ଚାନ୍ଦବାଲି, ୨୪/୦୧ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ନରେନ୍ଦ୍ରପୁର ପଞ୍ଚାୟତ ପାଲଟିଛି ଏବେ ଚୋରା କୋଇଲା କାରବାରର ହବ୍। ପ୍ରତିବାଦ କଲେ କିମ୍ବା ପୋଲିସକୁ ଜଣାଇଲେ ହେଉଛି ଆକ୍ରମଣ। ଆଉ ଏହି ରୋରା କୋଇଲା କାରବାରରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସହଯୋଗ କରୁଛନ୍ତି କିଛି ଅସାଧୁ ପୋଲିସ କର୍ମଚାରୀ।
ସୂଚନାନୁଯାୟୀ, ନରେନ୍ଦ୍ରପୁରରେ ଚୋରା କୋଇଲା କାରବାର ସମ୍ପର୍କରେ ପୋଲିସକୁ ସରପଞ୍ଚ ଜଣାଇଛନ୍ତି ବୋଲି ସନ୍ଦେହ କରି କୋଇଲା ମାଫିଆମାନେ ମହିଳା ସରପଞ୍ଚ ଓ ତାଙ୍କ ସ୍ଵାମୀଙ୍କୁ ସଙ୍ଘବୋଧ ଭାବେ ଆକ୍ରମଣ କରିଛନ୍ତି। ଏହା ସହ ମହିଳା ସରପଞ୍ଚ ସ୍ଵାମୀଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏଥି ନେଇ ମହିଳା ସରପଞ୍ଚ ଦିପ୍ତିମୟୀ ନାୟକ ପିରହାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୂର୍ବତନ ରାଜସ୍ଵ ମନ୍ତ୍ରୀ ମନମୋହନ ସାମଲ ପିରାହାଟ ଥାନାରେ ପହଁଚି ଥାନା ଅଧିକାରୀଙ୍କ ସହ ସାକ୍ଷାତ କରି ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି।