PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଫଳ ଦୋକାନ ଉପରକୁ ମାଡ଼ିଗଲା କୋଇଲା ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ଫେରାର

ଚାନ୍ଦବାଲି, ୨୧/୧୧ : ଫଳ ଦୋକାନ ଉପରକୁ ଚଢିଗଲା ଚୋରା କୋଇଲା ବୋଝେଇ ପିକଅପ୍ ଭ୍ୟାନ୍। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ବଜାରରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତେବେ ଦୋକାନ ମାଲିକ ବାହାରକୁ ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର୍ ହୋଇଯାଇଛି।

ସୂଚନାନୁଯାୟୀ, ଯଶିପୁର ବଜାରରେ ଥିବା ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଫଳ ଦୋକାନ ଏବଂ ଘର ଉପରକୁ ଏକ କୋଇଲା ବୋଝେଇ ପିକଅପ୍ ଭ୍ୟାନ୍ ମାଡ଼ିଯାଇଛି। ଦୋକାନ ମାଲିକ ବାହାରକୁ ଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଡ଼ିଟି ଯଶିପୁର ବଳସାହିରୁ ଚୋରା କୋଇଲା ବୋଝେଇ କରି ଚାନ୍ଦବାଲି ଅଭିମୁଖେ ଆସୁଥିଲା। ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଥିବା ବେଳେ ଗାଡିଟି ଓଲଟି ପଡ଼ିଛି। ବଂlଶଡ଼ା ପୋଲିସ୍ ପହଞ୍ଚି ପିକଅପ୍ ଭ୍ୟାନ୍ ଜବତ କରିବା ସହ ତଦନ୍ତ ଚଳାଇଛି।