ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫ୍ରାନ୍ସରେ ଆମେରିକା ରାଷ୍ଟ୍ରଦୂତ ହେବେ ଟ୍ରମ୍ପ୍‌ଙ୍କ ସମୁଦି ଚାର୍ଲସ କୁଶନର

Published By : Prameya | December 2, 2024 1:37 PM

ୱାଶିଂଟନ,୦୨/୧୨: ଆମେରିକାରେ  ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଡୋନାଲ୍ଡ  ଟ୍ରମ୍ପ୍‌ ନିଜ ସମୁଦି ଚାର୍ଲସ କୁଶନରଙ୍କୁ  ଫ୍ରାନ୍ସରେ ଆମେରିକୀୟ ରାଷ୍ଟ୍ରଦୂତ ଭାବେ  ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି । ଚାର୍ଲସଙ୍କୁ ଟ୍ରମ୍ପ୍‌ ଜଣେ ଚମତ୍କାର ବ୍ୟବସାୟିକ  ମ୍ୟାଗ୍‌ନେଟ, ପରୋପକାରୀ ଏବଂ ଡିଲ୍‌  ମେକର ଅଭିହିତ କରିଛନ୍ତି । ରିଅଲ ଇଷ୍ଟେଟ ବ୍ୟବସାୟରୁ ଟ୍ରମ୍ପ୍‌ ଓ ଚାର୍ଲସ  ପରସ୍ପରକୁ ଜାଣିଥିଲେ । ଏହାପରେ ୨୦୦୯ରେ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଏବଂ  ଚାର୍ଲସଙ୍କ ପୁଅ ଜ୍ୟାରେଡଙ୍କ ବିବାହ  ହୋଇଥିଲା । ଫଳରେ ଉଭୟ ପରିବାର  ପରସ୍ପରର ବନ୍ଧୁ ହୋଇଥିଲେ । 

ରିପୋର୍ଟ  ମୁତାବକ, ୨୦୦୫ରେ ମିଥ୍ୟା ଟିକସ ରିଟର୍ନ  ପ୍ରସ୍ତୁତ କରିବା ଏବଂ ଫେଡେରାଲ ନିର୍ବାଚନ  କମିଶନଙ୍କୁ ମିଥ୍ୟା ବୟାନ ଦେବାକୁ ନେଇ  ଚାର୍ଲସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ମାମଲାରେ ସେ ୧୬ ମାସରୁ ଅଧିକ  ସମୟ ଜେଲଦଣ୍ଡ ଭୋଗିଥିଲେ । ୨୦୨୦ରେ  ଟ୍ରମ୍ପ୍‌ ନିଜ ରାଷ୍ଟ୍ରପତି କ୍ଷମତା ବ୍ୟବହାର  କରି ତାଙ୍କୁ ଜେଲରୁ ମୁକୁଳାଇଥିଲେ । 

ଚାର୍ଲସଙ୍କୁ ରବିବାର ଫ୍ରାନ୍ସ ରାଷ୍ଟ୍ରଦୂତ ଭାବେ ଘୋଷଣା କରି ଟ୍ରମ୍ପ୍‌ ସୋସିଆଲ ମିଡିଆରେ ଲେଖିଛନ୍ତି, ଚାର୍ଲସ କୁଶନରଙ୍କୁ  ରାଷ୍ଟ୍ରଦୂତ ଭାବେ ମନୋନୀତ କରି ମୁଁ  ଖୁସି । ସେ ଜଣେ ପରୋପକାରୀ, ଚମତ୍କାର  ବ୍ୟବସାୟୀ ଏବଂ ଡିଲ୍‌ ମେକର । ଚାର୍ଲସ  କୁଶନର ଗ୍ରୁପ କମ୍ପାନିଗୁଡ଼ିକର ପ୍ରତିଷ୍ଠାତା  ଓ ଅଧ୍ୟକ୍ଷ । ତାଙ୍କ ସଂସ୍ଥା ବିଶ୍ୱର ଜଣାଶୁଣା  ତଥା ସଫଳ ଘରୋଇ ରିଅଲ୍‌ ଇଷ୍ଟେଟ  ମଧ୍ୟରେ ଅନ୍ୟତମ । ତାଙ୍କୁ ଅର୍ନଷ୍ଟ ଆଣ୍ଡ  ୟଙ୍ଗ ପକ୍ଷରୁ ନ୍ୟୁ ଜର୍ସି ଏଣ୍ଟରପ୍ରିନ୍ୟୁର  ଅଫ୍‌ ଦ ଇୟର ଆୱାର୍ଡ ଦିଆଯାଇଥିଲ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.