏହା କରିବା ଭୁଲ। ଏହି ସମୟରେ ପୁରୁଷ ନିଜ ସମ୍ମାନର ଯତ୍ନ ରଖି ସେଠାରୁ ଆଖି ଫେରାଇ ଆଣିବା ଉଚିତ୍।

-ଯେତେବେଳେ କୌଣସି ମହିଳା ନିଜକୁ ତେଲରେ ମାଲିସ୍ କରୁଛନ୍ତି, ଶିଶୁକୁ ଖିର ଖାଇବାକୁ ଦେଉଛନ୍ତି କିମ୍ବା ସନ୍ତାନ ପ୍ରସବ କରୁଛନ୍ତି, ସେହି କ୍ଷେତ୍ରରେ ପୁରୁଷ ଆଦୌ ମହିଳାଙ୍କୁ ଦେଖିବା ଉଚିତ୍ ନୁହେଁ।

-ଯେତେବେଳେ ଜଣେ ମହିଳା ଆଖିରେ କାଜଲ ଲଗାଉଛନ୍ତି କିମ୍ବା ଶୃଙ୍ଗାର କରୁଛନ୍ତି, ପୁରୁଷ ତାଙ୍କୁ ଦେଖିବା ଉଚିତ୍ ନୁହେଁ । ପୁରୁଷର ଏହି ସମୟରେ ମହିଳାଙ୍କୁ ଦେଖିବା ତାଙ୍କ ଧ୍ୟାନକୁ ବିଭ୍ରାନ୍ତ କରିପାରେ। ତେଣୁ ପୁରୁଷ ଏହି ସମୟରେ ସେଠାରୁ ଦୂରେଇ ରହିବା ଉଚିତ୍।