ଭୁବନେଶ୍ବର,୧୧।୨ : ଟ୍ରାଫିକ ପୋଲିସ ପକ୍ଷରୁ ଟ୍ବିନସିଟିରେ ଚାଲିଛି ଜୋରଦାର ଚେକିଂ । କାରରେ କଳାକାଚ , ବିନା ହେଲମେଣ୍ଟ , ବିନା ନମ୍ବର ପ୍ଲେଟ  , ସିଟ ବେଲ୍ଟ ପିନ୍ଧିନଥିବା ଚାଳକ ମାନଙ୍କୁ ଧରୁଛି ଟ୍ରାଫିକ  ପୋଲିସ । କାର କାଚରେ କଳାଜରି ଲାଗିଥିଲେ  ପାଞ୍ଚ ହଜାର ଫାଇନ କରାଯାଉଛି  । ସେହିଭଳି ହେଲମେଣ୍ଟ ପିନ୍ଧି ନଥିଲେ ୨ ହଜାର ।  ଟ୍ରାଫିକ ପାଖରେ ୟୁ ଟର୍ଣ୍ନ ନେଲେ ୫ ଶହ, ସିଟ ବେଲ୍ଟ ବାନ୍ଧିନଥିଲେ ୨ ହଜାର ଆଉ ହେଲମେଟ କ୍ଲିପ ନଦେଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି। 

ମଙ୍ଗଳବାର ରାଜଧାନୀରେ ଚାଲିଥିଲା ବ୍ଲକିଂ ଆଉ ଚେକିଂ । ଟ୍ରାଫିକ-୧ ର ୪ଟି ଛକରେ ଓ ଟ୍ରାଫିକ-୨ ଅଧିନରେ ୩ଟି ପାର୍କିଂ ସ୍ପଟରେ ପୋଲିସ ଜଗି ରହିଥିଲେ ।  ଯେଉଁ କାର କାଚରେ କଳାଜରି ଲାଗିଥିବା ଦେଖିଲେ ତାକୁ ଅଟକ ରଖି କଳାଜରି ଅନ ଦି ସ୍ପଟ ବାହାର କରୁଥିଲେ ଟ୍ରାଫିକ ପୋଲିସ । କେବଳ ଭୁବନେଶ୍ବର ନୁହେଁ କଟକରେ ମଧ୍ୟ ଚେକିଂକୁ ଜୋରଦାର କରାଯାଇଛି । 

୨ ଦିନର ଚେକିଂରେ ୧୫୦ ରୁ ଅଧିକ ବାଇକ , ୩୪ କାର , ୮ ଟି ୟୁନିଫାଏଡ ସାଇଲେନସର ଓ ଟ୍ରାଫିକରେ ୟୁ ଟର୍ଣ୍ନ ନେଇ ଟ୍ରାଫିକ ରୁଲ ଭାଙ୍ଗୁଥିବା ୫୪ ଜଣଙ୍କୁ ଫାଇନ କରାଯାଇଛି । ଯେଉଁମାନେ ଫାଇନ ଦେଉ ନାହାନ୍ତି ସେମାନଙ୍କ ଗାଡିକୁ ଜବତ କରି ଟ୍ରାଫିକ ଥାନାକୁ ନିଆଯାଉଛି।