PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଚନ୍ଦ୍ରଯାନ-୨ ପ୍ରେରଣ ପାଇଁ ସମୟ ସୀମା ଚୂଡାନ୍ତ; ଜୁଲାଇ ୧୫ ରାତି ୨ଟା ୫୧ରେ ହେବ ଉତ୍‌କ୍ଷେପଣ

ନୂଆଦିଲ୍ଲୀ,୧୨ ।୬(ଏଜେନ୍ସି): ଭାରତ ତା’ର ଦ୍ୱିତୀୟ ଚନ୍ଦ୍ର ଅଭିଯାନ ପାଇଁ ସମୟସୀମା ଚୂଡାନ୍ତ କରିଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଦ୍ୱାରା ଆଜି ଘୋଷଣା କରାଯାଇଛି କି ଆସନ୍ତା ମାସ ୧୫ ତାରିଖ ରାତି ୨ଟା ୫୧ ମିନିଟରେ ଭାରତ ଚନ୍ଦ୍ରଯାନ-୨କୁ ପ୍ରେରଣ କରିବ । ଏକ ଜିଏସଏଲଭି ଏମକେ-୩ ରକେଟ ଯୋଗେ ଏହାକୁ ମହାକାଶକୁ ପ୍ରେରଣ କରାଯିବ ।

ଏହି ରକେଟ ନିର୍ମାଣ ଏବଂ ଉତ୍‌କ୍ଷେପଣ ପାଇଁ ୩୭୫ କୋଟି ଟଙ୍କା ବ୍ୟୟ ହେବାକୁ ଥିଲାବେଳେ ସେଥିରେ ପଠାଯିବାକୁ ଥିବା ଅରବିଟର (ଉପଗ୍ରହ), ଲ୍ୟାଣ୍ଡର ଏବଂ ରୋଭର ସହିତ ନାଭିଗେସନ ପ୍ରଣାଳୀ ପାଇଁ ଆହୁରି ୬୦୩ କୋଟି ଟଙ୍କା ବ୍ୟୟ କରାଯାଇଛି । ଲ୍ୟାଣ୍ଡର ‘ବିକ୍ରମ’ ଭିତରେ ରୋଭର ‘ପ୍ରଜ୍ଞାନ’କୁ ରଖାଯିବ । ଲ୍ୟାଣ୍ଡର ‘ବିକ୍ରମ’କୁ ଅରବିଟର ସହିତ ଗୋଟିଏ ମଡ୍ୟୁଲ ଭିତରେ ପରସ୍ପର ସହିତ ଯୋଡ଼ି କରି ରଖାଯିବ । ରକେଟ ଉତ୍‌କ୍ଷେପଣ ପରେ ୧୬ ଦିନ ଯାଏଁ ଅରବିଟର (ଉପଗ୍ରହ) ଥିବା ମଡ୍ୟୁଲର କକ୍ଷରେ ବାରମ୍ବାର ପରିବର୍ତ୍ତନ କରାଯିବ । ଏହାପରେ ଏହି ଯାନ ୩.୫ ଲକ୍ଷ କିମି ଅତିକ୍ରମ କରି ମାତ୍ର ୫ ଦିନରେ ଚନ୍ଦ୍ରର ନିକଟବର୍ତ୍ତୀ ହୋଇଯିବ । ଚନ୍ଦ୍ର ଠାରୁ ମାତ୍ର କେଇ ଶହ କିମି ଦୂରରେ ଥିଲାବେଳେ ଅରବିଟର ଠାରୁ ଲ୍ୟାଣ୍ଡର ଅଲଗା ହୋଇଯିବ ଏବଂ ଏହା ୪ ଦିନ ଯାଏଁ ଚନ୍ଦ୍ର ଚାରିପଟେ ଘୂରି ବୁଲିବ । ଏହି ସମୟ ମଧ୍ୟରେ

ବୈଜ୍ଞାନିକମାନେ ଚନ୍ଦ୍ର ପୃଷ୍ଠ ଓ ଲ୍ୟାଣ୍ଡର ମଧ୍ୟରେ ଥିବା ଦୂରତାକୁ ୧୦୦ କିମିରୁ ୩୦କିମିକୁ ଖସାଇବାକୁ ଚେଷ୍ଟା କରିବେ । ଚନ୍ଦ୍ର ଠାରୁ ୩୦ କିମି ଦୂରତାରେ ଥିଲାବେଳେ ଲ୍ୟାଣ୍ଡର ତଳକୁ ଖସିବା ଆରମ୍ଭ କରିବ । ହେଲେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପୂର୍ବରୁ ଶେଷ ୧୫ ମିନିଟ ବୈଜ୍ଞାନିକମାନଙ୍କ ପାଇଁ ପରୀକ୍ଷାର ଘଡ଼ି ହେବ । କାରଣ ଏହି ଲ୍ୟାଣ୍ଡରକୁ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବା ଏକ ବଡ ଚାଲେଞ୍ଜ । ସେଠାରେ ଅବତରଣ କରିବା ପରେ ଲ୍ୟାଣ୍ଡରରେ ଲାଗିଥିବା ଡୋର୍‌ ଖୋଲିବ ଏବଂ ତା’ ଭିତରୁ ରୋଭର (ରୋବୋଟ) ବାହାରି ପ୍ରତି ସେକେଣ୍ଡରେ ଗୋଟିଏ ସେଣ୍ଟିମିଟର ହିସାବରେ ଗତି କରିବ । ଏହି ରୋଭର ଚନ୍ଦ୍ରପୃଷ୍ଠରେ ୫୦୦ ମିଟର ଅତିକ୍ରମ କରି ବିଭିନ୍ନ ପ୍ରକାର ପରୀକ୍ଷାନିରୀକ୍ଷା ଚଳାଇବ । ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ, ସେପ୍ଟେମ୍ବର ୬ କିମ୍ବା ୭ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଉଭୟ ଲ୍ୟାଣ୍ଡର ଏବଂ ରୋଭର ଚନ୍ଦ୍ରପୃଷ୍ଠରେ ମାତ୍ର ଗୋଟିଏ ଦିନ (ପୃଥିବୀ ପୃଷ୍ଠରେ ୧୪ ଦିନ ସହ ସମାନ) ପାଇଁ କାର୍ଯ୍ୟ କରିବେ । ହେଲେ ଅରବିଟର ପ୍ରାୟ ବର୍ଷେ ଯାଏଁ ଚନ୍ଦ୍ର ଚାରିପଟେ ପ୍ରଦକ୍ଷଣ କରି ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରିବ ।

ସମ୍ବନ୍ଧିତ ଖବର