PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଚନ୍ଦ୍ରାୟାନ-୨ର ଚମତ୍କାର,୧୮ ସେକେଣ୍ଡର ଇନ୍ଧନରେ ୬୦୦୦ କିଲୋମିଟର ଆଗକୁ ଚାଲିଗଲା ରକେଟ୍

ନୂଆଦିଲ୍ଲୀ,୨୬।୭: ୨୨ ଜୁଲାଇରେ ଲଞ୍ଚ ହୋଇଥିବା ଚନ୍ଦ୍ରାୟାନ-୨ ମିଶନର ସଫଳତା ପରେ ଏବେ ସାରା ବିଶ୍ବ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ଖୁବ୍ ପ୍ରଶଂସା କରୁଚି। କିନ୍ତୁ ଆପଣଙ୍କୁ କ’ଣ ଜଣାଅଛି? ଚନ୍ଦ୍ରାୟନ ମିଶନ୍ ୨କୁ ସଫଳ କରିବା ପାଇଁ ଜିଏସଏଲଭି –ଏମକେ୩ ରକେଟ ବୈଜ୍ଞାନିକଙ୍କ ଅନୁମାନ ଠାରୁ ବହୁ ଗୁଣ ଅଧିକ ଭଲ ପ୍ରଦର୍ଶନ କରିଛି। ୬୦୦୦ କିଲୋମିଟର ଆଗକୁ ଚାଲିଯାଇଛି। ଯାହାଫଳରେ ଏହା ଚନ୍ଦ୍ରର ନିକଟତର ହୋଇଯାଇଛି।

ପ୍ରକୃତ କଥା ହେଲା ଚନ୍ଦ୍ରାୟାନ-୨ ମିଶନକୁ ନେଇ ଇସ୍ରୋର ବୈଜ୍ଞାନିକ ଇନ୍ଧନ ଓ ରକେଟର ଦୂରତ୍ବ ପ୍ରସ୍ତୁତ କରିବା ପାଇଁ ଗଣିତ ପ୍ରସ୍ତୁତି କରିଥିଲେ ଓ ତାକୁ ଭଲ ପ୍ରଦର୍ଶନ କରି ଇନ୍ଧନ ୧୮ ସେକେଣ୍ଡ ଅଧିକ ଚାଲିଥିଲା। ଯାହାଫଳରେ ରକେଟଟି ୬୦୦୦ କିଲୋମିଟର ଅଧିକ ଲକ୍ଷ୍ୟ ପୂରଣ କରିଥିଲା। ଇସ୍ରୋର ପୂର୍ବତନ ବୈଜ୍ଞାନିକ ଓ ପରାମର୍ଶଦାତା ବିନୋଦ କୁମାର ଶ୍ରୀବାସ୍ତକ କହିଛନ୍ତି ଯେ, ରକେଟ ଆଗକୁ ଯିବା ପରେ ବୈଜ୍ଞାନିକମାନେ ଏହାକୁ ରୋକିନଥିଲେ କାରଣ ରକେଟ ଆଗକୁ ଯିବା ଦ୍ବାରା ଚନ୍ଦ୍ରାୟାନ-୨ର ଇନ୍ଧନର ସଞ୍ଚୟ ହୋଇଛି। ଯାହାକି ଆଗକୁ ଖୁବ୍ ଲାଭଦାୟକ।

ଉଲ୍ଲେଖନୀୟ ଯେ, ଗତ ୨୨ ତାରିଖରେ ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଚନ୍ଦ୍ରଯାନ-୨କୁ ଉତକ୍ଷେପଣ କରିଛି। ପୂର୍ବ ନିର୍ଦ୍ଧାରିତ ସମୟ ସୋମବାର ଠିକ୍ ଅପରାହ୍ନ ୨ଟା ୪୩ରେ ମହାକାଶ ଯାନ ଜିଏସଏଲଭି ଏମକେ-୩ ଚନ୍ଦ୍ରଯାନ-୨କୁ ନେଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ଚନ୍ଦ୍ରଯାନ-୨ ଜରିଆରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟକୁ ଯାଉଛି, ଯେଉଁଠି ଆଜି ପର୍ଯ୍ୟନ୍ତ କେହି ପହଞ୍ଚିପାରି ନାହାନ୍ତି। ଚନ୍ଦ୍ରଯାନ-୨ ଆଗାମୀ ଡିସେମ୍ବର ୬ କିମ୍ବା ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ। ଏହା ପରେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ୪ର୍ଥ ଦେଶ ହେବ। ଏହା ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ ନିଜର ମହାକାଶ ଯାନକୁ ଚନ୍ଦ୍ରପୃଷ୍ଠକୁ ପଠାଇ ସାରିଛନ୍ତି। କିନ୍ତୁ କୌଣସି ଦେଶ ଏଯାଏ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚିପାରି ନ ଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।