PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମା’ ସର୍ବମଙ୍ଗଳା ଛତର ଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା’ ସର୍ବମଙ୍ଗଳା

କୋକସରା, ୪।୧୦ ପାର୍ବଣ ଋତୁରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତ ଜନନୀ। ଶାରଦୀୟ ଦୁର୍ଗାପୂଜା ସହ ଗାଁ ଗାଁରେ ଦେବାଦେବୀ ଙ୍କ ପୂଜାରେ ଉତ୍ସବ ମୁଖର ପୁରପଲ୍ଲୀ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ମା’ ଙ୍କ ନିକଟରେ ରକ୍ତଭୋଗ ଲାଗି ହେଉଥିବା ବେଳେ କୋକସରା ବ୍ଲକ ଚିଲିଗୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳାଙ୍କ ଛତରଯାତ୍ରା ରେ ମା’ଙ୍କୁ  ରକ୍ତଭୋଗ ବଦଲରେ ଶୁକ୍ଳଭୋଗ ଧୂପ,ମନ୍ଦାରମାଲ କଦଳୀ, ମୁଆ,ନଡ଼ିଆ ଭାଙ୍ଗି ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ।ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳାଙ୍କ ଛତରଯାତ୍ରା ମଙ୍ଗଳବାର ମହାସମାରୋହ ରେ ପାଳିତ ହୋଇଯାଇଛି।

ସୋମବାର ମଧ୍ୟରାତ୍ରୀରେ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗୌନ୍ତିଆ ଘରକୁ ଆସିଥାନ୍ତି । ତା ପରଦିନ ଦେବୀଙ୍କ ପ୍ରତିମା ଛତର ରୂପରେ ଚିଲିଗୁଡ଼ା ର ଗୌନ୍ତିଆ ବିନୋଦ ବିହାରୀ ସିଂ ଙ୍କ ଘରୁ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୂଖେ ବାହାରିଥାନ୍ତି । ଦେବୀଙ୍କ ଛତର ବାହାରିବା ପରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତା କଡରେ ଠିଆ ହୋଇ ଦର୍ଶନ କରିବା ସହ ମାନସିକ କରନ୍ତି। ଦେବୀଙ୍କ ବିଜୟ ଛତର ଯାତ୍ରା ଗାଁ ପରିକ୍ରମା ସମୟ ରେ ଉତ୍ସବ ମୁଖର ହୋଇପଡେ ସାରା ଅଞ୍ଚଳ। ସାଂସ୍କୃତିକ ବନାବାଡି, ବୀରବାଦ୍ୟ ଘୁମୁରା, ନିଶାନ ବାଦ୍ୟ,  ଆଞ୍ଚଳିକ ଲୋକନୃତ୍ୟ ଓ ଘଣ୍ଟୁଆଦଳ, ଆଦିବାସୀ ନୃତ୍ୟ କଳାକାର ମାନେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପରିବେଶରେ ମାଙ୍କୁ ପାଛୋଟି ନେଇ ମନ୍ଦିର ପର୍ଯ୍ୟନ୍ତ ବିରାଟ ପଟୁଆରରେ ପହଞ୍ଚାଇଥିଲେ।

ମା’ ଙ୍କ ବିଜୟ ଛତର ଉପରେ  ପାରା ଆସି ବସିବା ସହିତ ମା’ ଙ୍କ ସହ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ଯିବା ଦୃଶ୍ୟ କୁ ମା’ ଙ୍କ ଅଲୌକିକ ମହିମା ବୋଲି ଗବେଷକ ମାନେ ମତ ରଖନ୍ତି। ଛତର ପୀଠକୁ ପହଞ୍ଚିବା ପରେ ପୂଜାପାଠ ଆରମ୍ଭ ହୋଇଥିଲା। ପୂଜାପାଠ ସମୟରେ ଅନେକ ଅପୁତ୍ରୀକ ମହିଳାମାନେ ପୁତ୍ର ସନ୍ତାନ ପାଇଁ ଗୁହାରୀ କରିଥିଲେ । ବିଶ୍ୱାସ ରହିଛି ଯେ ଯେଉ ବିବାହିତ ଅପୁତ୍ରୀକ ମହିଳାମାନଙ୍କୁ ଗର୍ଭ ଧାରଣ ସମସ୍ୟା ରହିଛି ମା’ଙ୍କ ଶରଣ ପଶିଲେ ବନ୍ଧ୍ୟା ଦୋଷ ରୁ ମୁକ୍ତ ହୁଅନ୍ତି। ଏହି ବିଶ୍ୱାସ କେଉଁ ଆବାହମାନନ କାଳରୁ ଚାଲି ଆସିଛି । ଯାହାରି ଫଳରେ ଶହଶହ ଅପୁତ୍ରିକ ମହିଳା ଦେବୀଙ୍କ ଠାରୁ ଆଶିର୍ବାଦ ନେବାକୁ ଆସିଥିଲେ ବୋଲି ଦେବୀ ପୂଜକ ମନ୍ଦିର ପୁଝାରୀ ଓ ମହିଳା ଭକ୍ତମାନେ ପ୍ରକାଶ କରିଛନ୍ତି । ଆସ୍ଥା ଓ ବିଶ୍ୱାସର ପ୍ରତୀକ ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳା ଙ୍କ ଛତରଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ଅଞ୍ଚଳର ଭକ୍ତିମୟ ପରିବେଶ ଓ ଲୋକଙ୍କ ଅଗାଢ଼ ବିଶ୍ଵାସକୁ ପ୍ରମାଣିତ କରେ। ଚିଲିଗୁଡ଼ା ସର୍ବମଙ୍ଗଳା କମିଟି ପକ୍ଷରୁ ମୁଖ୍ୟ ଅତଥିଭାବେ କଳାହାଣ୍ଡି ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ ବିଧାୟକ ମୌସଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ ପୂଜା କମିଟି ର କର୍ମକର୍ତ୍ତା ଉପସ୍ଥିତ ରହି ଛତର ଯାତ୍ରା କୁ କୋକସରା ପୁଲିସ ପ୍ରଶାସନ ସମେତ କୋକସରା ଡ୍ରାଇଭର ସଙ୍ଘ ର କର୍ମକର୍ତ୍ତା ମାନେ ଶାନ୍ତି ଶୃଙ୍ଖଳା ଦାୟୀତ୍ୱରେ ରହି ରାସ୍ତା ରେ ଛତର ଯିବା ସମୟ ରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବାରେ ସହଯୋଗ କରିଥିଲେ।