ଭୁବନେଶ୍ୱର ୨୫/୧୨: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଚାନ୍ଦବାଲି ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ।ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୁଲିସ ଡିଜି ୱାଇ.ବି ଖୁରାନିଆ। ଅଭିଯୁକ୍ତ ଚାନ୍ଦବାଲି ଥାନା ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ ଜଗତସିଂହପୁରରୁ ଗିରଫ କରାଯାଇଛି। ୩୦ ଦିନ ଭିତରେ ଦାଖଲ ହେବ ଚାର୍ଜସିଟ୍। ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ଡିଜିପି।ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ। ଜିଲ୍ଲା ପୁଲିସ ଭଲ ତଦନ୍ତ କରିବ, ଭଲ ରେଜଲ୍ଟ ବାହାରିବ ବୋଲି ଆଶା ଅଛି ।

 

ଉଲ୍ଲେଖ ଯୋଗ୍ୟ ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରୁ ସମ୍ପୃକ୍ତ ୧୦ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ସତ୍ତେ୍ୱ ତାଙ୍କର ସନ୍ଧାନ ମିଳି ନଥିଲା । ସନ୍ଧ୍ୟାରେ ନାବାଳିକାଙ୍କ ମୃତଦେହ ବାଲିଗାଁ ସେବା ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ ବୁଦାମୂଳରୁ ମିଳିଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଘେରିଥିଲେ । ପରିସ୍ଥିତି ଅଣାୟତ୍ତ ହୋଇଥିଲା । ଏସ୍ପି ମନୋଜ ରାଉତ, ଅତିରିକ୍ତ ଏସ୍ପି ଅରୂପ ବେହେରା, ଚାନ୍ଦବାଲି ଏସ୍ଡିପିଓ ତ୍ରିଲୋଚନ ସେଠୀ, ଥାନାଧିକାରୀ ପରେଶ ମହାନ୍ତିଙ୍କ ସମେତ ୧୦ରୁ ଅଧିକ ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ । ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଥିଲା । ଏସ୍ପି ଶ୍ରୀ ରାଉତ ତଦନ୍ତର ନେତୃତ୍ୱ ନେଇଥିଲେ । ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲାରେ ନିଜ ଶ୍ୱଶୁର ଘରେ ଲୁଚିଥିବା ଜଣାପଡ଼ିଥିଲା ।

ଭଦ୍ରକ ପୁଲିସ୍ ଟିମ୍ ବିଳମ୍ବିତ ରାତିରେ ହିଁ ଜଗତସିଂହପୁରରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା । ଜଗତସିଂହପୁର ପୁଲିସ୍ ସହାୟତାରେ ସହର ଉପକଣ୍ଠ ସିଂହାରପୁର ପଞ୍ଚାୟତ ଶବରସାହିରେ ଅତର୍କିତ ଚଢ଼ଉ କରାଯାଇଥିଲା । ରାତି ପ୍ରାୟ ସାଢ଼େ ତିନିଟା ସୁଦ୍ଧା ପୁଲିସ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ବବୁଲୁ କାବୁ କରି ନେଇଥିଲା ।

ଶବରସାହିରେ ବବୁଲୁର ଶ୍ୱଶୁର ଘର । ମଙ୍ଗଳବାର ହିଁ ସେ ଏଠାକୁ ଚାଲି ଯାଇଥିଲା । ଚାନ୍ଦବାଲିରେ ଜଣେ ଝିଅ ଆତ୍ମହତ୍ୟା କରିଥିବା ବେଳେ ପୁଲିସ ଏହି ଘଟଣାରେ ତାକୁ ସନ୍ଦେହ ଘେରକୁ ନେଇଥିବା ସମ୍ପର୍କୀୟଙ୍କୁ ଜଣାଇଥିଲା । ପୁଲିସ ଗିରଫ କରିବା ଆଶଙ୍କା ଥିବାରୁ ଆଗୁଆ ଜାମିନ ପାଇଁ ଜଣେ ଆଇନଜୀବୀଙ୍କ ସହ ଯୋଗାଯୋଗ କରିବାକୁ ଅବଗତ କରିଥିଲା। ପରେ ବବୁଲୁକୁ ସହାୟତା କରିବାକୁ କିଶନନଗର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ଜଗତସିଂହପୁର ଆସିଥିଲେ । ତେବେ ପୁଲିସ୍ ଚଢ଼ଉ ବେଳେ ଏକ କୋଠରିରେ ଏକୁଟିଆ ଥିଲା ବବୁଲୁ । ଅଭିଯୁକ୍ତ ଚମ୍ପଟ ମାରିବା ପୂର୍ବରୁ ଜଗତସିଂହପୁର ପଲିସ୍ ଟିମ୍ ତାକୁ କାବୁ କରିଥିଲା ।

ଅଭିଯୁକ୍ତକୁ ଭଦ୍ରକ ପୁଲିସ୍ ଆଣି ଗ୍ରାମାଞ୍ଚଳ ଥାନାରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି । ଅନ୍ୟପଟେ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ମଧ୍ୟ ବୁଧବାର ଚାନ୍ଦବାଲିରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଆଜି ଚାନ୍ଦବାଲି ନାବାଳିକାକୁ ନ୍ୟାୟ ଦାବିରେ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ସେହି ସମୟରେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋପକାରୀମାନେ ଟାୟର ଜାଳିବା ସହ ରାସ୍ତାରୋକ୍ କରିଥିଲେ। ଚାନ୍ଦବାଲିରେ ଦୋକାନ ବଜାର ବନ୍ଦ ରହିଥିବା ଯାତାୟାତ ଏକ ପ୍ରକାର ଠପ୍ ହୋଇଥି